Browsing Category

ଦେଶ

ମା’ଙ୍କୁ ଗାଳି ରାଜନୀତିକୁ କଡ଼ା ଭର୍ତ୍ସନା କଲେ ମୋଦି

ବିହାର: ବିହାର ଦରଭଙ୍ଗାରେ କଂଗ୍ରେସ-ଆରଜେଡି ଭୋଟର ଅଧିକାରୀ ରାଲିରେ ମୋଦିଙ୍କ ମା’ଙ୍କୁ ଗାଳି ଦେବା ମାମଲାରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, ‘ବିହାର ଭଳି ସମୃଦ୍ଧ ପରମ୍ପରା ଭଳି ରାଜ୍ୟରେ ଏଭଳି ସ୍ଥିତି ଉପୁଜିବ, ଏଠାରେ ମା’ର ସମ୍ମାନକୁ କ୍ଷତି

ପଞ୍ଜାବ ବନ୍ୟାରେ ଅଢ଼େଇ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ: ବୁଡ଼ିଗଲା ୧୩୦୦ ଗାଁ

ପଞ୍ଜାବ: ଗତ ଗୋଟିଏ ମାସ ଧରି ପଞ୍ଜାବରେ ଗମ୍ଭୀର ବନ୍ୟା ସମସ୍ୟା ଦେଖାଦେଉଛି । ଅଗଷ୍ଟ ୧ ତାରିଖରୁ ରାଜ୍ୟରେ ବନ୍ୟା ଯୋଗୁଁ ୩୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨.୫୬ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ରାଜ୍ୟ ସରକାର ଏହାକୁ ଦଶନ୍ଧି ମଧ୍ୟରେ ସବୁଠାରୁ ଗମ୍ଭୀର ପ୍ରାକୃତିକ

‘ସେମିକନ୍‌ ଇଣ୍ଡିଆ ୨୦୨୫’ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ଭାରତ ସେମିକଣ୍ଡକ୍ଟର ପ୍ରଯୁକ୍ତିବିଦ୍ୟାରେ ବଡ ଉପଲବ୍ଧି ହାସଲ କରିଛି। ମଙ୍ଗଳବାର (ସେପ୍ଟେମ୍ବର ୨)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ‘ସେମିକନ୍‌ ଇଣ୍ଡିଆ ୨୦୨୫’ର ଉଦଘାଟନ କରିଛନ୍ତି। ଦେଶରେ ପ୍ରସ୍ତୁତ ହୋଇଥିବା ପ୍ରଥମ ସେମିକଣ୍ଡକ୍ଟର ଚିପ୍‌କୁ ଲଞ୍ଚ କରାଯାଇଛି

ମଝି ଆକାଶରୁ ଫେରିଲା ୨୭୨ ଯାତ୍ରୀଙ୍କୁ ନେଇ ଯାଉଥିବା ଇଣ୍ଡିଗୋ ବିମାନ

ନୂଆଦିଲ୍ଲୀ : ମଝି ଆକାଶରୁ ଫେରିଲା ବିମାନ। ଅଳ୍ପକେ ଟଳିଲା ବଡ ଅଘଟଣ। ବିମାନରେ ପ୍ରାୟ ୨୭୨ ଜଣ ଯାତ୍ରୀ ଥିଲେ। ଉଡ଼ାଣ ଆରମ୍ଭ କରିବା ମାତ୍ରେ ଏକ ଇଣ୍ଡିଗୋ ବିମାନ ହଠାତ୍‌ ଏକ ପକ୍ଷୀ ସହିତ ଧକ୍କା ହୋଇଥିଲା। ପକ୍ଷୀ ସହିତ ଧକ୍କା ହେବା ପରେ ବିମାନଟି ନାଗପୁର ବିମାନବନ୍ଦରକୁ ଫେରି

ଦଳ ବିରୋଧୀ କାର୍ଯ୍ୟକଳାପ: କେ.କବିତାଙ୍କୁ ଭାରତ ରାଷ୍ଟ୍ର ସମିତିରୁ ବହିଷ୍କାର

ନୂଆଦିଲ୍ଲୀ : ଭାରତ ରାଷ୍ଟ୍ର ସମିତି(BRS)ର ଏମଏଲସି କେ. କବିତାଙ୍କୁ ଦଳରୁ ବହିଷ୍କାର କରିଦିଆଯାଇଛି । ନିଜ ବୟାନ ଓ ଗତିବିଧି ଯୋଗୁଁ ତାଙ୍କୁ ଦଳରୁ ବାହାର କରିଦିଆଯାଇଛି । ତାଙ୍କୁ ଦଳରୁ ବାହାର କରିବା ପାଇଁ କବିତାଙ୍କ ପିତା ତେଲଙ୍ଗାନା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା BRS ଅଧ୍ୟକ୍ଷ

