Browsing Category

ବିଦେଶ

ସଂସଦରେ ଗର୍ଭବତୀ ସାଂସଦଙ୍କୁ ଚୁଟି ଟାଣି ପିଟି‌ଲେ ବିରୋଧୀ

ନୂଆଦିଲ୍ଲୀ: କୌଣସି ଦେଶର ସଂସଦରେ ନେତାଙ୍କୁ ପରସ୍ପର ସହିତ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଥାଏ। କିନ୍ତୁ ସଂସଦରେ ମାଡ଼ପିଟା ହେବା ଘଟଣା କ୍ବଚିତ ଘଟିଥାଏ । ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଆଫ୍ରିକୀୟ ଦେଶ ସେନେଗଲରୁ ସାମ୍ନାକୁ ଆସିଛି। ଏଠାରେ ଥିବା ସଂସଦରେ ଜଣେ ପୁରୁଷ

ଜନଆନ୍ଦୋଳନ ପରେ ଇରାନ ସରକାରଙ୍କ ବୁଦ୍ଧି ଉଦୟ : ଉଠିଲା ଧାର୍ମିକ ପୁଲିସ ବ୍ୟବସ୍ଥା

ତେହେରାନ : ଆନ୍ଦୋଳନର ପ୍ରାୟ ଅଢେଇ ମାସ ପରେ ଇରାନ ସରକାରଙ୍କ ବୁଦ୍ଧି ଉଦୟ ହୋଇଛି । ଇରାନରେ ଧାର୍ମିକ ବ୍ୟାପାର ପୁଲିସ (ମୋରାଲିଟି ପୁଲିସ) ବ୍ୟବସ୍ଥାକୁ ଉଠାଇ ଦେଇଛନ୍ତି ସେଠାକାର ସରକାର । ଏହି ଧାର୍ମିକ ପୁଲିସ ମାଡ଼ରେ ହିଁ ମାସା ଅମିନି ନାମକ ୨୨ ବର୍ଷୀୟ ଯୁବତୀଙ୍କ ମୃତ୍ୟୁ ହୋଇଥିଲା ।

୮୦ରୁ ଅଧିକ ମର୍ଡର କରିଥିବା ଦାବି, ୪୮ଟି ମାମଲାରେ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: ମୃତ୍ୟୁର ସୌଦାଗର ଆମେରିକା ଯୁବକ । ଗୋଟିଏ ପରେ ଗୋଟିଏ ନେଉଥିଲା ଜୀବନ । ଟାର୍ଗେଟ୍‌ରେ ରହିଥିଲେ ମହିଳା । ପିଲା ବେଳେ ମାଆକୁ ମାରିବାର ରଚିଥିଲା ମୃତ୍ୟୁ ପ୍ଲାନ୍ । ଦେହଜୀବୀଙ୍କୁ ହତ୍ୟା କରିବା ଜହ୍ଲାଦର ନିଶା ଥିଲା । ମର୍ଡରକୁ ନିଜର ପେଶା କରିଦେଇଥିଲା ଓ୍ବାସିଂଟନର ଏହି

ଟ୍ୱିଟର ଆଣିବ ଗୋଲ୍ଡ,, ଗ୍ରେ ଓ ବ୍ଲୁ ଟିକ୍‌, ଘୋଷଣା କଲେ ଏଲନ ମସ୍କ

ନୂଆଦିଲ୍ଲୀ: ପୁଣିଥରେ ନୂଆ ଭେରିଫିକେସନ ବ୍ୟବସ୍ଥା ଲଞ୍ଚ କରିବ ସୋଶାଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର। ଆସନ୍ତା ଶୁକ୍ରବାର ଟ୍ୱିଟର ପକ୍ଷରୁ ଏହି ବ୍ୟବସ୍ଥାର ଶୁଭାରମ୍ଭ କରାଯିବ। ଟ୍ୱିଟରର ମାଲିକ ଏଲନ ମସ୍କ ନିଜେ ଏକଥା ଘୋଷଣା କରିଛନ୍ତି। ପୂର୍ବରୁ ସେ ଲଞ୍ଚ ଡେଟ ନଭେମ୍ବର ୨୯ ରହିବ ବୋଲି

ପୁଲଓ୍ବାମା ଆକ୍ରମଣ ବେଳେ ଆଇଏସଆଇ ମୁଖ୍ୟ ଥିଲେ ପାକିସ୍ତାନର ନୂଆ ସେନାମୁଖ୍ୟ ଅସୀମ ମୁନୀର

ନୂଆଦିଲ୍ଲୀ : ଲେପ୍ଟନାଣ୍ଟ ଜେନେରାଲ ଅସୀମ ମୁନୀରଙ୍କୁ ଗୁରୁବାରଦିନ ପାକିସ୍ତାନର ପରବର୍ତ୍ତୀ ସେନାମୁଖ୍ୟ ଭାବେ ଘୋଷଣା କରିଛନ୍ତି । ତାଙ୍କ ନାମ ଉପରେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ମୋହର ମାରିଥିବା ପ୍ରଧାନମନ୍ତ୍ରୀଙ୍କ ମୁଖପାତ୍ର ମରିୟମ ଔରଙ୍ଗଜେବ ସୂଚନା ଦେଇଛନ୍ତି । ତେବେ କିଏ ଏହି

ଇଣ୍ଡୋନେସିଆ ଭୂମିକମ୍ପ : ୨ ଦିନ ପରେ ଜୀବନ୍ତ ଉଦ୍ଧାର ହେଲା ଶିଶୁ

ଜାକାର୍ତ୍ତା : କଥାରେ ଅଛି ରଖେ ହରି ମାରେ କିଏ । ଏହା ପୁଣିଥରେ ପ୍ରମାଣିତ ହୋଇଯାଇଛି। ଗତ ସୋମବାରଦିନ ଇଣ୍ଡୋନେସିଆରେ ହୋଇଥିବା ଭୟଙ୍କର ଭୂମିକମ୍ପ ଯୋଗୁଁ ଶହ ଶହ ମୃତାହତ ହୋଇଥିବାବେଳେ ଗୋଟିଏ ଭଲ ଖବର ମିଳିଛି । ଏକ ୬ ବର୍ଷର ଶିଶୁ ୨ ଦିନ ଧରି ଭୂମିକମ୍ପର ଧ୍ବଂସସ୍ତୁପ ତଳେ ପୋତିହୋଇ

ଇରାକ ଓ ସିରିଆରେ ତୁର୍କୀର ଏୟାରଷ୍ଟ୍ରାଇକ୍, ୨୫୪ ମୃତ

ଅଙ୍କାରା : ଇରାକ ଓ ସିରିଆରେ ଥିବା କୁର୍ଦିସ୍ ଠିକଣାଗୁଡ଼ିକ ଉପରେ ତୁର୍କୀ ପକ୍ଷରୁ ଏୟାରଷ୍ଟ୍ରାଇକ୍ କରାଯାଇଛି । ତୁର୍କୀର ପ୍ରତିରକ୍ଷା ମନ୍ତ୍ରୀ ହୁଲୁସି ଅକର୍ କହିଛନ୍ତି ଯେ, ଇରାକ ଓ ସିରିଆରେ ଥିବା ୪୦୦ରୁ ଅଧିକ ଟାର୍ଗେଟ୍ ଉପରେ ଏହି ଆକ୍ରମଣ କରାଯାଇଛି ।ସେ କହିଛନ୍ତି ଯେ ଏପର୍ଯ୍ୟନ୍ତ

ଜାକିର ନାଏକକୁ ଆମେ ଡାକିନୁ : କତାର

ନୂଆଦିଲ୍ଲୀ : ବିଶ୍ବକପ ଫୁଟବଲକୁ ବିବାଦୀୟ ଇସ୍ଲାମିକ ପ୍ରବଚକ ଜାକିର ନାଏକକୁ ନିମନ୍ତ୍ରଣ କରାଯିବାକୁ ନେଇ ଭାରତ ପକ୍ଷରୁ ତୀବ୍ର ପ୍ରତିବାଦ କରାଯିବା ପରେ କତାର ପକ୍ଷରୁ ଏକ ସ୍ପଷ୍ଟୀକରଣ ଜାରି କରାଯାଇଛି । କତାର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଜାକିର ନାଏକକୁ ବିଶ୍ବକପ ପାଇଁ

ଚୀନ୍ ରେ ଦିନକରେ ୨୮ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ

ବେଜିଂ: ପୁଣି କଡ ଲେଉଟାଇଲାଣି ମହାମାରୀ କରୋନା। କିଛି ଦିନର ବ୍ୟବଧାନ ପରେ ପୁଣି ମେଲାଇଲାଣି କାୟା। ଦିନକରେ ଏକାଥରକେ ଚିହ୍ନଟ ହେଲେ ୨୮ ହଜାରରୁ ଅଧିକ ସଂକ୍ରମିତ। ଏହାକୁ ନେଇ ଏବେ ପୁଣି ଥରେ ଚୀନ୍‌ରେ ଆତଙ୍କ ଖେଳିଯାଇଛି। ଫଲରେ ଏଠାକୁ ପୁଣି ଥରେ ଲକ୍‌ଡାଉନ୍ ଫେରିଛି।ଚୀନ୍‌ର ରାଜଧାନୀ

ଭାରତ ଯୋଡ଼ ଯାତ୍ରାରେ ରାହୁଲଙ୍କ ସହ ଚାଲୁଥିବା ଅଭିନେତ୍ରୀମାନେ ନେଉଛନ୍ତି ଟଙ୍କା: ବିଜେପି

ନୂଆଦିଲ୍ଲୀ: କଂଗ୍ରେସର ଭାରତ ଯୋଡ ଯାତ୍ରାରେ ଏପର୍ଯ୍ୟନ୍ତ ଅନେକ କଳାକାର ଅଂଶଗ୍ରହଣ କରିଛନ୍ତି। ପୂଜା ଭଟ୍ଟ, ସୁଶାନ୍ତ ସିଂ, ଆମୋଲ ପାଲେକର, ରିୟା ସେନ୍, ରଶ୍ମୀ ଦେଶାଇଙ୍କ ସମେତ ଆଉ କିଛି ଅଭିନେତ୍ରୀ ରାହୁଲଙ୍କ ପଦଯାତ୍ରାରେ ସାମିଲ ହୋଇଛନ୍ତି | ତେବେ ବର୍ତ୍ତମାନ ଏନେଇ ବିଜେପି ପକ୍ଷରୁ ଏକ