
ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଥିବା ୧୨ ଗୋଟି ବ୍ଲକରେ ଜମି ମାଫିଆ ମାନେ ଜିଲ୍ଲା ପ୍ରଶାସନର ଆଇନ କାନୁନ, ବନ ବିଭାଗର କାର୍ଯ୍ୟ ଢିଲା ଫଳରେ ଦିନକୁ ଦିନ ଜଙ୍ଗଲ ଶୂନ୍ୟ,ସରକାରୀ ଜମି ବିକ୍ରି ଓ ଜମି ମାଫିଆଙ୍କ ସକ୍ରିୟ ଦିନକୁ ଦିନ ବୃଦ୍ଧି ପାଉଛି ।ଏହି ସବୁ ବିଷୟ ଜିଲ୍ଲା ପ୍ରଶାସନ ,ବନ ବିଭାଗ, ତହସିଲଦାର ମାନେ ଦେଖି ,ଜାଣି ନଜାଣିଲା ପରି ଅନ୍ଧ ଭାବେ ଅଭିନୟ କରୁଛି l ତେଣୁ ଜିଲ୍ଲା ରେ ଜମି ମାଫିଆମାନେ ସକ୍ରିୟ ହୋଇଗଲେଣି । ଏହାର ଏକ ଉଦାହରଣ ଫୁଲବାଣୀ ଠାରୁ ଗୋଛାପଡା ଯିବା ରାଜ ରାସ୍ତା ନିକଟବର୍ତ୍ତୀ ଥିବା
ମଜୁରିବିଡା ଜଙ୍ଗଲ ପାଖରେ ମାଫିଆମାନଙ୍କ ଜମି ଦାଖଲ, ନୂତନ ଘର ନିର୍ମାଣ ଚାଲିଛି l ସେଥିରୁ ବାହାରୁଥିବା ବର୍ଜ୍ୟବସ୍ତୁ , ଚିରା ସିମେଣ୍ଟ ବସ୍ତା,ଭଙ୍ଗା ଇଟା ,ବାଲି ପଥର ଇତ୍ୟାଦି ନିକଟସ୍ଥ ଜଙ୍ଗଲରେ ପକାଯାଉଛି l ଦରକାର ପଡ଼ିଲେ ମୂଲ୍ୟବାନ ଶାଳ, ପିଆଶାଳ, କେନ୍ଦୁ ଗଛ କାଟିବାକୁ ମଧ୍ୟ ପଛାଉ ନାହାନ୍ତି l କିଛିଦିନ ପରେ ଉକ୍ତ ସରକାରୀ ଜମିକୁ ଜମି ମାଫିଆ ମାନଙ୍କ ଜରିଆରେ ଅନ୍ୟ ଜଣକୁ ବିକ୍ରି କରିଦିଆ ଯାଉଛି l ତେବେ ଏପରି ପ୍ରକ୍ରିୟା ଚାଲୁ ରହିଲେ ଆଗାମୀ ଦିନରେ ଫୁଲବାଣୀ ସହର ଗଛ ଶୂନ୍ୟ ହୋଇ ପଡିବ ବୋଲି ବୁଦ୍ଧିଜୀବୀ ମାନେ ମତ ରଖିଛନ୍ତି l ମଜୁରିବିଡା ରଖିଥିବା ଜମି ମାଫିଆ ମାନେ ରାତି ରେ ଜେସିବି ମେସିନ ଲଗାଇ ଫରେଷ୍ଟ ଜଙ୍ଗଲ, ସରକାର ଙ୍କ ଜମିରୁ ବିନା ଲଖିତ ପରାମର୍ଶରେ ବେ ନିୟମ ଭାବେ ଗଛ କାଟି ,ଖୋଳି, ସେଠାରୁ ଟ୍ରାକ୍ଟର ବାଟେ ଜଙ୍ଗଲ ମାଟି ବାହାର କରି ନିଜ ଜମିରେ ପକାଇବା ସହିତ ବାହାରେ ମାଟିକୁ ବିକ୍ରି କରାଯାଉଛି ବୋଲି ଚର୍ଚ୍ଚା ହେଉଛି।ଏହି ମାଟିକୁ ବାହାର କରିବା ଦ୍ୱାରା ଜଙ୍ଗଲ ନଷ୍ଟ ହେଉଛି।ଏହି ଜମି ମାଫିଆ ଉପରେ ଜିଲ୍ଲା ପ୍ରଶାସନ, ବନବିଭାଗ ଡିଏଫଓ, ଦୃଢ଼ ପଦକ୍ଷେପ ଗ୍ରହଣ କରିବା ପାଇଁ ସର୍ବସାଧାରଣଙ୍କ ସ୍ଥଳେ ଦାବି ହେଉଛି।କିନ୍ତୁ ଫୁଲବାଣୀ ତହସିଲଦାର ଙ୍କୁ ଫୋନ କଲେ ମଧ୍ୟ ଦୃଷ୍ଟି ଦେଉନାହାନ୍ତି।