Browsing Category

ଓଡିଶା

ଭାରସାମ୍ୟ ହରାଇଲା ପିକ୍‌ଅପ୍‌ ଭ୍ୟାନ୍‌; ୫ ଶ୍ରମିକ ମୃତ, ୨୫ରୁ ଊର୍ଦ୍ଧ୍ବ ଗୁରୁତର

ଗୋଲାମୁଣ୍ଡା: ଚାଷକାମରୁ ଶ୍ରମିକମାନଙ୍କୁ ନେଇ ଫେରୁଥିବା ପିକ୍‌ଅପ୍‌ ଭ୍ୟାନ୍‌ ରବିବାର ସନ୍ଧ୍ୟାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧୀନ ଡୋକରିପଡ଼ା ଠାରେ ଏହି ଅଘଟଣ ଘଟିଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୨୫ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଜିଲ୍ଲାର

ମଦ ନିଶାରେ ନିଜର ୫ ମାସର ଶିଶୁପୁତ୍ରକୁ କଚାଡ଼ି ମାରି ଦେଲା ବାପା

ପାଇକମାଳ: ମଦ୍ୟପ ପିତାର ଉନ୍ନତ୍ତ କାଣ୍ଡ। ମଦ ନିଶାରେ ନିଜର ୫ମାସର ଶିଶୁ ପୁତ୍ରକୁ କଚାଡ଼ି ମାରି ଦେଲା। ଏଭଳି ଅବାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ପାଇକମାଳ ଥାନା ଚେରଙ୍ଗାଝାଞ୍ଜ ଗ୍ରାମରେ। ପୁଲିସ ଶବକୁ ଜବତ କରିଛି। ଶିଶୁର ପିତାକୁ ଗିରଫ କରି ପୁଲିସ ତଦନ୍ତ କରୁଛି। ସୂଚନା

କେନ୍ଦୁପତ୍ର ତୋଳାଳିଙ୍କ ବୋନସ୍ ବୃଦ୍ଧି କଲେ ରାଜ୍ୟ ସରକାର

ସମ୍ବଲପୁର: କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଖୁସି ଖବର । ବଢିଲା କେନ୍ଦୁପତ୍ର ତୋଳାଳିଙ୍କ ବୋନସ୍ । ୨୫ ପ୍ରତିଶତରୁ ୫୦ ପ୍ରତିଶତକୁ ବୋନସ୍ ବୃଦ୍ଧି କଲେ ରାଜ୍ୟ ସରକାର । ଉପକୃତ ହେବେ ୮ ଲକ୍ଷ ୫୦ ହଜାର ତୋଳାଳି । ଏଥିପାଇଁ ୯୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ସମ୍ବଲପୁର

ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା: ଅଭିଯୁକ୍ତ ଥାନାରେ ଅଟକ

ରାଉରକେଲା: ଗତକାଲି ବେଦବ୍ୟାସ ଆଇଡିସି ମାରେଙ୍ଗପିଢ଼ି ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଯାଇଛି। ସ୍ଥାନୀୟ ଅଞ୍ଚଳ ଯୁବକ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା କରିଥିବା ଜଣାପଡିଛି। ନାବାଳିକାଙ୍କ ଘର ଲହୁଣୀପଡା ଅଞ୍ଚଳରେ। ସେ ତାଙ୍କ ପରିବାର ସହ ମାରେଙ୍ଗପିଢ଼ିର ସମ୍ପର୍କୀୟଙ୍କ

ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ସାତକଡି ହୋତାଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା । ଗତ ଦୁଇ ଦିନ ତଳେ ସେ ଅସୁସ୍ଥ ଅନୁଭବ କରିଥିଲେ । ଖାଇବା ଛାଡ଼ି ଦେଇଥିଲେ । ଆଜି ସକାଳେ ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ଦିନ ୧୨ଟା ୨୫ ମିନିଟରେ

ଥାନାରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ନିଜ ବେକ କାଟିଲେ ଗିରଫ ଯୁବକ

ମୟୂରଭଞ୍ଜ   : ଥାନାରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ନିଜ ବେକ ନିଜେ କାଟିଲେ ଗିରଫ ଯୁବକ। ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନାରେ ଅଭାବନୀୟ ଘଟଣା ଘଟିଛି। ପରେ ବାରିପଦା ସ୍ଥିତ ପିଆରଏମ ହସ୍ପିଟାଲ ପରିସରରେ ଦେଖାଦେଇଛି ଉତ୍ତେଜନା। ଅଭିଯୋଗ ଅନୁଯାୟୀ, ଷ୍ଟେସନ ବଜାର ଅଞ୍ଚଳର ଏକ ଦୋକାନରୁ

ଆସନ୍ତା ୧୬ରେ ଦେଶବ୍ୟାପୀ ହରତାଳ

ଭୁବନେଶ୍ୱର: ଫେବ୍ରୁଆରୀ ୧୬ରେ ଦେଶବ୍ୟାପୀ ହରତାଳ, ଗ୍ରାମୀଣ ଭାରତ ବନ୍ଦ ଓ ଶିଳ୍ପ ଧର୍ମଘଟ ଡାକରା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ଶ୍ରମିକ ଓ କୃଷକ ମାରଣ ନୀତିକୁ ବିରୋଧ କରି ସଂଯୁକ୍ତ କିଷାନ ମୋର୍ଚ୍ଚା, ଟ୍ରେଡ ୟୁନିଅନ ମିଳିତ ମଞ୍ଚ ଓ ସ୍ଵାଧୀନ ଫେଡେରେସନ ସମୂହ ପକ୍ଷରୁ ଏହି

ରାଜ ଶ୍ମଶାନରେ ଜଳିଲା ରାଣୀ ମାତାଙ୍କର ଜୁଇ

ପଞ୍ଚଭୂତରେ ବିଲୀନ ହେଲା ଖଲିକୋଟର ରାଣୀ ମାଆ ସୁଜ୍ଞାନ କୁମାରୀ ଦେଓଙ୍କ ପାର୍ଥୀବ ଶରୀର। ଖଲିକୋଟ ରାଜପରିବାର ଶ୍ମଶାନରେ ହିନ୍ଦୁ ରାଜକୀୟ ରୀତିନୀତିରେ ତାଙ୍କୁ ଅନ୍ତିମ ବିଦାୟ ଜଣାଇଛନ୍ତି ଶତାଧିକ ପ୍ରଶଂସକ, ଶୁଭେଚ୍ଛୁ ଏବଂ ଖଲିକୋଟ ଲୋକେ। ଲୁହରେ ସତେ ଯେମିତି ଆଜି ଭାସିଛି ଖଲିକୋଟ।

ଭ୍ୟାନ୍‌କୁ ପିଟିଲା ଟ୍ରକ୍‌: ୪ ମୃତ, ୯ ଗୁରୁତର

ଝାରସୁଗୁଡା: ଅଶୁଭ ରବିବାର । ଲଖନପୁର ବ୍ଲକ ବେହେରାଗୁଡ଼ା ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା। ଏକ ଭ୍ୟାନକୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କିଛି

ଚାଷ ପାଇଁ ନିର୍ମାଣ ହୋଇଥିବା ପାଣିକୁଣ୍ଡରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ତହରାକାରିଆଗୁଡ଼ା ଗ୍ରାମରେ ଜଣେ ଯୁବକ ପାଣି କୁଣ୍ଡରେ ବୁଡ଼ି ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ପ୍ରକାରେ ତହରାକାରିଆଗୁଡ଼ା ଗ୍ରାମର ସାତିମ ମାଝୀଙ୍କ ପୁଅ ସୁରେନ୍ଦ୍ର ମାଝୀ(୨୪) ସବୁ ଦିନ ଭଳି ଆଜି ମଧ୍ୟ