ଆସନ୍ତାକାଲି ସକାଳ ୧୦ ଟା ପର୍ଯ୍ୟନ୍ତ ସିଲଭର ସିଟିରେ ବଳବତ୍ତର ରହିବ କର୍ଫ୍ୟୁ

କଟକ : ସୁରକ୍ଷା ଭିତରେ ସିଲଭର ସିଟି । ଚାପା ଉତ୍ତେଜନା ସତ୍ତ୍ବେ ନିୟନ୍ତ୍ରଣରେ ସ୍ଥିତି। ଦ୍ବିତୀୟ ଦିନରେ କଟକରେ କର୍ଫ୍ୟୁ। ଗତକାଲିର ବାଇକ ରାଲି ବେଳେ ଉପୁଜିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାତି ୧୦ଟାରୁ ୩୬ ଘଣ୍ଟିଆ କର୍ଫ୍ୟୁ ଜାରି କରାଯାଇଥିଲା। ଆସନ୍ତାକାଲି ସକାଳ ୧୦ ଟା

ବଳରାମ ଦାସ ସମାଧି ପୀଠ ନବୀକରଣ ପାଇଁ ୨୨ କୋଟି ଟଙ୍କାର ଅନୁଦାନ ମିଳିଲା

କୋଣାର୍କ: କାହିଁ କେଉଁ କାଳରୁ ଗୋପ ବ୍ଲକ ଅନ୍ତର୍ଗତ ବେଗୁନିଆ ଗାଁରେ ରହି ଆସିଛି ଭକ୍ତ ବଳରାମ ଦାସଙ୍କ ସମାଧି ପୀଠ । ଯାହାକି ଗୁପ୍ତ ଶ୍ରୀକ୍ଷେତ୍ର ନାମରେ ବେଶ ପରିଚିତ । ଉକ୍ତ କ୍ଷେତ୍ରରେ ଉନ୍ନତି ନେଇ ସ୍ଥାନୀୟ ଅଞ୍ଚଳବାସୀ ସରକାରଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଆସୁଥିବା ବେଳେ

ପୁରୀରେ ଆସନ୍ତାକାଲି ଠାରୁ ହବିଷିଆଳି ବ୍ରତ ଆରମ୍ଭ

ପୁରୀ: ପୁରୀରେ ହବିଷିଆଳି ବ୍ରତ ବା ରାଈଦାମୋଦର ବ୍ରତ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ବିଭିନ୍ନ ଜିଲ୍ଲାରୁ ହବିଷିଆଳି ଆସି ଶ୍ରୀକ୍ଷେତ୍ରରେ ପହଞ୍ଚିଲେଣି। ପୁରୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ୪ଟି ସ୍ଥାନରେ ହବିଷିଆଳିଙ୍କ ରହଣି ପାଇଁ ବ୍ୟବସ୍ଥା କରାଯାଇଛି ।

ମହାବିରୋଡ଼ ରେଞ୍ଜରେ ଅଜଣା ଜନ୍ତୁ ଆତଙ୍କ, ପେଟ୍ରୋଲିଂ କରି ଗ୍ରାମବାସୀଙ୍କୁ ସଚେତନ କରୁଛି ବନବିଭାଗ

କାମାକ୍ଷାନଗର: ମହାବିରୋଡ଼ ରେଞ୍ଜରେ ଅଜଣା ଜନ୍ତୁ ଆତଙ୍କ । ବାଘ ହୋଇଥିବା ନେଇ ସନ୍ଦେହ କରାଯାଉଛି । କୁଟୁରିଆ ଗାଁରେ ଏକ ଗାଈକୁ ଆକ୍ରମଣ କରିବା ସହ ସ୍ଥାନୀୟ ଜଙ୍ଗଲରେ ଥିବା ସୂଚନା ଦିଆଯାଇଛି । ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇବା ପରେ ଲୋକଙ୍କୁ ସତର୍କ କରାଇବା ସହ ଅଜଣା ଜନ୍ତୁକୁ

କଟକରେ ଶାନ୍ତି ବଜାୟ ରଖିବାକୁ ଆହ୍ବାନ ଦେଲେ ଆଇନ ମନ୍ତ୍ରୀ

ଭୁବନେଶ୍ୱର: ଦଶହରା ଭସାଣ ଶୋଭାଯାତ୍ରା ସମୟରେ ଘଟିଥିବା ଗଣ୍ଡଗୋଳ ଘଟଣାରେ ଅଶାନ୍ତ ହୋଇପଡିଛି ଭାଇଚାରାର ସହର କଟକ । ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଥମିବାର ନାଁ ନେଉନାହିଁ । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ସହରରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଜାରି ହୋଇଛି ।

