Browsing Category

ଅପରାଧ

ଅଡ଼ବା ଥାନାରେ ପଶି ପୋଲିସକୁ ମାଡ଼ ମାରିବା ଅଭିଯୋଗରେ ୩ଶହ ଜଣଙ୍କ ନାଁରେ ମାମଲା ରୁଜୁ

ମୋହନା: ଗଜପତି ଜିଲ୍ଲା ଅଡ଼ବା ଥାନାରେ ପଶି ପୋଲିସକୁ ମାଡ଼ ମାରିବା ଅଭିଯୋଗରେ ୩ଶହ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ଗଞ୍ଜେଇ ଜବତ ପରେ ଜଣେ ଯୁବକଙ୍କୁ ଗିରଫ ପ୍ରତିବାଦରେ ଗତକାଲି ଅଡବା ଥାନା ଭିତରେ ଘଟିଥିଲା ଲଙ୍କାକାଣ୍ଡ । ପୋଲିସକୁ ମାଡ ମାରି ଥାନା ଭଙ୍ଗା ରୁଜା କରିଥିଲେ ଶତାଧିକ…

ଫାଣ୍ଡି ଆଗରେ ହଣାକଟା : ତିନି ଜଣ ଗୁରୁତର, ୩ଜଣ ଅଟକ

ସୋର ୧୫।୦୯: ଫାଣ୍ଡି ଆଗରେ ହଣାକଟା। ଜମିଜମା ବିବାଦକୁ କେନ୍ଦ୍ରକରି ରଣକ୍ଷେତ୍ର ପାଲଟିଲା ଫାଣ୍ଡି ସମ୍ମୁଖ। ଗୋଷ୍ଠୀ ସଙ୍ଘର୍ଷରେ ୩ ଗୁରୁତର ହୋଇଥିବା ବେଳେ ୩ ଜଣଙ୍କୁ ଅଟକ ଅଛନ୍ତି। ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ସାଉଡ ଫାଣ୍ଡି ସମ୍ମୁଖରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଖବର…

୯୦ କୋଟିର ଋଣ ଖିଲାପ, ରାଜଧାନୀରେ ସିଲ୍ ହେଲା ଆପାର୍ଟମେଣ୍ଟ

ଭୁବନେଶ୍ୱର ୧୫।୦୯: ମହଙ୍ଗା ପଡିଲା ୯୦ କୋଟିର ଋଣ ଖିଲାପ । ରାଜଧାନୀରେ ସିଲ୍ ହେଲା ଏକ ଆପାର୍ଟମେଣ୍ଟ । ଭୁବନେଶ୍ୱର ଫରେଷ୍ଟ ପାର୍କ ଅଞ୍ଚଳରେ ୬ଟି ଫ୍ଲାଟ ଥିବା ଏକ ଆପାର୍ଟମେଣ୍ଟ ସିଲ୍ ହୋଇଛି । ବ୍ୟାଙ୍କରୁ ଋଣ ଖିଲାପ ଅଭିଯୋଗରେ ଆପାର୍ଟମେଣ୍ଟ ସିଲ କରିଛି ପଞ୍ଜାବ ନାସନାଲ ବ୍ୟାଙ୍କ । ସିଲ୍…

ସିଲ୍ ହେଲା କିଶୋର ଭାଇନା ମଟନ ହୋଟେଲ

ଭୁବନେଶ୍ୱର ୧୫/୦୯: ମଟନରେ ପଡ଼ୁଥିଲା ଏକ୍ସପାରୀ ସସ୍‌ । ବ୍ୟବହାର ହେଉଥିଲା କ୍ଷତିକାରକ ନାଲି ରଙ୍ଗ । ଏପରି ଅପମିଶ୍ରିତ ଖାଦ୍ୟ ତିଆରି କରୁଥିବା ଅଭିଯୋଗରେ ଦୂରଦର୍ଶନ ନିକଟରେ ଥିବା କିଶୋର ଭାଇନା ମଟନ ହୋଟେଲରେ ଆଜି ଖାଦ୍ୟ ସୁରକ୍ଷା ବିଭାଗ ଟିମ୍‌ ହୋଟେଲ ଚଢଉ କରିଥିଲା । ଦୋକାନର ଫୁଡ୍‌…

