Browsing Category

ଅପରାଧ

ଯାଜପୁର ଛାତ୍ରୀଙ୍କ ମୃତ୍ୟୁ ଘଟଣା, ସାଇକେଲ ଓ ଅନ୍ୟାନ୍ୟ ଜିନିଷ ଘଟଣା ସ୍ଥଳରୁ ଜବତ

ଯାଜପୁର ମଙ୍ଗଳପୁର ଥାନା ନନ୍ଦିପୁର ନିକଟସ୍ଥ ପୋଖରୀରୁ ନନ୍ଦିପୁର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଅମ୍ରିତାଙ୍କ ମୃତ ଘଟଣାକୁ ନେଇ ବଢୁଛି ସସପେନ୍ସ। ମୃତ ଦେହ ଉଦ୍ଧାର ଘଟଣା କୁ ୩ ଦିନ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ମୃତ୍ୟୁ ରହସ୍ୟ ଉନ୍ମୋଚନ କରି ପାରିନି ପୋଲିସ। ପୋଲିସ ଘଟଣା…

ଗୁଣିଗାରେଡ଼ି ସଂଦେହରେ ବୃଦ୍ଧଙ୍କୁ ହତ୍ୟା, ୨ ଅଟକ

ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ସେରପାଲୀ ପଞ୍ଚାୟତର କୁସୁମବାହାଲ ଗ୍ରାମରେ ଜଣେ ବୃଦ୍ଧଙ୍କୁ ଗୁଣିଗାରେଡ଼ି ସଂଦେହରେ ହତ୍ୟା କରାଯାଇଥିବା ନେଇ ଥାନାରେ ଏତଲା ଦାୟର କରାଯାଇଛି। ଏତଲାକୁ ଭିତ୍ତି କରି ପୁଲିସ ୨ ଜଣକୁ ଅଟକ ରଖିଥିବା ଜଣାପଡିଛି। ଘଟଣା ଅନୁଯାୟୀ ଗତକାଲି ପ୍ରାୟ…

ଗଣଦୁଷ୍କର୍ମର ଶିକାର ହୋଇଥିବା ଆଶାକର୍ମୀ ଉଦ୍ଧାର

ପାରାଦୀପ: ଗଣଦୁଷ୍କର୍ମର ଶିକାର ହୋଇଥିବା ଆଶାକର୍ମୀଙ୍କର ସନ୍ଧାନ ମିଳିଛି। ଏନେଇ ତାଙ୍କ ବାପା ସୂଚନା ଦେଇଛନ୍ତି। ସେ କହିଛନ୍ତି, ପାରାଦୀପଠୁ ୨୦ କିମି ଦୂର ଗଡ଼କୁଜଙ୍ଗରେ ଆଶା କର୍ମୀଜଣଙ୍କୁ ଠାବ କରାଯାଇଛି। ଆଜି ସକାଳେ ଜଣେ ଅଜଣା ବ୍ୟକ୍ତିଙ୍କ କଲ୍ ପାଇ ସେ ଝିଅକୁ ଉଦ୍ଧାର କରିବାରେ ସଫଳ…

ନର୍ସିଂ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣା, ନିଦ ନହେବାରୁ ଆତ୍ମହତ୍ୟା କରିଥିବା ଚିଠିରେ ଉଲ୍ଲେଖ

ଭୁବନେଶ୍ୱର ୦୫/୦୯: ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା । ହଷ୍ଟେଲ ରୁମରୁ ମିଳିଲା ଏକ ହାତ ଲେଖା ଚିଠି । ମିଳିଥିବା ଚିଠିଟି ମୃତ ଛାତ୍ରୀଙ୍କ ହୋଇଥିବା ଅନୁମାନ । ନିଦ ନହେବାରୁ ଆତ୍ମହତ୍ୟା କରିଥିବା ଚିଠିରେ ଉଲ୍ଲେଖ ।ଏଥିରେ କାହାର ଦୋଷ ନାହିଁ, ପୋଲିସ କାହାରିକୁ ହଇରାଣ…

ପାହଳରେ ନକଲି ଲୁଣ, ଡିଟରଜେଂଟ୍ ଜବତ

ଭୁବନେଶ୍ୱର: ନକଲି ଲୁଣ ଗୋଦାମରେ ଚଢାଉ । ଭୁବନେଶ୍ୱର ଉପକଣ୍ଠ ହଂସପାଳ ନିକଟ ଶିବଶକ୍ତିନଗର ଲେନ୍ ୧୫ରେ ଚଢାଉ କଲା ପାହଳ ପୋଲିସ । ଲୋକପ୍ରିୟ ବ୍ରାଣ୍ଡ ନାଁରେ ନକଲି ସାମଗ୍ରୀ ପ୍ରସ୍ତୁତ ହେଉଥିବା ଗୋଦାମ୍ ଉପରେ ଚଢାଉ କରି ନକଲି ସାମଗ୍ରୀକୁ ଜବତ କରିଛି ପୋଲିସ । ପ୍ରସିଦ୍ଧ କମ୍ପାନୀ ନାଁରେ…

