ସ୍ୱାସ୍ଥ୍ୟ କେନ୍ଦ୍ର ରଙ୍ଗ ଦିଆ କାମରେ ଶିଶୁ ଶ୍ରମିକ: ପ୍ରଶାସନ ନିରବ ଦ୍ରଷ୍ଟା…

add-all

ଦାରିଙ୍ଗବାଡି,୫/୭(ନିପ୍ର): ଦାରିଙ୍ଗବାଡି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ରୂପାନ୍ତରିକରଣ କରିବା ପାଇଁ ୫ଟି ପକ୍ଷରୁ ୨ କୋଟି ୩୭ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି । ହେଲେ ଉକ୍ତ କାମ କୁ କରିଛନ୍ତି ଶିଶୁ ଶ୍ରମିକ । ମେଡ଼ିକାଲରେ ପୁଟି ମରା କାର୍ଯ୍ୟ ଚାଲିଥିବା ବେଳେ ଶିଶୁ ଶ୍ରମିକ କାର୍ଯ୍ୟ କରୁଛନ୍ତି। ମେଡ଼ିକାଲ କୁ ଆସୁଥିବା ସମସ୍ତ ଲୋକ ଶିଶୁ ଶ୍ରମିକ କାର୍ଯ୍ୟ କରିବାର ଦେଖୁଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ ଶିଶୁ ଶ୍ରମିକଙ୍କୁ କିଭଳି କାମରେ ଲଗାଇଛନ୍ତି ତାହା ତଦନ୍ତ ସାପେକ୍ଷ। ଶିଶୁ ଶ୍ରମିକଙ୍କୁ କାର୍ଯ୍ୟରେ ଲଗାଇଲେ ଜରିମାନା ସହ ଜେଲଦଣ୍ଡର ବ୍ୟବସ୍ଥା ରହିଛି । ଶିଶୁ ଙ୍କୁ କାମରେ ନଲଗାଇବା ପାଇଁ ବାରମ୍ବାର ସଚେତନ କରାଯାଉଛି । ହେଲେ ଏହି ସବୁ ନିୟମକୁ ଖୋଲମାଖୋଲା ଉଲଘଂନ କରୁଛନ୍ତି ସରକାରୀ ବାବୁ । ଶିଶୁ ଶ୍ରମିକଙ୍କୁ କାର୍ଯ୍ୟରେ ଲଗାଇଥିବା ସରକାରୀ ବାବୁ ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

ad-week
Leave A Reply

Your email address will not be published.