ପୋଲିସ ସ୍ପେଶାଲ ଡ୍ରାଇଭ୍, ରାତି ରେ ବ୍ଲକିଂ ଚେକିଂ ସହ ବାରରେ ରେଡ୍

ଭୁବନେଶ୍ୱର ୧୫/୦୯: ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବାର ଚାଲୁଥିବାରୁ କମିଶନରେଟ ପୋଲିସ ଦ୍ବାରା ଏକ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ ହୋଇଛି । ବୁଧବାର ବିଳମ୍ବିତ ରାତିରେ ରାଜଧାନୀର ବିଭିନ୍ନ ବାରରେ ଛାପା ମାରି ଥିଲା କମିଶନରେଟ ପୋଲିସ । ରାତି ପ୍ରାୟ ୧୧ପରେ ବ୍ଳକିଂ ଚେକିଂ ପରେ…

୫ ଲକ୍ଷ ଟଙ୍କା ଡିଲ୍‌ ବେଳେ ହନୁମାନ ପଇସା ବେପାରି ଗିରଫ

ଦେବଗଡ଼ ୧୪/୦୯: ୫ ଲକ୍ଷ ଟଙ୍କାରେ ଡିଲ୍‌ ହେଉଥିଲା ହନୁମାନ ପଇସା। ଏହି ସମୟରେ ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଚଢ଼ଉ କରି ବ୍ୟବସାୟୀଙ୍କୁ କାବୁ କରିଛି। ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ କତ୍ରାପାଲି ଗାଁରେ ଏପରି ଘଟଣା ସାମ୍ନାକୁ ଆସିଛି। ଏସଡିପିଓ ପ୍ରତ୍ୟୁଷ ମହାପାତ୍ରଙ୍କ…

ଜାଲ୍ ମେସେଜ ଦେଇ ଲୋକଙ୍କୁ ଠକୁଥିବା ୬ ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

କଟକ: ଓଡିଶା କ୍ରାଇମବ୍ରାଞ୍ଚକୁ ବଡ଼ ସଫଳତା। ମୟୁରଭଞ୍ଜରେ ଚଢ଼ାଉ କରି ୬ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଜାଲ ମେସେଜ ଦେଇ ଦେଶର ବିଭିନ୍ନ ଅଞ୍ଚଳରୁ ଲୋକଙ୍କୁ ଠକେଇ କରୁଥିଲେ। ଓଡିଶା ଏଵଂ ବିହାରରେ ଚାଲିଥିଲା ଏହି ଗ୍ୟାଙ୍ଗ। ଭାରତ ସରକାରଙ୍କ ଟେଲି…

ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ

ଖୋର୍ଦ୍ଧା, ୧୪/୦୯: ଖୋର୍ଦ୍ଧା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତୋଟାପଡା ଛକ ନିକଟରେ ଏହି ଦୁର୍ଘଟଣା ହୋଇଛି । ମୃତକ ଲହଙ୍ଗା ଗାଁର ନବ କିଶୋର ନାୟକ ବୋଲି ଜଣାପଡ଼ିଛି । ମିଳିଥିବା…

ଶୌଚ ହେବାକୁ ଯାଇ ବୃଦ୍ଧାଙ୍କ ମୃତ୍ୟୁ

ଧର୍ମଗଡ଼ 14/09: ଶୌଚ ହେବାକୁ ଯାଇ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି l ମହିଳାଜଣକ ହେଲେ ଜୟପାଟଣା ଥାନା ଅନ୍ତର୍ଗତ ବଡ଼କର୍ଲାକୋଟ ଗ୍ରାମପଞ୍ଚାୟତ ପାବଳୀ ଗ୍ରାମର ସୁନାଫୁଲ ନାଗ। ଗତକାଲି ଅପରାହ୍ନ ୪ଟା ବେଳେ ଜିଲ୍ଲା ମୁଖୀଗୁଡା ଇନ୍ଦ୍ରାବତୀ ଲିଫ୍ଟ କେନାଲକୁ ଶୌଚ ହେବାକୁ…

ବାଇକ୍‌ରେ ଆସି ନେଇଗଲେ କେଜିଏରୁ ଅଧିକ ସୁନା

ଭଦ୍ରକ ୧୪।୦୯: ଭଦ୍ରକ ବାସୁଦେବପୁର ବତଡ଼ା ବଜାରରେ ବଡ଼ଧରଣର ଲୁଟ୍‌ । ବଜାରରେ ଥିବା କାଶୀଶ୍ୱର ସୁନା ଦୋକାନରୁ କେଜିଏ ଅଧିକ ସୁନା ଲୁଟ୍‌ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ବଜାରରେ ଥିବା କାଶୀଶ୍ୱର ସୁନା ଦୋକାନରୁ ଲୁଟ୍‌ ହୋଇଛି । ଦୁଇ ଜଣ…