Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଅସୀମ ଘୋଷ ହରିୟାଣା ଓ ଅଶୋକ ଗଜପତି ଗୋଆ ରାଜ୍ୟପାଳ ନିଯୁକ୍ତ, କବିନ୍ଦର ଗୁପ୍ତାଙ୍କୁ ଲଦାଖ ଦାୟିତ୍ଵ
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଦୁଇଟି ରାଜ୍ୟର ରାଜ୍ୟପାଳ ଏବଂ ଏକ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳଙ୍କୁ ନିଯୁକ୍ତ କରିଛନ୍ତି। ପୂର୍ବତନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ପୁସାପତି ଅଶୋକ ଗଜପତି ରାଜୁଙ୍କୁ ଗୋଆର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିବାବେଳେ!-->…
୨୦୨୭ ଆର୍ଥିକ ବର୍ଷରେ ଲାଗୁ କରାଯାଇପାରେ ଅଷ୍ଟମ ବେତନ କମିଶନ
ନୂଆଦିଲ୍ଲୀ,୧୪।୭: ଦେଶର ୪୪ ଲକ୍ଷ ସରକାରୀ କର୍ମଚାରୀ ଏବଂ ୬୮ ଲକ୍ଷ ପେନସନଭୋଗୀ ଅଷ୍ଟମ ବେତନ କମିଶନ ଲାଗୁ ହେବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ବର୍ଷ ପ୍ରାରମ୍ଭରେ, କେନ୍ଦ୍ର କ୍ୟାବିନେଟ ଅଷ୍ଟମ ବେତନ କମିଶନ ଗଠନକୁ ଅନୁମୋଦନ କରିଥିଲେ, ଯାହା ଦ୍ୱାରା କେନ୍ଦ୍ରୀୟ!-->…
ଆଜମ ଖାଁଙ୍କୁ ଝଟକା, ମାମଲା ସ୍ଥାନାନ୍ତରଣ ଆବେଦନ ଖାରଜ
ଲକ୍ଷ୍ନୌ: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ମହମ୍ମଦ ଆଜମ ଖାଁଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ୨୦୦୭ ମସିହାରେ ଦିଆଯାଇଥିବା ଏକ କଥିତ ଉତ୍ତେଜନାପୂର୍ଣ୍ଣ ଭାଷଣ ମାମଲାରେ, ସେ ମାମଲାକୁ ଉତ୍ତର ପ୍ରଦେଶରୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ଦାବି କରିଥିଲେ, କିନ୍ତୁ ସୁପ୍ରିମକୋର୍ଟ!-->…
ସେନାଶକ୍ତିକୁ ମଜଭୁତ କରିବା ପାଇଁ ଆଉ ପାଦେ ଆଗକୁ ବଢୁଛି ଦେଶ: ନିର୍ମାଣ କରିବ ସୁଇସାଇଡ୍ ଡ୍ରୋନ୍
ନୂଆଦିଲ୍ଳୀ: ଭାରତ ନିଜର ସେନାଶକ୍ତିକୁ ମଜଭୁତ କରିବା ପାଇଁ ଆଉ ପାଦେ ଆଗକୁ ବଢୁଛି । ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତାର ଏକ ବଡ଼ ପଦକ୍ଷେପ ସ୍ୱରୂପ ଭାରତ ଏକ ଦୂରଗାମୀ ଆତ୍ମଘାତୀ ଡ୍ରୋନ୍ (ସୁଇସାଇଡ୍ ଡ୍ରୋନ୍) ନିର୍ମାଣ କରିବାକୁ ଯୋଜନା କରୁଛି । ଯାହାର ମାରକ କ୍ଷମତା ୯୦୦!-->…
ସବୁ ବିମାନର ଇନ୍ଧନ ସ୍ବିଚ୍ ଯାଞ୍ଚ ହେବ : ଡିଜିସିଏ
ନୂଆଦିଲ୍ଲୀ : ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (ଏଏଆଇବି)ର ତଦନ୍ତ ରିପୋର୍ଟ ପରେ, ଭାରତର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଡିଜିସିଏ କହିଛନ୍ତି ଯେ ଦେଶରେ ଚାଲୁଥିବା ସମସ୍ତ ବିମାନଗୁଡ଼ିକର ଯାଞ୍ଚ ବାଧ୍ୟତାମୂଳକ ହେବ। ବିଶେଷକରି ବିମାନର!-->…
