
ନୟାଗଡ଼,୦୯/୦୯ (ନିସର୍ତ୍ତ) : ନକଲି ମଦ କାରଖାନା ଉପରେ ଚଢ଼ାଉ କରା ଯାଇ ଜଣଙ୍କୁ ଗିରଫ କରାଯାଇଛି । ନୟାଗଡ ଅବକାରୀ ଅଧିକ୍ଷକ ଜ୍ଞାନରଞ୍ଜନ ପଣ୍ଡାଙ୍କ ନିର୍ଦ୍ଦେଶରେ ରଣପୁର ଅବକାରୀ ଥାନା ଅଧିକାରୀ ଶଶିକାନ୍ତ ରାଉତ ନରସିଂହପୁର ନିକଟ ରାଇସ ମିଲ ସାମନା କାଜୁ ଜଙ୍ଗଲଭିତରେ ଥିବା ଏକ ଘରେ ନକଲି ମଦ କାରଖାନାର ସନ୍ଧାନ ପାଇଥିଲେ । ଏହି ନକଲି ମଦ କାରଖାନା ଉପରେ ଚଢ଼ାଉ କରିଥିଲେ । ସେଠାରୁ ଏକ ଲକ୍ଷ ୬୬ ହଜାର ଟଙ୍କାର ସ୍ପିରିଟ, ନାମୀ ଦାମୀ ବିଭିନ୍ନ କମ୍ପାନୀ ଲେବୁଲ, ବୋତଲ, ଠିପି, ରଙ୍ଗ ଓ ମଦର ଅତର ଜବତ କରିଥିଲେ । ଏଥି ସହିତ ଚାନ୍ଦପୁର ଥାନା ରାଜ ଜଙ୍କିଆ ଓଲସର ଗାଁର ଶ୍ରୀନିବାସ ବେହେରାଙ୍କ ପୁଅ ପ୍ରକାଶ ବେହେରା (୨୪) କୁ ଗିରଫ କରିଥିବା ଜଣାପଡିଛି। ତେବେ ଏହି ଚଢ଼ାଉରେ ରଣପୁର ଅବକାରୀ ଥାନା ଅଧିକାରୀ ଶଶିକାନ୍ତ ରାଉତ,ନିର୍ମଳ କୁମାର ବେହେରା, ବିକାଶ ଜେନା,ସଂଜୀବ ମହାପାତ୍ର ରମ୍ଭା ରାଉତ ପ୍ରମୁଖ ସାମିଲ ଥିଲେ । ଏହି କାରଖାନରୁ ନକଲି ମଦ ଜଙ୍କିଆ, ନାଚୁଣୀ ଥାନା ଅଞ୍ଚଳକୁ ଚାଲାଣ ହେଉଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇ ଥିବା ନେଇ ଅବକାରୀ ଥାନା ଅଧିକାରୀ ଶ୍ରୀ ରାଉତ ସୂଚନା ଦେଇଛନ୍ତି ।
