ବିଏସଏନଏଲ ଥ୍ରୀଜି ବ୍ରଡ଼ବ୍ୟାଣ୍ଡ ସେବାର ଲୁଚକାଳି ଖେଳରେ ବ୍ରାହ୍ମଣୀଗାଁ ଅଞ୍ଚଳ ବାସୀ ହନ୍ତସନ୍ତ

add-all

ଦାରିଙ୍ଗବାଡ଼ି (୦୨/୦୭) : ଦାରିଙ୍ଗ ବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଅଞ୍ଚଳ ବାସଙ୍କ ପାଇଁ ରହିଛି ଏକ ମାତ୍ର ବିଏସଏନଏଲ ନେଟୱାର୍କ ସେବା। ହେଲେ ଏକ ମାସରେ (୩୦ ଦିନ) ୧୫ ଦିନରୁ ଉର୍ଦ୍ଧ ଦିନ ପ୍ରାୟ ଅଞ୍ଚଳ ବାସୀ ଏହି ସେବା ପାଇବାରୁ ବଞ୍ଚିତ ହୋଇ ରହୁଥିବା ନଜିର ରହିଛି। ଆଜିକାଲି ପ୍ରତ୍ୟକ କାମ ଅନ ଲାଇନ ମାଧ୍ୟମରେ କରାଯାଉଛି। ଏହି ଅଞ୍ଚଳର ଛାତ୍ର ଛାତ୍ରୀ ଏହି ସେବା ପାଇବାରୁ ବଞ୍ଚିତ ହୋଇ ଉଚ୍ଚ ଶିକ୍ଷା ପାଇଁ ଆବେଦନ କରିବା ସହିତ ଜାତି, ସ୍ଥାୟୀ ବାସିନ୍ଦା, ଇନକମ୍ ପ୍ରମାଣ ପତ୍ର ପାଇବା ହେଉକି ଆବେଦନ କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉ ଥିବା ସର୍ଵ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ସେହି ଭଳି ସର୍ଵ ନିମ୍ନ ଅତ୍ୟାବସକ ବିଧବା, ବାର୍ଦ୍ଧକ୍ଷ, ଭିନ୍ନକ୍ଷମ ଭତା ଜନ ସେବା କେନ୍ଦ୍ର ଗୁଡିକରୁ ଉଠାଇ ନ ପାରି ବହୁ ଅସୁବିଧାର ସମୁଖୀନ ହେଉଥିବା ପ୍ରକାଶ ପାଇଛି।

ଝିଞ୍ଜିରିଗୁଡା ପଞ୍ଚାୟତ ରେ ରହିଥିବା ଜନ ସେବା କେନ୍ଦ୍ର ଗୁଡିକରେ ଗତ ମାସରେ ୧୪ ଦିନ ଧରି ବ୍ରଡବ୍ୟାଣ୍ଡ ନେଟୱାର୍କ ସେବା ବନ୍ଦ ରହିଥିବାରୁ ପଞ୍ଚାୟତ ବାସୀ ଜରୁରୀ ଆବଶ୍ୟକତା ପାଇବାରୁ ବଞ୍ଚିତ ହୋଇ ରହିଥିବା ପଞ୍ଚାୟତ ବାସୀ ସୂଚନା ଦେଇଛନ୍ତି। ଗତକାଲି ଠାରୁ ଆଜି ଯାଏ ଏହିସେବା ବନ୍ଦ ରହିଛି। ଏହି ଅସୁବିଧା ନେଇ ବିଭାଗୀୟ ଏସ୍ଡ଼ିଓଙ୍କୁ ପଚରା ଯିବାରୁ, ରାସ୍ତା କାମ ଚାଲିଥିବାରୁ ବାରବାର କେବୁଲ ଚିଡୁଛି। ବହୁ ପୁରୁଣା କେବୁଲ ହୋଇଥିବାରୁ କେବୁଲ ଯାଇଣ୍ଟ ଠିକ ଭାବେ ହୋଇ ପାରୁନଥିବାସୂଚନା ଦେଇଛନ୍ତି। ଏଣୁ ଜିଲା ପ୍ରଶାସନ ଏହି ଅଞ୍ଚଳର ନେଟ ୱାର୍କ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି।

ad-week
Leave A Reply

Your email address will not be published.