ଜନ୍ମମାଟି ରାଇକଳାକୁ ଯାଇ ମା’ ଙ୍କ ହାତରୁ ପଖାଳ ଖାଇଲେ ମୁଖ୍ୟମନ୍ତ୍ରୀ

ଗତକାଲିଠାରୁ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ତାଙ୍କ ଜନ୍ମମାଟି ରାଇକଳାକୁ ଯାଇଥିଲେ। ମୁଖ୍ୟମନ୍ତ୍ରୀ ହେବା ପରେ ସେ ପ୍ରଥମ ଥର ପାଇଁ ନିଜ ଗାଁକୁ ଯାଇଥିଲେ। ଗାଁରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ

ଜୁନ ୨୫କୁ କଳା ଦିବସ ଭାବେ ପାଳନ କରିବ ବିଜେପି

ଭୁବନେଶ୍ବର: ଜୁନ ୨୫କୁ କଳା ଦିବସ ଭାବେ ପାଳନ କରିବ ବିଜେପି। ଏହି ଦିନ ସାରା ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ ଇନ୍ଦିରା ଗାନ୍ଧୀ। ଏହା ସହ ଦଳ ଅଭିଯୋଗ କରିଛି ଗଣତନ୍ତ୍ର ଏବଂ ଭାରତର ସମ୍ବିଧାନ କଂଗ୍ରେସ ସମୟରେ ସର୍ବାଧିକ କ୍ଷତିଗ୍ରସ୍ତ ଏବଂ ଅପମାନିତ ହୋଇଛି। ଜୁନ ୨୫ରେ

କେଜ୍ରିୱାଲଙ୍କ କେସ୍‌ରେ ସୁପ୍ରିମକୋର୍ଟଙ୍କ ବଡ଼ ବୟାନ: ଯଦି ହାଇକୋର୍ଟ ଭୁଲ କଲେ, ତା’ହେଲେ ଆମେ କାହିଁକି ରିପିଟ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନର ଶୁଣାଣି କରିବା ବେଳେ ବଡ଼ ବୟାନ ଦେଇଛନ୍ତି ସୁପ୍ରିମକୋର୍ଟ। ଯଦି ହାଇକୋର୍ଟ ଭୁଲ କଲେ, ତା’ହେଲେ ଆମେ କାହିଁକି ରିପିଟ କରିବୁ ବୋଲି ଶୁଣାଣି ବେଳେ କେଜ୍ରିୱାଲଙ୍କ ଓକିଲଙ୍କୁ ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ଅଦାଲତ। ଅବକାରୀ ନୀତି

ବ୍ଲକ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ଜଳିଗଲା ଗୁରୁତ୍ବପୂର୍ଣ୍ଣ ଫାଇଲ

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର । ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ । ଖବର ମୁତାବକ, ହରଭଙ୍ଗା ବ୍ଲକ କାର୍ଯ୍ୟାଳୟର ବିପିସି ବିଭାଗରେ କୌଣସି କାରଣରୁ ନିଆଁ

ଆମରଣ ଅନଶନରେ ବସିଥିବା ମନ୍ତ୍ରୀ ଆତିଶୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା

ହରିୟାଣା ସରକାର ଦିଲ୍ଲୀ ଭାଗ ପାଣି ଛାଡ଼ିବା ଦାବିରେ ଆମରଣ ଅନଶନ କରୁଥିବା ଦିଲ୍ଲୀ ମନ୍ତ୍ରୀ ଆତିଶୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଛି। ସେ ଆରମ୍ଭ କରିଥିବା ଅନଶନ ଆଜି ୪ର୍ଥ ଦିନରେ ପହଞ୍ଚିଛି। ଆଜି ୪ର୍ଥ ଦିନରେ ଲୋକ ନାୟକ ଜୟ ପ୍ରକାଶ ନାରାୟଣ (ଏଲଏନଜେପି) ହସ୍ପିଟାଲର ଡାକ୍ତରମାନେ

ଭାରତର ବିଭିନ୍ନ ତୀର୍ଥକ୍ଷେତ୍ରକୁ ଓଡିଶାରୁ ଗଡିବ ବସ

ଭୁବନେଶ୍ୱର: ରଥଯାତ୍ରା ପାଇଁ ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ ବସ୍ । କେବଳ ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ଏଥିସହିତ ବଦଳିପାରେ ଲକ୍ଷ୍ମୀ ବସର ନାଁ । ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମର ପ୍ରଥମ ବୈଠକରେ ରିଭ୍ୟୁ କରି ଏହି ସୂଚନା

ଆସନ୍ତା ୨୬ରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ବଢ଼ିବ ବର୍ଷାର ପରିମାଣ

ଭୁବନେଶ୍ବର: ବଙ୍ଗୋପସାଗରରେ ଆସନ୍ତା ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ରାଜ୍ୟରେ ୨୬ ରୁ ବର୍ଷାର ପରିମାଣ ବଢିବ । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଭାଗର ନିର୍ଦ୍ଦେଶିକା ମନୋରମା ମହାନ୍ତି । ପାଣିପାଗ ବିଭାଗର ସୂଚନା ମୁତାବକ, ଘୂର୍ଣ୍ଣିବଳୟ ଯୋଗୁଁ

ଜେପି ନଡ୍ଡା ରାଜ୍ୟସଭା ନେତା ନିର୍ବାଚିତ

ବିଜେପି ସଭାପତି ତଥା କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ହେଲେ ରାଜ୍ୟସଭା ନେତା। ଆଜି ସଂସଦର ଉପର ଗୃହର ନେତା ଭାବେ ଜେପି ନଡ୍ଡାଙ୍କୁ ନିର୍ବାଚିତ କରାଯାଇଛି। ବିଜେପି ସରକାରର ତୃତୀୟ ପାଳିର କ୍ୟାବିନେଟରେ ନଡ୍ଡାଙ୍କୁ ମନ୍ତ୍ରୀ ପଦ ମିଳିଛି। ଚଳିତ ମାସ ପ୍ରାରମ୍ଭରେ

ରାଜ୍ୟର ସବୁ ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ହେବ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ୱର: ରାଜ୍ୟର ସବୁ ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି, ବିଜେପିର ସଂକଳ୍ପପତ୍ର ଅନୁଯାୟୀ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଖୋଲାଯିବ। ମୁଖ୍ୟମନ୍ତ୍ରୀ ବି ଏହାଉପରେ

ଡିପଥେରିଆ-ଜଣ୍ଡିସ ରୋକିବା ପାଇଁ ଅତିରିକ୍ତ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦିଆଯିବ: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ମାଡିଲାଣି ଡିପଥେରିଆ, ଜଣ୍ଡିସ ଓ ଜାପାନିଜ ଏନସେଫାଲାଇଟିସ ରୋଗ । ଯାହାକି ଚିନ୍ତାର ବିଷୟ ପାଲଟିଛି। ରାଜ୍ୟର ଅନେକ ଜିଲ୍ଲାରେ ଏହି ରୋଗ ମାଡିଥିବା ବେଳେ ଅନେକଙ୍କ ଜୀବନ ଗଲାଣି । ଫଳରେ ଶିଶୁଙ୍କ ସ୍ବାସ୍ଥ୍ୟ ସୁରକ୍ଷା ନେଇ ସ୍ବାସ୍ଥ୍ୟ ବିଭା ଏବେ ଚିନ୍ତାରେ ପଡିଛି।