ପଶ୍ଚିମ ଏସିଆ ସଙ୍କଟ ମଧ୍ୟରେ କୁଏତ ଆମୀରଙ୍କ ସହ ଫୋନ୍‌ରେ କଥା ହେଲେ ପିଏମ ମୋଦୀ

ନୂଆଦିଲ୍ଲୀ: ପଶ୍ଚିମ ଏସିଆ (West Asia)ରେ ଜାରି ସଙ୍କଟ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର କୁଏତର ଆମୀର ଶେଖ ମେଶାଲ ଅଲ-ଅହମ୍ମଦ ଅଲ-ଜାବେର ଅଲ ସବାହଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି। ଏହି ଆଲୋଚନା ସମୟରେ ଉଭୟ ନେତା କ୍ଷେତ୍ରୀୟ ସୁରକ୍ଷା ପରିସ୍ଥିତି

ଚାକିରି ଦେବା ବାହାନାରେ ଯୁବତୀ ଚାଲାଣ, ବରମୁଣ୍ଡା ବସଷ୍ଟାଣ୍ଡରୁ ଖସିଗଲେ ଦଲାଲ

ଭୁବନେଶ୍ୱର ୦୯।୦୬ : ରାଜଧାନୀରୁ ରାଜ୍ୟ ବାହାରକୁ ଯୁବତୀ ଚାଲାଣ ରାକେଟର ପର୍ଦ୍ଦାଫାଶ ହୋଇଛି। ସୋମବାର ରାତିରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଜଣେ ନାବାଳିକାଙ୍କ ସମେତ ୩ଜଣ ଯୁବତୀଙ୍କୁ ଫାଣ୍ଡି ପୋଲିସ ଉଦ୍ଧାର କରିଛି। ଖବର ଅନୁଯାୟୀ, କିଛି ଏନଜିଓ କର୍ମଚାରୀ ଯୁବତୀମାନଙ୍କୁ ରାଜ୍ୟ

୧୧ରୁ ଖସିବ ତାପମାତ୍ରା, କୋପ ଦେଖାଇବ କାଳବୈଶାଖୀ, ୮୦ କିମି ବେଗରେ ବହିବ ପବନ

ଭୁବନେଶ୍ୱର: ୧୧ରୁ କମିବ ତାପମାତ୍ରା। ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ଓ ପବନ ରହିବ। ଏନେଇ ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଭାଗ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ ଓଡ଼ିଶାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ପବନର ବେଗ ୫୦ରୁ ୬୦ କିମି ରହିବ।

ହୃଦଘାତରେ ଆଖିବୁଜିଲେ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଭୋଇ ସେବକ

ପୁରୀ ୯।୬: ରଥ ଖଳାରେ ଶୋକାକୁଳ ପରିବେଶ । ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଜଣେ ଭୋଇ ସେବକ ହୃଦଘାତରେ ମୃତ୍ୟୁ ହୋଇଛି । ମୃତ ଭୋଇ ସେବକ ହେଉଛନ୍ତି ଧୋବା ଭୋଇ। ସେ ତାଳଧ୍ବଜ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ ।ମଙ୍ଗଳବାର ସକାଳୁ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ

ଫାର୍ମାସି ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ଦେବାକୁ ନେଉଥିଲେ ଲାଞ୍ଚ : ଦୁଇ ଗିରଫ

ଭୁବନେଶ୍ବର ୯।୬: ଫାର୍ମାସି ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ଦେବାକୁ ନେଉଥିଲେ ଲାଞ୍ଚ । ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦୁଇ ଗିରଫ । ଓଡ଼ିଶା ଫାର୍ମାସି କାଉନସିଲ୍ର ବରିଷ୍ଠ ସହାୟକ ବିଶ୍ୱମୋହନ ପଟ୍ଟନାୟକ ଓରଫ ରାଜା ଏବଂ ତାଙ୍କ ସହଯୋଗୀ ମହମ୍ମଦ ଇଜାଜ ଖାନ ଓରଫ ପୃଷ୍ଟିଙ୍କୁ ଗିରଫ

