Browsing Category

ଦେଶ

ଆନ୍ନି ଏର୍ନକ୍ସଙ୍କୁ ସାହିତ୍ୟରେ ନୋବେଲ

ଷ୍ଟକହୋମ: ସାହିତ୍ୟ ପାଇଁ ଘୋଷଣା ହୋଇଛି ନୋବେଲ ପୁରସ୍କାର। ୨୦୨୨ ବର୍ଷ ପାଇଁ ସାହିତ୍ୟରେ ନୋବେଲ ପାଇବେ ଫରାସୀ ଲେଖିକା ଆନ୍ନି ଏର୍ନକ୍ସ। ନୋବେଲ ପୁରସ୍କାର ପ୍ରଦାନ ପାଇଁ ତିଆରି ହୋଇଥିବା କମିଟି ସର୍ବସମ୍ମତିକ୍ରମେ ଆନ୍ନି ଙ୍କ ନାଁ ଉପରେ ମୋହର ମାରିଛି। ଷ୍ଟକହୋମରେ ଆୟୋଜିତ ସାମ୍ବାଦିକ…

ଭାରତୀୟ ଔଷଧ କମ୍ପାନୀଙ୍କ ଜାଲିଆତି, ବିଦେଶରେ ୬୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ପରେ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶ ଗାମ୍ବିଆରେ ୬୦ରୁ ଅଧିକ ଶିଶୁଙ୍କ ମୃତ୍ୟୁକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସତର୍କ କରାଯିବା ପରେ ଏହାକୁ ଗୁରୁତର ସହ ନେଇଛନ୍ତି କେନ୍ଦ୍ର ସରକାର।ସେଣ୍ଟ୍ରାଲ ଡ୍ରଗସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ ପକ୍ଷରୁ ଘଟଣାର ତୁରନ୍ତ ତଦନ୍ତ କରିବା ପାଇଁ…

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ: ଶାରୀରିକ ପରିଶ୍ରମ କରି ବି ପତ୍ନୀ ଓ ପିଲାଙ୍କୁ ପୋଷିବାକୁ ସ୍ୱାମୀ ବାଧ୍ୟ

ନୂଆଦିଲ୍ଲୀ: ପତ୍ନୀ ଓ ପିଲାଙ୍କ ପ୍ରତି ଜଣେ ପୁରୁଷର କର୍ତ୍ତବ୍ୟ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି ସୁପ୍ରିମକୋର୍ଟ। ନିଜର ପତ୍ନୀ ଓ ଛୋଟ ପିଲାଙ୍କୁ ଆର୍ଥିକ ସହଯୋଗ କରିବାକୁ ଜଣେ ପୁରୁଷ ବା ସ୍ୱାମୀ ବାଧ୍ୟ। ପତ୍ନୀ ଓ ପିଲାଙ୍କୁ ପୋଷିବା ପାଇଁ ସ୍ୱାମୀ ଟଙ୍କା ରୋଜଗାର କରିବା…

ଆଫ୍ରିକାର ସର୍ବୋଚ୍ଚ ପର୍ବତରେ ତିରଙ୍ଗା ଉଡ଼ାଇଲେ କିଟ୍ ଛାତ୍ରୀ ୟାସିନ୍‌ ଜୈନ

କିଟ୍ ବିଶ୍ୱବିଦ୍ୟାଳୟର ଛାତ୍ରୀ ୟାସିନ୍ ଜୈନ ଆଫିକ୍ରାର ସର୍ବୋଚ୍ଚ ପର୍ବତ ଏବଂ ପୃଥିବୀର ସମୁଦ୍ର ପତନଠାରୁ ସର୍ବୋଚ୍ଚ ମୁକ୍ତ ପର୍ବତ ମାଉଣ୍ଟ କିଲିମାନଜାରୋରେ ତିରଙ୍ଗା ସହ କିଟ୍ ବିଶ୍ୱବିଦ୍ୟାଳୟର ପତାକା ମଧ୍ୟ ଉଡ଼ାଇଛନ୍ତି । ଆଜି ଭାରତୀୟ ସମୟ ସକାଳ ୭ଟାରେ ସେ ତିରଙ୍ଗା ଓ କିଟ୍ ଧ୍ଵଜା…

ରୁଷ ସହ ଆଲୋଚନା ପାଇଁ ଭାରତର ପରାମର୍ଶକୁ ଜେଲେନସ୍କିଙ୍କ ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ : ଯୁଦ୍ଧ ବନ୍ଦ କରି ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିବାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନର ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କିଙ୍କୁ ଦେଇଥିବା ପ୍ରସ୍ତାବକୁ ଜେଲେନସ୍କି ଖାରଜ କରିଦେଇଛନ୍ତି । ସେ କହିଛନ୍ତି ଯେ ୟୁକ୍ରେନ ରୁଷ ରାଷ୍ଟ୍ରପତିଙ୍କ ସହିତ…

ଦେଶ ବିଶ୍ବସ୍ତ ସଶସ୍ତ୍ର ବାହିନୀଦ୍ବାରା ସୁରକ୍ଷିତ: ଦଶହରାରେ ‘ଶସ୍ତ୍ର ପୂଜା’ କରି କହିଲେ ରାଜନାଥ ସିଂହ