ରାଧିକାଙ୍କ ମୃତ୍ୟୁପରେ ଲଭ୍ ଜିହାଦକୁ ନେଇ ପ୍ରିୟ ସାଙ୍ଗଙ୍କ ପ୍ରତିକ୍ରିୟା
ନୂଆଦିଲ୍ଲୀ: ଟେନିସ୍ ଖେଳାଳି ରାଧିକା ଯାଦବଙ୍କୁ ତାଙ୍କ ବାପା ଦୀପକ ଯାଦବ ଗୁରୁଗ୍ରାମରେ ଘର ଭିତରେ ଗୁଳି କରି ହତ୍ୟା କରିଥିଲେ। ଏହି ହତ୍ୟା ଘଟଣା ପରେ ଦୀପକଙ୍କୁ ପୁଲିସ ଗିରଫ କରିଥିଲା। କୋର୍ଟ ଦୀପକଙ୍କୁ ୧୪ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି।ରାଧିକା ଯାଦବଙ୍କ ସବୁଠାରୁ ଭଲ!-->…
RPFର ପ୍ରଥମ ମହିଳା ମହାନିର୍ଦ୍ଦେଶକ ନିଯୁକ୍ତ
ନୂଆଦିଲ୍ଲୀ: ରେଲଓ୍ବେ ସୁରକ୍ଷା ବଳ (RPF)ର ପ୍ରଥମ ମହିଳା ମହାନିର୍ଦ୍ଦେଶକ ହେଲେ ବରିଷ୍ଠ ଆଇପିଏସ ଅଧିକାରୀ ସୋନାଲି ମିଶ୍ରା । କ୍ୟାବିନେଟ ନିଯୁକ୍ତି କମିଟି ତାଙ୍କ ନିଯୁକ୍ତିକୁ ମଞ୍ଜୁରୀ ଦେଇଛି। ୨୦୨୬ ଅକ୍ଟୋବର ୩୧ରେ ନିଜର ଅବସର ପର୍ଯ୍ୟନ୍ତ ସେ ଆରପିଏଫ୍ ଡିଜି ପଦରେ ରହିବେ। ସୋନାଲି!-->…
ଅହମଦାବାଦ ବିମାନ ଦୁର୍ଘଟଣା : ରିପୋର୍ଟକୁ ନେଇ ପାଇଲଟ ସଂଘ କ୍ଷୁବ୍ଧ, କେମିତି ଲିକ୍ ହେଲା ରିପୋର୍ଟ
ନୂଆଦିଲ୍ଲୀ : ବିଶ୍ବକୁ ସ୍ତବ୍ଧ କରି ଦେଇଥିବା ଅହମଦାବାଦ ବିମାନ ଦୁର୍ଘଟଣା (ଜୁନ୍ ୧୨) ର ପ୍ରାରମ୍ଭିକ ତଦନ୍ତ ରିପୋର୍ଟକୁ ଶନିବାର ସାର୍ବଜନୀନ କରାଯାଇଛି। ୧୫ ପୃଷ୍ଠାର ଏହି ରିପୋର୍ଟରେ ବିମାନର ଇନ୍ଧନ ସ୍ବିଚ୍ ବନ୍ଦ ହେବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା ବୋଲି କୁହାଯାଇଛି। ରିପୋର୍ଟରେ!-->…
ଆରପାରିରେ ଲୋକପ୍ରିୟ ଅଭିନେତା କୋଟା ଶ୍ରୀନିବାସ ରାଓ
ଆଉ ନାହାନ୍ତି ଲୋକପ୍ରିୟ ଦକ୍ଷିଣ ଭାରତୀୟ ଅଭିନେତା ତଥା ପୂର୍ବତନ ବିଜେପି ବିଧାୟକ କୋଟା ଶ୍ରୀନିବାସ ରାଓ। ରବିବାର ହାଇଦ୍ରାବାଦର ଜୁବଲୀ ହିଲ୍ସସ୍ଥିତ ତାଙ୍କ ବାସଭବନରେ ୮୩ ବର୍ଷ ବୟସରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ କୋଟା!-->…
ଜୁଲାଇ ୧୫ରେ ମହାକାଶରୁ ଫେରିବେ ଶୁଭାଂଶୁ
ନୂଆଦିଲ୍ଲୀ: ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲାଙ୍କ ୧୪ ଦିନିଆ ମହାକାଶ ମିସନ ଶେଷ ହୋଇଛି । ସେ ଆସନ୍ତା ମଙ୍ଗଳବାରଦିନ ଅର୍ଥାତ୍ ଜୁଲାଇ ୧୫ରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ ଭୂପୃଷ୍ଠ ପ୍ରତ୍ୟାବର୍ତ୍ତନ କରିବେ ।
କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ରବିବାର ଆକ୍ସିଅମ୍-୪!-->!-->!-->…