Browsing Category

ଓଡିଶା

ଶ୍ରୀକ୍ଷେତ୍ରରେ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ

ପୁରୀ: ଆଜିଠାରୁ ବିଧିବଦ୍ଧଭାବେ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଛି। ଗତକାଲି ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ ଅନୁକୂଳ ସମ୍ପାଦନ ହୋଇଥିବା ବେଳେ ଆଜିଠାରୁ କାମ ଆରମ୍ଭ ହୋଇଛି। ଆଜିଠାରୁ ମହାରଣା ସେବକ ଓ ଭୋଇ ସେବକ ସେମାନଙ୍କ କାମ ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ,

ରାଜ୍ୟରେ ବିଦ୍ୟୁତ୍ କାଟ ହେଉନି, ଓଭର ଲୋଡିଂ ଦ୍ୱାରା ପାୱାର ଲାଇନ ଟ୍ରିପ୍ ହୋଇଯାଉଛି : ଶକ୍ତି ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ବିଦ୍ୟୁତ୍ ଯୋଗାଣର କୌଣସି ଅଭାବ ନାହିଁ। ଅନେକ ଜାଗାରେ ଓଭର ଲୋଡିଂ ଦ୍ୱାରା ପାୱାର ଲାଇନ ଟ୍ରିପ ହେଇଯାଉଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ହେଉଥିବା ବିଦ୍ୟୁତ୍ କାଟ ପ୍ରସଙ୍ଗରେ ଏଭଳି ସଫେଇ ଦେଇଛନ୍ତି ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ। ସେ କହିଛନ୍ତି, ବିଶେଷ କରି

୩୫ ଲକ୍ଷ ଚାଷୀଙ୍କୁ ମିଳିଲା ଦ୍ୱିତୀୟ ପର୍ଯ୍ୟାୟ ସୁଧ ରିହାତି ଟଙ୍କା, ବିତରଣ କଲେ ମୁଖ୍ୟମନ୍ତ୍ରୀ

ସୁଧ ରିହାତି ବିତରଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୩୫ ଲକ୍ଷ ଚାଷୀଙ୍କୁ ମିଳିଲା ଦ୍ୱିତୀୟ ପର୍ଯ୍ୟାୟ ସୁଧ ରିହାତି ଟଙ୍କା। ସମବାୟ ବ୍ୟାଙ୍କ ଓ ପ୍ରାଥମିକ କୃିଷିଋଣ ସମବାୟ ସମିତିମାନଙ୍କୁ ୨୦୨୨-୨୩ ବର୍ଷର ଦ୍ୱିତୀୟ ପର୍ଯ୍ୟାୟ ସୁଧ ରିହାତିର ବିତରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର ଏକାମ୍ର ହାଟରେ ମାରପିଟ…

ଭୁବନେଶ୍ୱର: ହୋଟେଲରେ ବସିବାକୁ କେନ୍ଦ୍ର କରି ତୁମୁଳକାଣ୍ଡ । ଭୁବନେଶ୍ୱର ଏକାମ୍ର ହାଟରେ ମାରପିଟ । ଖାଇବା ପିଇବା ଚାଲିଥିବା ବେଳେ ଗଣ୍ଡଗୋଳ । ବଚସାରୁ ହାତାହାତି । ଚେୟାରରେ ପିଟାପିଟି । ଗତକାଲି ଏକାମ୍ର ହାଟରେ ଏମିତି ଘଟଣା ଦେଖିବାକୁ ମିଳିଥିଲା । ଜଣେ ବ୍ୟକ୍ତିଙ୍କୁ କିଛି ଲୋକ

କୂଅରେ ପଡ଼ି ନାବାଳକର ମୃତ୍ୟୁ

କାମାକ୍ଷାନଗର: କୂଅରେ ପଡ଼ି ଜଣେ ନାବାଳକର ମୃତ୍ୟୁ। ମୃତକ ନାବାଳକ ହେଲେ ତୁମୁସିଙ୍ଗା ଥାନା ବୋଲୁଅ ଗ୍ରାମର ବିରଞ୍ଚି ନାରାୟଣ ନାୟକଙ୍କ ୧୨ ବର୍ଷର ପୁଅ ଶୁଭମ ନାୟକ। ସୂଚନା ଅନୁଯାୟୀ, ଶୁଭମ ଗତକାଲି ମାମୁଁଘର ସରଦେଇପୁର ଗ୍ରାମକୁ ଯାତ୍ରା ଦେଖିବାକୁ ଯାଇଥିବାବେଳେ ଅସାବଧାନତାରୁ କୁଅରେ

