Browsing Category

ଓଡିଶା

ଓଡ଼ିଶା-ଛତିଶଗଡ଼ ସୀମାନ୍ତ ପୋଲିସକୁ ସଫଳତା; ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ପୋଲିସକୁ ସଫଳତା । ଗରିଆବନ୍ଧ ଜିଲ୍ଲା ମେନପୁର ଥାନା କୁଲହାଡ଼ିଘାଟ ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷା ବାହିନୀ । ଜବତ ସାମଗ୍ରୀ ମଧ୍ୟରେ ରହିଛି ସିଲାଇ ମେସିନ, ପିଟୁ ବ୍ୟାଗ୍, ଜୋତା, ଦରି,ଔଷଧ, ତଥା ଖାଦ୍ୟ

ଶକ୍ତି ରଞ୍ଜନ ଦାଶଙ୍କ ଅନମୋଲ ମାଇନ୍ସରେ ଇଡି ରେଡ୍, ୮ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ

ଭୁବନେଶ୍ୱର : ଶକ୍ତି ରଞ୍ଜନ ଦାଶଙ୍କ ଅନମୋଲ ମାଇନ୍ସରେ ଇଡି ରେଡ୍ । ଭୁବନେଶ୍ବରରେ ଶିମ୍ ଲା ED ପକ୍ଷରୁ ଶକ୍ତି ରଂଜନ ଦାଶ ଓ ତାଙ୍କ କମ୍ପାନୀ ଅନମୋଲ୍ ମାଇନ୍ସରେ ED ପକ୍ଷରୁ ଚଢାଉ କରାଯାଇଛି । ଅନମୋଲ୍ ମାଇନ୍ସ ଓ ଅନମୋଲ୍ ରିସୋର୍ସେସ୍ କମ୍ପାନୀରେ ରେଡ୍ ହୋଇଛି ।

ବାଘ ଛାଲ କାରବାର କରୁଥିଲେ ପୋଲିସ ବାବୁ; ମାଡ଼ି ବସିଲା ଉତ୍ତର ଘୁମୁସର ବନବିଭାଗ

ଗଞ୍ଜାମ:ଭଞ୍ଜନଗର ପଥରାପଲ୍ଲୀ ଗାଁରୁ କଲରାପତରିଆ ବାଘଛାଲ ଜବତ । ବାଘ ଛାଲ କାରବାର କରୁଥିଲେ ପୋଲିସ ବାବୁ,ମାଡ଼ି ବସିଲା ଭଞ୍ଜନଗର ଉତ୍ତର ଘୁମୁସର ବନବିଭାଗ । ବାଘ ଛାଲ ସହ ୭ ଜଣ ଆନ୍ତଃରାଜ୍ୟ ଚାଲାଣକାରୀଙ୍କୁ ଗିରଫ କରାଯାଇଛି । ବିଭାଗୀୟ କର୍ମଚାରୀମାନେ ଗୋଟିଏ କଲରାପତରିଆ ବାଘ ଛାଲ ,କାତି

ଆସନ୍ତା ୨ ତାରିଖରେ ଆଉ ଏକ ଲଘୁଚାପ, ୪ ତାରିଖ ଯାଏ ରାଜ୍ୟରେ ଜାରି ରହିବ ବର୍ଷା

ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୨ ତାରିଖରେ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ପ୍ରଭାବରେ ଆସନ୍ତା କାଲିଠୁ ରାଜ୍ୟରେ ବଡ଼ ବର୍ଷା ଆକଳନ

ରେଳ ଧାରଣାରୁ ଟ୍ରାଭେଲ୍ ବ୍ଲଗରଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱରର ପଳାସପାଲି ଅଞ୍ଚଳରେ ରବିବାର ଦିନ ଜଣେ ଲୋକପ୍ରିୟ ବାଇକର ତଥା ଟ୍ରାଭେଲ୍ ବ୍ଲଗର ସନ୍ଦୀପ କୁମାର ଦାସଙ୍କ ମୃତଦେହ ରେଳ ଧାରଣାରୁ ଉଦ୍ଧାର ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ସକାଳେ ଲିଙ୍ଗରାଜ ରେଳ ଷ୍ଟେସନ ନିକଟ ପଳାସପାଲି ଅଞ୍ଚଳରେ ସ୍ଥାନୀୟ ଲୋକମାନେ ତାଙ୍କ

