Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
‘ଘର ୱାପସି’ କାର୍ଯ୍ୟକ୍ରମରେ ୧୦୦ ଜଣ କଲେ ଧର୍ମ ପରିବର୍ତ୍ତନ, ଗ୍ରହଣ କଲେ ହିନ୍ଦୁ ଧର୍ମ
ଲକ୍ଷ୍ନୌ: ବିଜେପି ବିଧାୟକ ମୀନାକ୍ଷୀ ସିଂହଙ୍କ ଉପସ୍ଥିତିରେ ହୋଇଛି ଧର୍ମାନ୍ତୀକରଣ। ୧୦୦ ଜଣ ଲୋକ ଉତ୍ତର ପ୍ରଦେଶର ବୁଲନ୍ଦଶହରରେ ଆୟୋଜିତ ‘ଘର ୱାପସି’ କାର୍ଯ୍ୟକ୍ରମରେ ନିଜ ଧର୍ମ ଛାଡ଼ି ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି। ଏହି ଧର୍ମାନ୍ତୀକରଣ କାର୍ଯ୍ୟକ୍ରମକୁ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ!-->…
ଦୁର୍ଘଟଣା ପରେ ହସ୍ପିଟାଲରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଇ ଓ ପରିବାର ଲୋକ
ମହୀଶୂର: କାର୍ ଦୁର୍ଘଟଣା ଯୋଗୁ ଆହତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି। ଆଜି କର୍ଣ୍ଣାଟକାର ମହୀଶୂର ନିକଟରେ ପ୍ରହ୍ଲାଦ ମୋଦିଙ୍କ କାର୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣା ବେଳେ କାର ଭିତରେ ପ୍ରହ୍ଲାଦ ମୋଦି, ତାଙ୍କ ପତ୍ନୀ, ପୁଅ, ବୋହୂ ଓ ନାତି!-->…
ପୌର ନିର୍ବାଚନ ପୂର୍ବରୁ ଯୋଗୀ ସରକାରଙ୍କୁ ଶକ୍ତ ଝଟକା
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ପୌର ନିର୍ବାଚନ ପୂର୍ବରୁ କ୍ଷମତାସୀନ ଯୋଗୀ ଆଦିନତ୍ୟନାଥ ସରକାରଙ୍କୁ ଶକ୍ତ ଝଟକା ଲାଗିଛି। ପୌର ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଜାରି କରିଥିବା ଚିଠା ବିଜ୍ଞପ୍ତିକୁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଖାରଜ କରି ଦେଇଛନ୍ତି। ଏଥିସହ ଓବିସିଙ୍କ ପାଇଁ ବିନା!-->…
ପୁଣି ୟୁ-ଟର୍ଣ୍ଣ ମାରିଲା ବିଜେପି, ମେୟର ନିର୍ବାଚନ ପାଇଁ ପ୍ରାର୍ଥୀ ଦେଲା
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ହାରିବା ପରେ ବାରମ୍ବାର ୟୁ-ଟର୍ଣ୍ଣ ମାରିବାରେ ଲାଗିଛି ବିଜେପି। ପରାଜୟ ସତ୍ତ୍ୱେ ଦିଲ୍ଲୀ ଏମସିଡିରେ ବିଜେପି ମେୟର ପଦ ହାତେଇବ ବୋଲି ଦମ୍ଭୋକ୍ତି କରିଥିଲା। ଏହି ଦମ୍ଭୋକ୍ତି ପରେ ଅନ୍ୟ ଦଳର କାଉନସିଲରଙ୍କୁ ବିଜେପି କିଣିବା!-->…
ସ୍ଥିତି ସାଂଘାତିକ, ତଥାପି ଟେଷ୍ଟିଂ ଓ କ୍ୱାରେଣ୍ଟାଇନ ବ୍ୟବସ୍ଥା ହଟାଇବ ଚାଇନା
ବେଜିଂ: ଚାଇନାରେ ମହାମାରୀ କରୋନା ସ୍ଥିତି ଅତ୍ୟନ୍ତ ସାଂଘାତିକ ରୂପ ଧାରଣ କରିଛି। ଦୈନିକ କୋଟି କୋଟି ଲୋକ ସଂକ୍ରମିତ ହେଉଥିବା ବେଳେ ଲକ୍ଷାଧିକ ଲୋକ ପ୍ରାଣ ହରାଉଛନ୍ତି। ସ୍ଥିତି ଅତ୍ୟନ୍ତ ଜଟିଳ ଥିବା ସତ୍ତ୍ୱେ ଚାଇନା ସରକାର କୋଭିଡ୍ ସହ ଖାପ ଖୁଆଇ ବଞ୍ଚିବା ଅଭ୍ୟାସ ଆରମ୍ଭ!-->…