ଅନୁଗୋଳ ଜିଲ୍ଲା ବଡ଼କନ୍ତକୁଳ ଗାଁରେ ହାତୀ ଆକ୍ରମଣରେ ଦୁଇ ମୃତ

ଅନୁଗୋଳ: ଦଳିଦେଲା ଦନ୍ତା। ଅନୁଗୋଳ ଜିଲ୍ଲା ବଡ଼କନ୍ତକୁଳ ଗାଁରେ ହାତୀ ଆକ୍ରମଣରେ ଦୁଇ ମୃତ । ମୃତକ ଦୁଇ ଜଣ ମୁନି ପ୍ରଧାନ ଓ ଗୌରୀ ରାଉଳ । ଘର ପାଖ ଆମ୍ବ ବଗିଚାକୁ ଆମ୍ବ ଗୋଟାଇବାକୁ ଯାଇଥିବାବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ। ଦନ୍ତା ଦୁଇ ଜଣଙ୍କୁ ଦଳି ଦେଇଥିଲା। ଘଟଣାସ୍ଥଳରେ

ଟ୍ରେନ୍ ଟଏଲଟରେ ମହିଳାଙ୍କ ମୃତଦେହ ମିଳିବା ଘଟଣା, ପୋଷ୍ଟର ଲଗାଇଲା GRP

ଭୁବନେଶ୍ୱର: ଭୁବନେଶ୍ୱର ରେଲୱେ ଷ୍ଟେସନରେ ଏକ ଟ୍ରେନ ଟଏଲଟରେ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ପୋଷ୍ଟର ଲଗାଇଲା GRP। ମୃତ ମହିଳାଙ୍କ ପରିଚୟ ଜାଣିବାକୁ ଭୁବନେଶ୍ୱର ଷ୍ଟେସନ, ରାଜ୍ୟ ବାହାର ଷ୍ଟେସନ ଓ ଜନଗହଳି ପୂର୍ଣ୍ଣ ସ୍ଥାନ ମାନଙ୍କରେ ପୋଷ୍ଟର ଲଗାଯାଇଛି। ସେଥିରେ ମହିଲାଙ୍କ

ଝଡ଼ ବର୍ଷା ସହ କୁଆପଥର ମାଡ଼ରେ ଅସ୍ତବ୍ୟସ୍ତ ୭ ଗାଁ ଲୋକ

ନବରଙ୍ଗପୁର: କାଳ ହେଲା କାଳବୈଶାଖୀ । ତାଣ୍ଡବ ରଚିଛି । ବର୍ଷା ପବନ ସାଙ୍ଗକୁ କୁଆପଥର ମାଡ଼ । ଆକାଶରୁ ଖସିଲା ଗଦା ଗଦା କୁଆପଥର । ଏଦୃଶ୍ୟ ନବରଙ୍ଗପୁର ଜିଲ୍ଲା ପୂଜାରୀଗୁଡା ପଞ୍ଚାୟତର । ଝଡ଼ ବର୍ଷା ସହ କୁଆପଥର ମାଡ଼ରେ ଅସ୍ତବ୍ୟସ୍ତ ହୋଇଛି ୭ ଖଣ୍ଡ ଗାଁ ଲୋକ । ଏତେ କୁଆପଥର

ଭୁବନେଶ୍ୱରରେ ଦୁଇ ଛାତ୍ରଙ୍କ ରହସ୍ୟଜନକ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱରରେ ଦୁଇ ଛାତ୍ରଙ୍କ ରହସ୍ୟଜନକ ମୃତ୍ୟୁ । ଜଣେ ଛାତ୍ରଙ୍କର ଆପାର୍ଟମେଣ୍ଟର ୮ ମହଲା କୋଠାରୁ ଖସି ପ଼ଡି ମୃତ୍ୟୁ ହୋଇଛି । ଆଉ ଜଣେ କଲେଡ ହଷ୍ଟେଲରେ ଫ୍ୟାନରେ ଝୁଲି ପଡ଼ିଲେ । ଚନ୍ଦ୍ରମା ଆପାର୍ଟମେଣ୍ଟରୁ ଖସି ନ୍ୟାସନାଲ୍‌ ଆଇନ ବିଶ୍ୱବିଦ୍ୟାଳୟର ଛାତ୍ର ଅନିରାଜ

ଓଡ଼ିଶାର ପ୍ରଥମ ହିନ୍ଦୀ-ଅବଧୀ ଭାଷାର ସ୍ମାର୍ଟ ସିନେମାର ମହୁରତ…

ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲାର ବୋଲଗଡ ବ୍ଲକ୍ ଅନ୍ତର୍ଗତ ଐତିହାସିକ ଗ୍ରାମ କବିତୀର୍ଥ ସାନପଦର ତୃତୀୟା ଦେବ (ଜଗନ୍ନାଥ) ମନ୍ଦିରରେ ଓଡ଼ିଶାରେ ପ୍ରସ୍ତୁତ ହେବାକୁ ଯାଉଥିବା ପ୍ରଥମ ହିନ୍ଦୀ-ଅବଧି ଭାଷାର ସିନେମା "ଦି ୱେ ଅଫ୍ ଲାଇଫ୍"ର ଶୁଭ ମହୁରତ୍ ଆଜି ଅକ୍ଷୟ ତୃତୀୟାରେ ଅନୁଷ୍ଠିତ