ଗଣେଶ ଭସାଣି ବେଳେ ଅଘଟଣ, ବିଦ୍ୟୁତ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ

ବାଲେଶ୍ଵର: ଗଣେଶ ବିସର୍ଜନ ପରେ ଘଟିଗଲା ଏତେ ବଡ଼ ଅଘଟଣ । କେଡ଼େ ଖୁସିରେ ଗଣେଣ ଭସାଣି ପାଇଁ ଯାଇଥିଲେ । ଡିଜେର ତାଳେ ତାଳେ ନାଚି ନାଚି ଗଣେଶଙ୍କ ବିସର୍ଜନ କରି ଫେରିଥିଲେ । ହେଲେ ଘରେ ପହଞ୍ଚିବା ପୂର୍ବରୁ ଘଟିଗଲା ଏମିତି କିଛି । ଘରୁ ହସ ଖୁସିରେ ନାଚିକୁଦି ବାହାରିକି ଯାଇଥିବା

ଉଚ୍ଚ ସ୍ୱରରେ ସଂଗୀତ ବଜାଇବା ଅଭିଯୋଗରେ ୨୦ ଡିଜେ ଗାଡି ଜବତ

ବାଲେଶ୍ବର: ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ବ୍ୟବହୃତ ପ୍ରାୟ ୨୦ଟି ଡିଜେ ଗାଡିକୁ ଶବ୍ଦ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ରବିବାର ଜବତ କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ ଶୁକ୍ରବାର ବିସର୍ଜନ ଶୋଭାଯାତ୍ରା ସମୟରେ ଗାଡିଗୁଡ଼ିକ ଅତ୍ୟନ୍ତ ଉଚ୍ଚ ସ୍ୱରରେ ସଂଗୀତ ବଜାଉଥିବା ନେଇ

ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟ ଖରାପ ! କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି

କଟକ : ସ୍ୱନାମ ଧନ୍ୟ କଣ୍ଠ ଶିଳ୍ପୀ, ଆଲବମ ଜଗତର କିଙ୍ଗ କୁହା ଯାଉଥିବା ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟ ଖରାପ ନେଇ ଖବର ମିଳିଛି । ତାଙ୍କ ଚିକିତ୍ସା ପାଇଁ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ଗତ କିଛି ଦିନ ଧରି ତାଙ୍କର ସ୍ୱାସ୍ଥ୍ୟ ଖରାପ ଥିଲା

‘ମନ୍ କି ବାତ୍’ କାର୍ଯ୍ୟକ୍ରମ, କାନୋଇଙ୍ଗ୍ ଚମ୍ପିୟାନ୍ ଓଡିଆ ଝିଅ ରଶ୍ମିତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୨୫ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ପ୍ରସାରଣ ହୋଇଛି । ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ‘ମନ୍ କି ବାତ୍’ ରେ ପ୍ରତ୍ୟେକ ଥର ପରି ସେ ବିଭିନ୍ନ କ୍ଷେତ୍ରର ସାଧାରଣ ଲୋକଙ୍କ ସଫଳତାକୁ ପ୍ରଶଂସା କରି ଲୋକଲୋଚନକୁ ଆଣିଥିଲେ । ଆଜି

ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସ ଅବସରରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ଓ ପ୍ରକଳ୍ପର ଶୁଭାରମ୍ଭ…

ଭୁବନେଶ୍ବର: ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ଓ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ବର ରେଲୱେ ଅଡିଟୋରିୟମରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଗୃହନିର୍ମାଣ