ସୁରକ୍ଷା ବାହିନୀକୁ ବଡ଼ ସଫଳତା ; ବିପୁଳ ପରିମାଣର ମାଓ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା। ମିଳିତ ତଲାସୀ ଅଭିଯାନ ସମୟରେ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ କରିଛି ପୁଲିସ। ଜବତ ସାମଗ୍ରୀ ମଧ୍ୟରେ ବନ୍ଧୁକ, ବିସ୍ଫୋରକ ସାମଗ୍ରୀ ଏବଂ ମାଓବାଦୀଙ୍କ ନିତ୍ୟ ବ୍ୟବହାର୍ଯ୍ୟ

ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀଙ୍କୁ ନିଲମ୍ବିତ କଲେ ରାଜ୍ୟ ସରକାର

ଭୁବନେଶ୍ଵର:ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆକ୍ସନ। ଦୁର୍ନୀତି ଅଭିଯୋଗରେ ରାଜ୍ୟ ସରକାର ନେଇଛନ୍ତି ବଡ଼ କାର୍ଯ୍ୟାନୁଷ୍ଠାନ। ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । ବରଗଡ଼ ଜଳସେଚନ ଡିଭିଜନର ସୁପରିଣ୍ଟେଣ୍ଡଣ୍ଟ ଇଞ୍ଜିନିୟର ମଦନ ମୋହନ ସେଠୀ, ଭେଡେନ ଜଳସେଚନ ସବ

‘ମେହେର ମୁଣ୍ଡା’କୁ କରମୁକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ନିକୁଞ୍ଜ ହୋତାଙ୍କ ଦ୍ୱାରା ନିର୍ଦ୍ଦେଶିତ ଓଡିଆ ଚଳଚ୍ଚିତ୍ର ‘ମେହେର ମୁଣ୍ଡା’କୁ କରମୁକ୍ତ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।ସୂଚନାଯୋଗ୍ୟ ଯେ ଓଡିଶାର

ରମ୍ଭାଦେଇପୁର ନାବାଳିକାଙ୍କ ’ଦାହମୃତ୍ୟୁ’ ମାମଲା, ପୁଲିସ ଅବହେଳା ଜଳଜଳ

ଜଗତସିଂହପୁର: ଜଗତସିଂହପୁର ଥାନା ଅନ୍ତର୍ଗତ ରମ୍ଭାଦେଇପୁରରେ ନାବାଳିକା ପୋଡ଼ି ହୋଇ ମୃତ୍ୟୁ ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ମେଡିକାଲ ପକ୍ଷରୁ ଘଟଣା ଦିନ(ମଇ ୨୩) ସୂଚନା ଦିଆ ଯାଇଥିବା ସତ୍ତ୍ବେ ପୁଲିସ ପକ୍ଷରୁ ସେପରି କୌଣସି ତତ୍ପରତା ପ୍ରକାଶ ପାଇ ନଥିଲା। ପୁଲିସର ପକ୍ଷରୁ

ଦୀଘା ଜଗନ୍ନାଥ ମନ୍ଦିର ନେଇ ଓଡ଼ିଶା ସରକାରଙ୍କ ପ୍ରସ୍ତାବକୁ ସ୍ବାଗତ କଲେ ଶୁଭେନ୍ଦୁ ଅଧିକାରୀ

ଭୁବନେଶ୍ବର: ପଶ୍ଚିମବଙ୍ଗର ଦୀଘାରେ ନିର୍ମିତ ଜଗନ୍ନାଥ ମନ୍ଦିରକୁ ଆଉ ‘ଧାମ’ କୁହାଯିବ ନାହିଁ। ପଶ୍ଚିମବଙ୍ଗର ପୂର୍ବତନ ସରକାର ରଖିଥିବା ଏହି ‘ଧାମ’ ଶବ୍ଦକୁ ହଟାଇବାକୁ ବର୍ତ୍ତମାନର ସରକାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଆଜି