କନ୍ଧମାଳର ବିଭିନ୍ନ ସମସ୍ୟାର ସମାଧାନ ଓ ବିକାଶ ନେଇ ଆଲୋଚନା ଚକ୍ର

add-all

ଫୁଲବାଣୀ: କନ୍ଧମାଳ ଜିଲ୍ଲା ମିଡିଆ ଫୋରମ ପକ୍ଷରୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ଓ ବିକାଶ ନେଇ ଏକ ଆଲୋଚନା ଚକ୍ର ସଭାପତି ସୁନୀଲ ବିଶ୍ୱାଳଙ୍କ ସଭାପତିତ୍ୱରେ ଫୁଲବାଣୀ ସ୍ଥିତ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଆଲୋଚନା ଚକ୍ରରେ ବହୁ ଗୁଣି ଜ୍ଞାନୀ ଓ ବରିଷ୍ଠ ନାଗରିକ,ସାମ୍ବାଦିକ ଓ ଆଇନଜୀବୀ ମାନେ ଉପସ୍ଥିତ ରହି କନ୍ଧମାଳର ବହୁ ସମସ୍ୟା ଯଥା ମେଡ଼ିକାଲ ଅଛି ଡାକ୍ତର ନାହାଁନ୍ତି, ନର୍ସ ନାହାନ୍ତି, ଫାର୍ମାସିଷ୍ଟ ନାହାନ୍ତି, ସର୍ଵ ପୁରାତନ ସରକାରୀ କଲେଜ ଅଛି କିନ୍ତୁ ସବୁ ବିଷୟରେ ପଢ଼ାଇବା ପାଇଁ ଲେକଚରର ନାହାନ୍ତି, ଜିଲ୍ଲାର ଅଧିକାଂଶ ବିଭାଗରେ ଯେତିକି କର୍ମଚାରୀ ରହିବା କଥା ସେତିକି ନାହାନ୍ତି l ଏ ସବୁର ମୂଳ କାରଣ ସାଂସଦ ହେଉ କିମ୍ବା ବିଧାୟକ ହେଉ ସ୍ଥାନୀୟ ଲୋକଙ୍କ ହାତରେ ଶାସନ କ୍ଷମତା ଦିଆଗଲେ କନ୍ଧମାଳର ବିକାଶ ହୋଇପାରିବ ବୋଲି ସମସ୍ତେ ମତ ରଖିଥିଲେ l

ଉକ୍ତ ଆଲୋଚନା ଚକ୍ରରେ ଓକିଲ ସଂଘର ସଭାପତି ତଥା ବରିଷ୍ଠ ଆଇନଜୀବୀ ଭଗବାନ ମହାନ୍ତି ଓ ସମ୍ପାଦକ କମଳ କୁମାର ବେହେରା,କାଉନସିଲର ରମେଶ ଚନ୍ଦ୍ର ମହାନ୍ତି, ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ଦିଗାଲ, ବ୍ରଜ ବିହାରୀ ନନ୍ଦ ,ଜାଗ୍ରତ କନ୍ଧମାଳ ଓଡ଼ିଶାର ପ୍ରତିଷ୍ଠାତା ସତ୍ୟ ନାରାୟଣ ବେହେରା,ମିଳିତ ନାଗରିକ ମଞ୍ଚର ସମ୍ପାଦକ ପ୍ରଣବ କୁମାର ମଣ୍ଡଳ , ବଣିକ ସଙ୍ଘର ସଭାପତି ଅଶୋକ କୁମାର ପଟ୍ଟନାୟକ,ନବ କିଶୋର ରଥ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାର ସମସ୍ୟା ଓ ବିକାଶ ସମନ୍ଧ ରେ ବକ୍ତବ୍ୟ ରଖିଥିଲେ l ଏଥି ସହିତ ଗଣମାଧ୍ୟମ ହିଁ ଜିଲ୍ଲାର ବିକାଶ ନିମନ୍ତେ ଉପଯୁକ୍ତ ସହାୟ ହୋଇପାରିବ ବୋଲି ମଧ୍ୟ କହିଥିଲେ l ଫୋରମର ଉପସଭାପତି ଆଦିତ୍ୟ ପ୍ରସାଦ ତ୍ରିପାଠୀ, ସମ୍ପାଦକ ସୂର୍ଯ୍ୟ ନାରାୟଣ ବେହେରା, ସହ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ, ଉପଦେଷ୍ଟା ଶିବାନନ୍ଦ ପଟ୍ଟନାୟକ,ତ୍ରିନାଥ ସାହୁ,ଅଜିତ ମହାରଣା, ଶିବ ବିଶ୍ୱାଳ,ପ୍ରଶାନ୍ତ ଜେନା,ଲଷ୍ମୀ ନାରାୟଣ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ l
ଉକ୍ତ ଆଲୋଚନା ଚକ୍ରକୁ ବ୍ରଜ ବିହାରୀ ନନ୍ଦ ପରିଚାଳନା କରିଥିଲେ l

ad-week
Leave A Reply

Your email address will not be published.