
ନନ୍ଦାହାଣ୍ଡି : ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନନ୍ଦାହାଣ୍ଡି ଗୋଷ୍ଠି ଉନ୍ନୟନ କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷରେ ‘ମୋ ଘର’ ଓ ‘ଆବାସ ନିର୍ମାଣ କାର୍ଯ୍ୟ’ ନିମନ୍ତେ ସଚେତନତା ଶିବିର ଅନୁଷ୍ଠିତ ହୋଇଅଛି। ଏବଂ ସରୁଗୁଡା ଗ୍ରାମ ରେ ଆବାସ ଯୋଜନା ଘର ଭୂମିପୂଜନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ନବରଙ୍ଗପୁର ଶ୍ରୀଯୁକ୍ତ ସଦାଶିବ ପ୍ରଧାନୀ ମହୋଦୟ ଯୋଗଦାନ କରିଥିଲେ ଓ ଘର କିପରି ଶିଘ୍ର ସମାପନ କରିପାରିବେ ସେ ବିଷୟରେ ସଚେତନ କରାଇଥିଲେ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ନନ୍ଦାହାଣ୍ଡି ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ରଶ୍ମିତା ମାଝୀ, ନନ୍ଦାହାଣ୍ଡି ଜୋନ୍ ୨ ଜ଼ିଲ୍ଲାପରିଷଦ ସଭ୍ୟ ଶ୍ରୀ ଅରୁଣ କୁମାର ମିଶ୍ର ,ନନ୍ଦାହାଣ୍ଡି ବିଧାୟକ ପ୍ରତିନିଧି ତଥା ବ୍ଲକ ବିଜେଡି ସଭାପତି ଶ୍ରୀ ଦୟାନିଧି ବିଷୋୟୀ,ନନ୍ଦାହାଣ୍ଡି ବ୍ଳକ ଉପାଧ୍ୟକ୍ଷ ଶ୍ରୀ ସଦନ ଗୌଡ଼,ନବରଙ୍ଗପୁର ସ୍ଵତନ୍ତ୍ର ଉନ୍ନୟନ ବିକାଶ ପରିଷଦ ସଭ୍ୟ ଶ୍ରୀ ଜଗବନ୍ଧୁ ଜାନୀ,ନନ୍ଦାହାଣ୍ଡି ବ୍ଲକ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଓ ସଭ୍ୟା, ନନ୍ଦାହାଣ୍ଡି ବ୍ଲକ ବିଜେଡି ନେତୃବୃନ୍ଦ ଓ ହିତାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।