Browsing Category

ଓଡିଶା

କୋଟିଏ ହେଲା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଅନୁଦାନ ରାଶି

ବରଗଡ : ଐତିହାସିକ ବରଗଡ଼ ଧନୁଯାତ୍ରା-୨୦୨୫ ହେବ ଆହୁରି ଲୋକପ୍ରିୟ। ଏହି ପାରମ୍ପରିକ ମହାକୁମ୍ଭର ପ୍ରଚାର ପ୍ରସାର, କଳାକାରମାନଙ୍କ ସମ୍ମାନ ସହ ଏହାକୁ ଆହୁରି ଭବ୍ୟ କରିବା ପାଇଁ ରାଜ୍ୟ ସରକାର ଅନୁଦାନ ରାଶି ବଢ଼ାଇଛନ୍ତି। ଏହି ରାଶି ୧୦ ଲକ୍ଷରୁ ବଢ଼ାଇ କୋଟିଏ କରିବା ସହ ବ୍ୟାପକ ପଦକ୍ଷେପ

ନୂଆ ବର୍ଷରେ ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର, ଜଗିବେ ୬୦ ପ୍ଲାଟୁନ୍ ଫୋର୍ସ

ପୁରୀ : ନୂଆ ବର୍ଷରେ ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର । ପୁରୀକୁ ଜଗିବେ ୬୦ ପ୍ଲାଟୁନ୍ ଫୋର୍ସ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ଓ ଟ୍ରାଫିକ୍ ସୁପରିଚାଳନା ନେଇ ବ୍ୟାପକ ପ୍ରସ୍ତୁତି କରିଛି ପୁରୀ ପୁଲିସ । ଡିସେମ୍ବର ୩୧ ତାରିଖଠୁ ନୂଆବର୍ଷ ପର୍ଯ୍ୟନ୍ତ

ତୋରଣ ପୋତାକୁ ନେଇ ବିଜେପି- ବିଜେଡି ମୁହାଁମୁହିଁ, ୧୬୩ ଧାରା ଲାଗୁ

କେନ୍ଦ୍ରାପଡା : ନୂଆବର୍ଷ ତୋରଣ ପୋତାକୁ ନେଇ ବିବାଦ। ବିବାଦ ଉଗ୍ର ରୂପ ନେବାରୁ ଦେଖାଦେଲା ଉତ୍ତେଜନା ଓ ଛକାପଞ୍ଝା। ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହେବା ପରେ ଜାରି ହେଲା ଧାରା ୧୬୩। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବଜାର ଦୁର୍ଗାମଣ୍ଡପ ଛକରେ BNSS ଧାରା ୧୬୩ ଲାଗୁ ହୋଇଛି।ସୂଚନା

ନିଗମାନନ୍ଦ ସମ୍ମିଳନୀ ବେଳେ ୨ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ପୁରୀ : ପୁରୀରେ ନିଗମାନନ୍ଦ ସମ୍ମିଳନୀ ଚାଲିଥିବା ବେଳେ ଆଖି ବୁଜିଛନ୍ତି ଦୁଇ ଜଣ ଭକ୍ତ। ସେମାନଙ୍କ ମଧ୍ୟରୁ ଜଣେ କଟକର ହୋଇଥିବା ବେଳେ ଅନ୍ୟ ଜଣେ ପଶ୍ଚିମବଙ୍ଗର ମେଦିନପୁର ବୋଲି ସୂଚନା ମିଳିଛି।ପ୍ରାଥମିକ ସୂଚନା ଅନୁଯାୟୀ, ସମ୍ମିଳନୀ ଚାଲିଥିବା ବେଳେ ଏହି ଦୁଇ ଭକ୍ତଙ୍କ ସ୍ୱାସ୍ଥ୍ୟ ଖରାପ

ଅଡୁଆରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ, ସମନ ଜାରି କଲା ଇଡି

ହାଇଦ୍ରାବାଦ : ବଢ଼ିଲା ତେଲଙ୍ଗାନର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କ ଅଡୁଆ। ସମନ ଜାରି କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ମନି ଲଣ୍ଡରିଂ ମାମଲାରେ ଇଡି ବିଆର୍‌ଏସ୍‌ କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ କେଟି ରାମା ରାଓଙ୍କୁ ସମନ ଜାରି କରିଛି।୨୦୨୩ରେ ହାଇଦ୍ରାବାଦରେ ଆୟୋଜିତ

ବେଲଘରରେ ଡିମ୍ବୁଲି ମହୋତ୍ସବ ନେଇ ପ୍ରସ୍ତୁତି ବୈଠକ

ବାଲିଗୁଡା .: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ନିକଟରେ ଡିମ୍ବୁଲି ମହୋଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ ସଭାପତି ଗୌରଚନ୍ଦ୍ର ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ବୈଠକରେ ମୁଖ୍ୟ ସଂଯୋଜକ ପବିତ୍ର କହଁର ଙ୍କ

ଲୋକସେବା ଭବନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ମନମୋହନ ସିଂହଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଗଣମାଧ୍ୟମକୁ ବିବୃତ୍ତି ଦେଇ କହିଥିଲେ ଯେ, ଦେଶର

ପାଳଗଦାରୁ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର, ସ୍କୁଟି ସହ ଯୁବକଙ୍କୁ ଜାଳି ଦେଇଥିବା ସନ୍ଦେହ

ସୁନ୍ଦରଗଡ଼଼: ପାଳଗଦାରୁ ସ୍କୁଟି ସହ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଲେଫ୍ରିପଡ଼ା ଥାନା ସର୍ଗିପାଲି ନବୋଦୟ ସ୍କୁଲ ପଛ ପଟେ ଥିବା ପାଳଗଦାରୁ ସ୍କୁଟି ସହ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। କେହି ସ୍କୁଟି ସହ ଯୁବକଙ୍କୁ ଜାଳି ଦେଇଥିବା ସନ୍ଦେହ କରାଯାଇଛି। ସୂଚନା ଅନୁଯାୟୀ, ଏକ ଚାଷ

ଜିରୋ ନାଇଟ ପାଇଁ ଦିଆଯିବ ନାହିଁ ଅସ୍ଥାୟୀ ଲାଇସେନ୍ସ, ଚୋରା ମଦ ବିକିଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଜିରୋ ନାଇଟ୍ ସେଲିବ୍ରେସନ ନେଇ କଟକଣା ଜାରି କରିଛି କମିଶନରେଟ ପୋଲିସ । ୩୧ ଡିସେମ୍ବର ସନ୍ଧ୍ୟାରୁ କଡ଼ାକଡ଼ି ଚେକିଂ ହେବ। ମଦ୍ୟପାନ କରି ଗାଡି ଚଳାଇଲେ ପୋଲିସ ବାନ୍ଧିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି। ଅନ୍ୟପଟେ ଜିରୋ ନାଇଟ୍କୁ ନେଇ ମଧ୍ୟ ଅବକାରୀ ବିଭାଗ ସମ୍ପୂର୍ଣ୍ଣ

ଶଙ୍ଖ ଭବନରେ ମହିଳା କର୍ମକର୍ତ୍ତାଙ୍କ ହାତାହାତି ଘଟଣାରେ ପ୍ରତିକ୍ରିୟା ରଖିଲେ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ

କଟକ: ଶଙ୍ଖ ଭବନରେ ଦୁଇ ମହିଳା କର୍ମକର୍ତ୍ତାଙ୍କ ହାତାହାତି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ । କେହି କାହାକୁ ମାଡ଼ ମାରି ନାହାନ୍ତି। ସେ କହିଛନ୍ତି, ଏହା ଏକ ଛୋଟ ଘଟଣା, ଚେୟାର ଖଣ୍ଡେ ନ ମିଳିବାରୁ କହୁଣୀ କରି ଦେଲେ। ଉଭୟ ଦୁଇ ଭଉଣୀ ଭଳି, ଦୁଇ