ଚାମୋଲି: ଦଶହରା ଅବସରରେ ଆଜି ସକାଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉତ୍ତରାଖଣ୍ଡର ଚାମୋଲିସ୍ଥିତ ଔଲି ମିଲିଟାରି ଷ୍ଟେସନ୍‌ରେ ବିଧି ଅନୁସାରେ ‘ଶସ୍ତ୍ର ପୂଜା’ କରିଛନ୍ତି। ଏହି ପୂଜାରେ ସେନାମୁଖ୍ୟ ଜେନେରାଲ୍‌ ମନୋଜ ପାଣ୍ଡେ ମଧ୍ୟ ଉପସ୍ଥିତ ଥିଲେ।ଏହି ଅବସରରେ ପ୍ରତିରକ୍ଷା…

ଆମେରିକାର ଦୋମୁହାଁ ନୀତି : ପାକିସ୍ତାନକୁ ଏଫ-୧୬ ସହାୟତା ପରେ ବାଜଓ୍ବାଙ୍କୁ ସ୍ବାଗତ କଲା ପେଣ୍ଟାଗନ

ଓ୍ବାସିଂଟନ : ପୁଣି ପଦାରେ ପଡିଯାଇଛି ଆମେରିକାର ଦୋମୁହାଁ ନୀତି । ପୁଣି ପାକିସ୍ତାନ ସେନା ସହ ନିଜର ମଧୂର ସଂପର୍କକୁ ପ୍ରମାଣିତ କରିଛି ଆମେରିକା । ଏହି କାରଣରୁ ଆମେରିକା ଯେତେ କହିଲେ ବି ଭାରତ ରୁଷକୁ ଛାଡ଼ି ଆମେରିକା ଶିବିରକୁ ଯାଉନାହିଁଭାରତର ଚିନ୍ତା ସତ୍ତ୍ବେ ପାକିସ୍ତାନକୁ ୪୫୦ ନିୟୁତ…

ରାବଣଙ୍କ ଆଶୀର୍ବାଦରୁ ଚାକିରି ମିଳୁଥିବରୁ ଏହି ଗାଁରେ ହୁଏନି ରାବଣ ପୋଡ଼ି, କରାଯାଏ ପୂଜା

ମୁମ୍ବାଇ: ରାବଣ ଉପରେ ରାମଙ୍କ ବିଜୟର ଉତ୍ସବ ଭାବରେ ଦଶହରା ପର୍ବ ସାରା ଦେଶରେ ପାଳନ କରାଯାଏ। ଏହି ଅବସରରେ କୁମ୍ଭକର୍ଣ୍ଣ, ମେଘନାଦ ଏବଂ ରାବଣ ପୋଡି କରାଯାଇଥାଏ। ହେଲେ ଦେଶରେ ଏଭଳି ଅନେକ ଗ୍ରାମ ଅଛି ଯେଉଁଠାରେ ରାବଣ ପୋଡି ନକରାଯାଇ ରାବଣଙ୍କୁ ପୂଜା କରାଯାଏ | ଏହିପରି ଗୋଟିଏ ଗ୍ରାମ…

ସେନାର ଚିତା ହେଲିକପ୍ଟର କ୍ରାଶ୍‌, ପାଇଲଟ୍‌ ମୃତ

ନୂଆଦିଲ୍ଲୀ: ବିଜୟା ଦଶମୀରେ ଅଘଟଣ। କ୍ରାଶ୍‌ ହେଲା ସେନା ହେଲିକପ୍ଟର ‘ଚିତା’। ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଘଟିଛି ଏହି ଦୁର୍ଘଟଣା। ଏଥିରେ ଜଣେ ପାଇଲଟ୍‌ଙ୍କ ମୃତ୍ୟୁ ହୋଇଛି। ସେହିପରି ଆଉ ଜଣେ ପାଇଲଟ୍‌ ଆହତ ହୋଇଛନ୍ତି।ସୂଚନା ମୁତାବକ, ଆଜି ସକାଳ ୧୦ଟା ବେଳେ ହେଲିକପ୍ଟରଟି ନିୟମିତ ଉଡ଼ାଣ…

ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କ ଲାଗି ସଂରକ୍ଷଣ ବେଆଇନ: ପାଟନା ହାଇକୋର୍ଟ

ପାଟନା: ବିହାରରେ ପଛୁଆ ବର୍ଗ(ଓବିସି)ଙ୍କ ଲାଗି ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା ଉପରେ ରୋକ ଲଗାଇଛନ୍ତି ପାଟନା ହାଇକୋର୍ଟ। ପଞ୍ଚାୟତ ନିର୍ବାଚନ ପାଇଁ ଓବିସିଙ୍କ ପାଇଁ ରାଜ୍ୟ ସରକାର ଆଣିଥିବା ସଂରକ୍ଷଣ ବ୍ୟବସ୍ଥାକୁ ବେଆଇନ କହିଛନ୍ତି ହାଇକୋର୍ଟ। ପଞ୍ଚାୟତ ନିର୍ବାଚନ ଲାଗି ବିହାର…