ଏସ୍ଆଇ ପରୀକ୍ଷା ଜାଲିଆତି ମାମଲା ପରେ ତିନି ବର୍ଷରୁ ଉର୍ଦ୍ଧ କର୍ମଚାରୀ ମାନଙ୍କୁ ବଦଳୀ ପାଇଁ ନିର୍ଦ୍ଧେଶ ପରେ ବାବୁ ଓ…

ବଦଳୀ ଆଦେଶ ଧର୍ମକୁ ଆଖିଠାର.. ମୁଠା ମୁଠା କଳା ଟଙ୍କା ଧରି ସୁପାରିଶ ପାଇଁ ଭିଡ଼ …..! ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଏସ୍ଆଇ ପରୀକ୍ଷା ଜାଲିଆତି ର ପର୍ଦାଫାଶ ଚାଲିଛି, ସବୁ ଦୁର୍ନୀତି ର ଜଡ଼ ଗଞ୍ଜାମ ଜିଲ୍ଲା କହିଲେ କିଛିବି ଭୁଲ ହେବ ନାହିଁ l ଯେଉଁଠି ହାତ ମାରିବ ସେଠାରେ ପାଇବ

ଧରାକୋଟ ଥାନା ଅଞ୍ଚଳ ରେ ଜୁଆ ଖେଳରେ ଟଙ୍କା ଭାଗ ବଣ୍ଟାକୁ ନେଇ ଛୁରା ଭୁଷି ହତ୍ୟା…..!

ଜୁଆ ଆଡ୍ଡା ସମ୍ପର୍କ ରେ ପୂର୍ବରୁ ଥାନାରେ ଅଭିଯୋଗ ହୋଇଥିଲା ଏବଂ ଏସ. ପି ଙ୍କୁ ମଧ୍ୟ ଅବଗତ କରାଯାଇ ଥିଲା …..! ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଗାଁ ରୁ ସହର ପର୍ଯ୍ୟନ୍ତ ପରମ୍ପରା କୁ ଆଳ କରି ଜୁଆ ଖେଳରେ ଟଙ୍କା ଉଡ଼ୁଛି। ଧରାକୋଟ ଥାନା ଅନ୍ତର୍ଗତ ଆର. ଦାମଦର ପଲ୍ଲୀ ଠାରେ

କଟକରେ ଉତ୍ତେଜନା ପରେ ସହର ବୁଲି ସ୍ଥିତି ପରଖିଲେ ଡିଜିପି

କଟକ: କଟକରେ ରବିବାର ଉତ୍ତେଜନା ସୃଷ୍ଟି ହେବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ ରାତି ପ୍ରାୟ ୯ଟାରେ ଡିଜିପି ଓ୍ବାଇ.ବି. ଖୁରାନିଆ ସହରରେ ବୁଲି ବୁଲି ସ୍ଥିତି ପରଖିଛନ୍ତି। ଡିଜିପିଙ୍କ ସହିତ ଅନ୍ୟ ପୁଲିସ ଅଧିକାରୀ ବି ଉପସ୍ଥିତ ରହିଥିଲେ।

କଟକ ଘଟଣାରେ ଶାନ୍ତି ପାଇଁ ନିବେଦନ କଲେ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା

ଭୁବନେଶ୍ବର : କଟକ ଘଟଣାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସମସ୍ତଙ୍କୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସେ ନିବେଦନ କରିଛନ୍ତି । କହିଛନ୍ତି, ଭାଇଚାରାର ଅନନ୍ୟ ନିଦର୍ଶନ ହେଉଛି କଟକ ସହର । ମାତ୍ର କେତେକ

କଟକରେ ଇଣ୍ଟରନେଟ ସେବା ବନ୍ଦ, ସାମାଜିକ ଗଣମାଧ୍ୟମ ଉପରେ କଟକଣା

କଟକ; ଦଶହରା ଭସାଣ ଶୋଭାଯାତ୍ରା ସମୟରେ କଟକରେ ଘଟିଥିବା ଗଣ୍ଡଗୋଳ ଘଟଣା ପ୍ରତିବାଦରେ ସୋମବାର ସହରରେ ବନ୍ଦ ଡାକରା ଦିଆଯାଇଛି। ତେଣୁ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସହରରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି। ରବିବାର ସନ୍ଧ୍ୟା ୭ଟାରୁ ସୋମବାର ସନ୍ଧ୍ୟା ୭ଟା ଯାଏ ନିଷ୍ପତ୍ତି