ଦିଲ୍ଲୀରେ ଯମୁନାର କରାଳ ରୂପ, ସଚିବାଳୟ ଠାରୁ ରିଲିଫ କ୍ୟାମ୍ପ ଯାଏଁ ପହଞ୍ଚିଲା ପାଣି

ନୂଆଦିଲ୍ଲୀ : ଦିଲ୍ଲୀରେ ଯମୁନା ନଦୀର କରାଳ ରୂପ । ଗମ୍ଭୀର ବନ୍ୟା ସଙ୍କଟ ଦେଇ ଗତି କରୁଛି ରାଜଧାନୀ ଦିଲ୍ଲୀ । ୨୦୧୩ର ରେକର୍ଡ ଭାଙ୍ଗିଛି ଯମୁନା ନଦୀର ଜଳସ୍ତର । ହାଇ ଆଲର୍ଟରେ ଦିଲ୍ଲୀ । ପ୍ରଭାବବିତ ହୋଇଛନ୍ତି ୮ ହଜାରରୁ ଅଧିକ ଲୋକ । ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ

ଅପିଲ୍ସ କୋର୍ଟ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ଟାରିଫ ନେଇ ସୁପ୍ରିମକୋର୍ଟ ଗଲେ ଟ୍ରମ୍ପ

ଆମେରିକାରେ ଟାରିଫକୁ ନେଇ ଲାଗିରହିଛି ଅନିଶ୍ଚିତତାର ବାତାବରଣ । ଟାରିଫକୁ ନେଇ ଅପିଲ୍ସ କୋର୍ଟର ନିଷ୍ପତ୍ତିର ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟ ଗଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପଙ୍କ ଟାରିଫ ନିଷ୍ପତ୍ତିକୁ ଅବୈଧ ଘୋଷଣା କରିଥିଲେ ଫେଡେରାଲ ସର୍କିଟ

ଆଫଗାନିସ୍ତାନ ଭୂକମ୍ପ ପୀଡିତଙ୍କୁ ୨୧ ଟନ୍ ରିଲିଫ ସାମଗ୍ରୀ ପଠାଇଲା ଭାରତ

ନୂଆଦିଲ୍ଲୀ : ଭାରତ ଆଫଗାନିସ୍ତାନର ପ୍ରକ୍ତ ବନ୍ଧୁ । ଏହା ପୁଣିଥରେ ପ୍ରମାଣିତ ହୋଇଛି । ଭାରତ ସବୁବେଳେ ପଡ଼ୋଶୀମାନଙ୍କୁ ସାହାଯ୍ୟ କରିବାରେ ଆଗରେ ରହିଛି । କେବଳ ନେପାଳ, ବାଂଲାଦେଶ, ମାଳଦ୍ୱୀପ ନୁହେଁ ବରଂ ସୀମା ଠାରୁ ଦୂରରେ ଅବସ୍ଥିତ ତୁର୍କୀ, ପାଲେଷ୍ଟାଇନ ଇତ୍ୟାଦି ଦେଶ ଗୁଡ଼ିକୁ

୨୦ ହଜାର କିମି ଦୂର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିବ କ୍ଷେପଣାସ୍ତ୍ର, ତିଆରି କରିଛି ଚୀନ

ଚୀନ୍ : ରାଜଧାନୀ ବେଜିଂର ତିଆନାନମେନ୍ ସ୍କୋୟାରରେ ଆୟୋଜିତ ହୋଇଛି ବିଜୟ ଦିବସ ପରେଡ୍ । ଏହି ସମୟରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ, ୟୁରୋପ ଏବଂ ଆମେରିକାକୁ ଏକ କଡ଼ା ବାର୍ତ୍ତା ଦେଇଛନ୍ତି । ବିଜୟ ଦିବସରେ ହୋଇଥିବା ପରେଡ୍‌ରେ ଚୀନ୍ ପ୍ରଥମ ଥର ପାଇଁ ନିଜର

ବିଧାନସଭାରେ ବିଜେପି-ଟିଏମସି ବିଧାୟକ ହାତାହାତି, ୫ ବିଜେପି ବିଧାୟକ ନିଲମ୍ବିତ

କୋଲକାତା : ଆଜି ପଶ୍ଚିମବଙ୍ଗ ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ସମୟରେ ବିଜେପି ବିଧାୟକ ଏବଂ ମାର୍ଶାଲମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏହାପରେ ବିଜେପି ବିଧାୟକ ଏବଂ ମୁଖ୍ୟ ସଚେତକ ଶଙ୍କର ଘୋଷଙ୍କ ସମେତ ପାଞ୍ଚ ଜଣ ବିଧାୟକଙ୍କୁ ଗୃହର କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।