ବରଫ ଝଡ଼ : ଆମେରିକାରେ ୩୨, ଜାପାନରେ ୧୭ ମୃତ…
ନ୍ୟୁୟର୍କ : ପ୍ରବଳ ଥଣ୍ଡା ଓ ବରଫ ପାତ ଯୋଗୁଁ ଆମେରିକା, ୟୁରୋପ ଓ ଜାପାନରେ ଜୀବନଯାତ୍ରା ପ୍ରଭାବିତ ହୋଇଛି । ବରଫ ଝଡ଼ ଯୋଗୁଁ ଆମେରିକାରେ ଏପର୍ଯ୍ୟନ୍ତ ୩୨ ଜଣ ଲୋକ ପ୍ରାଣ ହରାଇଥିବାବେଳେ ଜାପାନରେ ୧୭ ଜଣ ମୃତ୍ୟୁବରଣ କରିଛନ୍ତି ।ଆମେରିକାରେ ଏବର୍ଷର ଶୀତ ବିଗତ କିଛି ବର୍ଷର ରେକର୍ଡ!-->…
ପୁରୁଣା ଫାଇଲା ଖୋଲିଲା ସିବିଆଇ, ଅଡୁଆରେ ପଡ଼ି ପାରନ୍ତି ଲାଲୁ…
ନୂଆଦିଲ୍ଲୀ: ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ନିକଟରେ କିଡନୀ ପ୍ରତିରୋପଣ ହୋଇଥିଲା। ସେ ଧୀରେଧୀରେ ସୁସ୍ଥ ହେବା ପରେ ହସ୍ପିଟାଲରୁ ତାଙ୍କୁ ଘରକୁ ଛୁଟି କରି ଦିଆଯାଇଛି। ଏହି କ୍ରମରେ ତାଙ୍କ ଅଡୁଆ ଆହୁରି ବୃଦ୍ଧି ପାଇପାରେ ବୋଲି କୁହାଯାଉଛି।
କାରଣ କେନ୍ଦ୍ରୀୟ!-->!-->!-->…
ଝିଅର ଅଶ୍ଳୀଳ ଭିଡିଓ ଭାଇରାଲକୁ ବିରୋଧ କରିବାରୁ ଯବାନଙ୍କୁ ପିଟିପିଟି ହତ୍ୟା…
ଗାନ୍ଧିନଗର: ଜଣେ ବିଏସଏଫ ଯବାନଙ୍କୁ ଗୁଜରାଟର ନାଦିଆଦ ଠାରେ ପିଟିପିଟି ହତ୍ୟା କରାଯାଇଛି। ଏହି ଯବାନ ଜଣଙ୍କ ସୋଶାଲ ମିଡିଆରେ ଭାଇରାଲ ହେଉଥିବା ତାଙ୍କ ଝିଅର ଅଶ୍ଳୀଳ ଭିଡିଓକୁ ବିରୋଧ କରିଥିଲେ। ଏହାକୁ ନେଇ ଭାଇରାଲ କରିଥିବା ପିଲାର ପରିବାର ଲୋକ ତାଙ୍କୁ ପିଟିପିଟି ହତ୍ୟା କରିଛନ୍ତି।!-->…
ଗରିବଙ୍କ କଥା କହି ଶୀତବସ୍ତ୍ର ପିନ୍ଧୁ ନାହାନ୍ତି ରାହୁଲ ଗାନ୍ଧି…
ନୂଆଦିଲ୍ଲୀ: ଭୀଷଣ ଥଣ୍ଡାରେ ସାରା ଉତ୍ତରଭାରତ ଥରୁଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଭିନ୍ନ ଠାଣିରେ ଦେଖିବାକୁ ମିଳିଛି। ଶୀତର ପ୍ରକୋପକୁ ଖାତିର ନକରି ମାତ୍ର ଏକ ଟିସାର୍ଟରେ ସେ ଆଜି ଦିଲ୍ଲୀରେ ମହାତ୍ମା ଗାନ୍ଧି ଏବଂ ଏବଂ ବହୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ମାରକୀ!-->…
ପାକ୍ ଡଙ୍ଗାରୁ ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ୩୦୦ କୋଟିର ନିଶାଦ୍ରବ୍ୟ…
ଅହମଦାବାଦ: ଗୋଟିଏ ବଡ଼ ବିପଦକୁ ଟାଳିବା ସହ ନିଶା କାରବାର ନେଟୱର୍କକୁ ପଣ୍ଡ କରି ଦେଇଛନ୍ତି ଭାରତୀୟ ସୁରକ୍ଷାକର୍ମୀ। ଭାରତୀୟ ଜଳ ରାଶିରେ ବୁଲୁଥିବା ପାକିସ୍ତାନର ଗୋଟିଏ ମାଛ ଧରା ଡଙ୍ଗାକୁ ଜବତ କରିଛନ୍ତି ସୁରକ୍ଷାକର୍ମୀ। ଏହି ଡଙ୍ଗାକୁ ମିଳିଛି ବିପୁଳ ପରିମାଣ ଅସ୍ତ୍ରଶସ୍ତ୍ର ସହ ୪୦ କେଜିର!-->…