ଗଣେଷ ଭସାଣୀରେ ଅଘଟଣ: ଜଣେ ମୃତ, ୩ ଗୁରୁତର

ମାହାଙ୍ଗା: ଗଣେଷ ଭସାଣୀରେ ଅଘଟଣ। ପୂର୍ବଶତ୍ରୁତାକୁ ନେଇ ମାର୍‌ପିଟ୍‌। ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ମାହାଙ୍ଗା ବ୍ଲକ ପୋଡ଼ାମରାଇ ପଞ୍ଚାୟତ ଏରକଣା ଗାଁରେ ଜଣେ ପାଗଳର ଭୁଜାଲି…

ଗୁଣିଗାରେଡି ସନ୍ଦେହରେ ହତ୍ୟା, ଘରେ ପଶି ମହିଳାଙ୍କୁ ମାରିଦେଲା ଯୁବକ

ରାୟଗଡ଼ା ୦୫।୦୯: ରାୟଗଡ଼ା ସହର କୋଇଲାପଡ଼ାରେ ଅଭାବନୀୟ ଘଟଣା। ଗୁଣିଗାରେଡି ସନ୍ଦେହରେ ପଡୋଶୀ ମହିଳାଙ୍କୁ ହାଣି ହତ୍ୟା କଲେ ଜଣେ ଯୁବକ । ମୃତ ମହିଳାଙ୍କ ନାମ ଚନ୍ଦ୍ରମା ବିଭାର ବୋଲି ଜଣାପଡିଛି । ଖବର ଅନୁଯାୟୀ, ଗତ କିଛି ଦିନ ହେବ ଚନ୍ଦ୍ରମା ଗୁଣି ଗାରେଡି କରୁଥିବା ନେଇ ରାଜେଶ…

ମା’ କୋଳରୁ ଖସି ଭାସିଗଲା ୨୨ ମାସର ଶିଶୁପୁତ୍ର

ନୟାଗଡ: ଓଡଗାଁ ଥାନା ଅନ୍ତର୍ଗତ ଗୌଡ଼ପୁଟ ଜଗନ୍ନାଥ ସାହିରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ମାଆ ଶାନ୍ତିଲତା ବାରିକ ଦୁଆଣ୍ଟ ନଦୀକୁ ନିଜ ୨୨ ମାସର ଶିଶୁପୁତ୍ରକୁ ନେଇ ଗାଧୋଇବାକୁ ଯାଇଥିଲେ । କିନ୍ତୁ ଅସାବଧାନତା ବଶତଃ ପିଲାଟି ମାଆ କୋଳରୁ ଖସିପଡି ଭାସି ଯାଇଥିଲା । ବହୁ ଖୋଜାଖୋଜି ପରେ ୧୦୦…

ରାସ୍ତା ପାର୍ଶ୍ୱରେ ପଡ଼ିଛି ୭୦ରୁ ଊର୍ଦ୍ଧ୍ୱ ଘୁଷୁରୀଙ୍କ ମୃତଦେହ

ଭଦ୍ରକ: ରାସ୍ତା ପାର୍ଶ୍ୱରେ ପଡ଼ିଛନ୍ତି ଘୁଷୁରୀ। ଗୋଟେ କି ଦୁଇଟି ନୁହେଁ, ଏକାଥରକେ ୭୦ରୁ ଅଧିକ ଘୁଷୁରୀଙ୍କ ମୃତଦେହ। ତେବେ କେଉଁ କାରଣରୁ ଘୁଷୁରୀଙ୍କ ମୃତ୍ୟୁ ହୋଇଛି, ତାହା ଜଣାପଡ଼ି ନାହିଁ। ଏପରି ଚିତ୍ର ଆସିଛି ଭଦ୍ରକ ଜିଲ୍ଲାରୁ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଯାଜପୁରକୁ ସଂଯୋଗ…

କମଳା ପୂଜାରୀଙ୍କୁ SCBରେ ଚିକିତ୍ସା ବେଳେ ନଚାଇବା ଘଟଣା, ୨ ଜଣଙ୍କୁ ହାଜର ନୋଟିସ୍

ଜୟପୁର: ପଦ୍ମଶ୍ରୀ ପୁରସ୍ତାରପ୍ରାପ୍ତ କମଳା ପୂଜାରୀଙ୍କୁ SCB ICUରେ ଚିକିତ୍ସା ବେଳେ ନଚାଇବା ଭିଡିଓ ଭାଇରାଲ ଘଟଣାରେ ୨ ଜଣଙ୍କୁ ଜାରି ହୋଇଛି ନୋଟିସ୍। ତଥାକଥିତ ସମାଜସେବୀ ମମତା ବେହେରା ଓ ପ୍ରଶାସନ ପକ୍ଷରୁ ନିଯୁକ୍ତ ଆଟେଣ୍ଡାଣ୍ଟ ରାଜୀବ ହିଆଲଙ୍କୁ ଏହି ନୋଟିସ ଜାରି ହୋଇଛି। ଉଭୟଙ୍କୁ…