ବିମଏସିର ପ୍ରସ୍ତୁତି ବୈଠକ: ଏଥର ପୂଜା ମେଲୋଡିରେ ଅଶ୍ଳୀଳ ନୃତ୍ୟ ମନା, ଦିଆଯିବ ନିଶାମୁକ୍ତ ବାର୍ତ୍ତା

ଭୁବ‌ନେଶ୍ବର: ଆରମ୍ଭ ହେଲାଣି ପାର୍ବଣ ଋତୁ। ଆଉ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ପ୍ରଶାସନ। ଚଳିତ ବର୍ଷ ପୂଜାରେ ପ୍ରଶାସନ ପକ୍ଷରୁ କଡ଼ାକଡ଼ି କରାଯାଇଛି। ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି କମିଶନରେଟ୍ ପୋଲିସ। ଲୋକଙ୍କ ସୁରକ୍ଷା ପୋଲିସର ପ୍ରାଥମିକତା କହିଲେ କମିସନର ।ଏଥର ପୂଜା

ଫେରିବ ମହାପ୍ରଭୁ ଜଗନ୍ନାଥଙ୍କ ଭୂସମ୍ପତ୍ତି: ଆଇନ ମନ୍ତ୍ରୀ

ଭୁବନେଶ୍ୱର: ମହାପ୍ରଭୁଙ୍କ ଭୂସମ୍ପତ୍ତି ଫେରାଇ ଆଣିବାକୁ ସରକାରଙ୍କ ପ୍ରକ୍ରିୟା ଆରମ୍ଭ। ରାଜ୍ୟ ଓ ରାଜ୍ୟ ବାହାରେ ଥିବା ସଂପତ୍ତି ଫେରାଇ ଆଣିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ‘ମହାପ୍ରଭୁଙ୍କର

ମୋଷ୍ଟ ୱାଣ୍ଟେଡକୁ ଧରିବାକୁ ଭୁବନେଶ୍ବରରେ ଆସାମ ପୋଲିସର ରେଡ୍‌

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଆସାମ ପୋଲିସ ଗୁରୁବାର ରେଡ୍‌ କରିଛି। ତେବେ ଜଣେ ମୋଷ୍ଟ ଓ୍ବାଣ୍ଟେଡ୍‌ ଆତ୍ମଗୋପନ କରିଥିବା ସୂଚନା ପରେ ଏହି ଚଢ଼ାଉ ଜାରି ରହିଛି। କମିଶନରେଟ ପୋଲିସ ସହାୟତାରେ ଆସାମ ପୋଲିସ ରେଡ୍‌ କରୁଛି। ଇନ୍‌ଫୋସିଟି ପୋଲିସ ସହାୟତାରେ ଏକ ଆପାର୍ଟମେଣ୍ଟରେ ରେଡ୍‌

ଅକ୍ଟୋବର ୭ରୁ ହବିଷ ବ୍ରତ ଆରମ୍ଭ : ଅନ୍‌ଲାଇନ ପଞ୍ଜୀକରଣ ଖୁବଶୀଘ୍ର

ପୁରୀ : ରାଜ୍ୟର ପ୍ରାୟ ୨,୫୦୦ ଶ୍ରଦ୍ଧାଳୁଙ୍କୁ ଶ୍ରୀକ୍ଷେତ୍ରରେ ମାଗଣା କାର୍ତ୍ତିକ ବ୍ରତ ପାଳନର ସୁବିଧା ଯୋଗାଇ ଦେବେ ସରକାର। ଏଥିପାଇଁ ଖୁବଶୀଘ୍ର ଆରମ୍ଭ ହେବ ଅନ୍‌ଲାଇନ ପଞ୍ଜୀକରଣ ବ୍ୟବସ୍ଥା। ଜଟିଳ ରୋଗ ଓ ବୟସାଧିକ୍ୟ ଲୋକଙ୍କୁ ଏଥିପାଇଁ ସୁଯୋଗ ମିଳି ନପାରେ। ମନୋନୟନ ପୂର୍ବରୁ ଏକ

ଏବେ ସବୁ ଅଙ୍ଗନବାଡି ବନ୍ଦ କରି ସ୍କୁଲ୍‌ରେ ସାମିଲ କରିବା ସମ୍ଭବ ନୁହେଁ: ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ସ୍କୁଲ୍‌ରେ ଅଙ୍ଗନବାଡି ସାମିଲ ନେଇ ଗୁରୁବାର ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଶିଶୁ ବାଟିକା ୩କୁ ସ୍କୁଲରେ ସାମିଲ କରାଯାଇଛି। ଏବେ ମଧ୍ୟ ଶିଶୁ ବାଟିକା ୧ ଓ ୨ ଅଙ୍ଗନବାଡି କେନ୍ଦ୍ରରେ ଅଛି । ବର୍ତ୍ତମାନ ସବୁ