
ମାଲକାନଗିରି (୩।୭) : ଆଜି ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସୀମାଗୁଡି ନିକଟରେ କ୍ଷୁଦ୍ରଶିଳ୍ପ ପାଇଁ ଜମି ଅଧିଗ୍ରହଣ କରିବା ବେଳେ ସ୍ଥାନୀୟ ଲୋକଙ୍କ ଦ୍ଵାରା ଏହାକୁ ବିରୋଧ କରାଯାଇଛି । ତେବେ ଘଟଣା ସ୍ଥଳରେ ତହସିଲଦାର ଓ ପୋଲିସ ଉପସ୍ଥିତି ରହି ଲୋକଙ୍କୁ ବୁଝାଶୁଝା କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଓଡିଶାର ଅନେକ ଶିଳ୍ପ ବିହୀନ ଅଞ୍ଚଳରେ ବିକାଶ ଏବଂ ନିଯୁକ୍ତି ସୃଷ୍ଟି ପାଇଁ ଏହି କ୍ଷୁଦ୍ରଶିଳ୍ପ ପ୍ରତିଷ୍ଠା ଲାଗି ଇଡକୋ ଜରିଆରେ ସରକାରୀ ଜମି ଅଧିଗ୍ରହଣ କରି ଶିଳ୍ପ ପ୍ରତିଷ୍ଠା ପାଇଁ ନିଷ୍ପତି ନେଇଛନ୍ତିା ରାଜ୍ୟ ସରକାରଙ୍କ ଏହି ନିଷ୍ପତି ଅନୁଯାୟୀ ମାଲକାନଗିରି ଜିଲ୍ଲା ସିମାଗୁଡି ଠାରେ ୪୫ ଏକର ସରକାରୀ ଜମିକୁ ଆଜି ଚିହ୍ନଟ କରା ଯାଇ ଇଡକୋକୁ ହସ୍ତାନ୍ତର କରିବା ପାଇଁ ସ୍ଥାନୀୟ ସହସିଲଦାର ସୟଦ ସବିର ସା, କୋରାପୁଟରୁ ଆସିଥିବା ଇଡକୋ ପରିଚାଳକ ସର୍ଭେ କାର୍ଯ୍ୟ କରୁଥିଲୋ ସେହି ସମୟରେ ସ୍ଥାନୀୟ ଅଞ୍ଚଳର ଗ୍ରାମବାସୀ ମାନେ ଏହାକୁ ବିରୋଧ କରିଥିଲୋ ଗ୍ରାମବାସୀଙ୍କ କହିବା ଅନୁଯାୟୀ ଏଠାରେ ସରକାର କାରଖାନା ନିର୍ମାଣ କଲେ ଭବିଷ୍ୟତରେ ସେମାନଙ୍କ ଜୀବନ ଜୀବିକା ଓ ଚଳନୀ ଉପରେ ପ୍ରଭାବ ପଡିବ l ଏଣୁ ଏଠାରେ ଶିଳ୍ପ ପ୍ରତିଷ୍ଠାକୁ ବିରୋଧ କରୁଛୁ ବୋଲି ଲୋକେ ପ୍ରକାସ କରିଥିଲୋ ତେବେ ତହସିଲଦାର ଶ୍ରୀ ସବିର ଗ୍ରାମବାସୀଙ୍କୁ ଏଠାରେ ବୃହତ ଶିଳ୍ପ କିମ୍ବା ବଡ କମ୍ପାନୀ ହେବନାହିଁ, ଏହା ସରକାରି ଜାଗା ହୋଇଥିବାରୁ ଏଠାରେ କ୍ଷୁଦ୍ରଶିଳ୍ପ ପ୍ରତିଷ୍ଠା ହେବ, ଯାହାଦ୍ୱାରା ସ୍ଥାନୀୟ ଲୋକ ଉପକୃତ ହେବା ସହ ନିଯୁକ୍ତି ପାଇପାରିବୋ ଯଦି କାହାର ପଟ୍ଟା ସ୍ଥଳ ଥାଏ ତାକୁ ବାଦ୍ ଦିଆଯିବା