ପେଟ୍ରୋଲ ପମ୍ପ ନିକଟରୁ ୮ ଫୁଟିଆ ଅଜଗର ଉଦ୍ଧାର

ମାଲକାନଗିରି: ମାଲକାନଗିରି ସଦର ମାଡଭି ପେଟ୍ରୋଲ ପମ୍ପ ନିକଟରୁ ଏକ ବିଶାଳ ଅଜଗର ସାପ ଉଦ୍ଧାର ହୋଇଛି। ଉଦ୍ଧାର ହୋଇଥିବା ଅଜଗରଟିର ଲମ୍ବ ପ୍ରାୟ ୮ ଫୁଟ ଏବଂ ଓଜନ ୧୫ କିଲୋଗ୍ରାମରୁ ଅଧିକ ଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ପେଟ୍ରୋଲ ପମ୍ପ ନିକଟରେ ଥିବା ଏକ ବୁଲା କୁକୁର ତା’ର ନବଜାତ ଛୁଆମାନଙ୍କ ସହ ରହୁଥିଲା। ପେଟ୍ରୋଲ ପମ୍ପ କର୍ମଚାରୀ କୁକୁର ଓ ଛୁଆମାନଙ୍କୁ ଖାଦ୍ୟ ଦେବା ସମୟରେ ହଠାତ୍‌ ଏକ ଅଜଗର ସାପ ନଜରକୁ ଆସିଥିଲା। ଏହା ଦେଖି ପମ୍ପ କର୍ମଚାରୀ ସାପ ଉଦ୍ଧାର ହେଲ୍ପଲାଇନକୁ ଫୋନ୍ କରିଥିଲେ। ଖବର ପାଇ ସ୍ନେକ୍ ହେଲ୍ପଲାଇନ୍‌ର କାର୍ଯ୍ୟକର୍ତ୍ତା ନାନୁ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୀର୍ଘ ସମୟର ଚେଷ୍ଟା ପରେ ସୁରକ୍ଷିତ ଭାବେ ଅଜଗରଟିକୁ ଉଦ୍ଧାର କରାଯାଇଥିଲା। ପରେ ସାପଟିର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ବନ ବିଭାଗର ସୂଚନା ଅନୁସାରେ ନିରାପଦ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି। ଅଜଗରଟି ଉଦ୍ଧାର ହେବା ପରେ ପେଟ୍ରୋଲ ପମ୍ପ କର୍ମଚାରୀ ଓ ସ୍ଥାନୀୟ ଲୋକେ ଆଶ୍ୱସ୍ତ ହୋଇଛନ୍ତି।

ad-week
Leave A Reply

Your email address will not be published.