ପୋଲିସ ହେପାଜତରୁ ଫେରାର ହେଲେ ଆପ୍ ବିଧାୟକ, ପୋଲିସକୁ ମାରିଲେ ଗୁଳି

ପଞ୍ଜାବ : ଆପ୍ ବିଧାୟକ ହରମିତ ସିଂ ପୋଲିସକୁ ଗୁଳି କରି ଜେଲରୁ ଫେରାର ହୋଇଯାଇଛନ୍ତି । ବିଧାୟକଙ୍କୁ ଜଣେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ପରେ ଗିରଫ କରାଯାଇଥିଲା । ତେବେ ପୋଲିସ ଥାନାକୁ ନେଇ ଯାଉଥିବା ବେଳେ ବିଧାୟକ ଜଣକ ଫେରାର ହୋଇଯାଇଛନ୍ତି । ଖବର ମୁତାବକ, ପଞ୍ଜାବର ଆପ ବିଧାୟକ

କଳା ଯାଦୁ ବାହାନାରେ ନାତିକୁ ମାରିଲା ଜେଜେ, ବସ୍ତାରୁ ମୃତଦେହ ଉଦ୍ଧାର

ଉତ୍ତର ପ୍ରଦେଶ: ଅଖାରୁ ବାହାରିଲା ଖଣ୍ଡ ଖଣ୍ଡ ଶରୀର । କଳା ଯାଦୁ ବାହାନାରେ ନାତିକୁ ହତ୍ୟା କରିଦେଲା ଜେଜେ । ଶରୀରକୁ ଖଣ୍ଡ ଖଣ୍ଡ କରି ଫିଙ୍ଗି ଦେଲା । ପ୍ରୟାଗରାଜରୁ ଆସିଲା ଛାତି ଥରେଇଦେବା ଭଳି ଖବର । ପରିବାର ଉପରୁ ମନ୍ଦ ଛାଇ ହଟାଇବା ନାଁରେ, ଜଣେ ବ୍ୟକ୍ତି ନିଜ ନାତିକୁ ଠାକୁରଙ୍କ

ପାନ୍ କାର୍ଡରେ ଜାଲିଆତି, ଗ୍ରୋସରୀ ଦୋକାନ ମାଲିକଙ୍କୁ ୧୪୧ କୋଟି ଟଙ୍କାର ଟ୍ୟାକ୍ସ

୧୪୧ କୋଟି ଟଙ୍କାର ଟ୍ୟାକ୍ସ । ସେ ପୁଣି କୌଣସି ସରକାରୀ କର୍ମଚାରୀ କି ବିଜନେସ୍ ମ୍ୟାନ୍ ନୁହେଁ ଜଣେ ଗ୍ରୋସରୀ ଦୋକାନ ମାଲିକଙ୍କୁ ଆସିଛି ୧୪୧ କୋଟି ଟଙ୍କାର ଟ୍ୟାକ୍ସ ନୋଟିସ୍ । ଉତ୍ତର ପ୍ରଦେଶର ବୁଲନ୍ଦସହରର ଏକ ଛୋଟ ଗ୍ରୋସରୀ ଦୋକାନର ମାଲିକଙ୍କୁ ଏଭଳି ସରକାରୀ ନୋଟିସ୍ ମିଳିବା ପରେ ସେ

ସେପ୍ଟେମ୍ବର ୫ ଯାଏଁ ସ୍ଥଗିତ ଚାରଧାମ ଯାତ୍ରା ଓ ହିମକୁଣ୍ଡ ସାହିବ ଯାତ୍ରା

ଡେରାଡୁନ: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ଚାରିଧାମ ଯାତ୍ରା ଏବଂ ହେମକୁଣ୍ଡ ସାହିବ ଯାତ୍ରାକୁ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସଚିବ ବିନୟ ଶଙ୍କର ପାଣ୍ଡେ ଏବଂ ଗଡ଼ୱାଲ ଡିଭିଜନର କମିଶନର ସୂଚନା ଦେଇଛନ୍ତି ।

SCOରେ ଆତଙ୍କବାଦକୁ ସମର୍ଥନ କରୁଥିବା ଦେଶଙ୍କୁ ଚେତାବନୀ ଦେଲେ ମୋଦୀ

ନୂଆଦିଲ୍ଲୀ: ଚୀନର ତିଆନଜିନରେ ସାଂଘାଇ ସହଯୋଗ ସଂଗଠନ (SCO)ର ୨୫ତମ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତଙ୍କବାଦ ବିରୋଧରେ କଡ଼ା ବାର୍ତ୍ତା ଦେଇଛନ୍ତି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଉପସ୍ଥିତ ଥାଇ ମୋଦୀ କହିଛନ୍ତି, କିଛି ଦେଶର ଆତଙ୍କବାଦୀ ସଂଗଠନଙ୍କୁ