ଉମରକୋଟ ତହସିଲ ଅଫିସ ରାଜସ୍ୱ ବିଭାଗ କମିଶନ ଦ୍ୱାରା ତଦାରଖ

add-all

ଉମରକୋଟ : ସୂଚନା ପ୍ରକାରେ ଉମରକୋଟ ତହସିଲ ଅଫିସରେ ବହୁ ଦିନ ଧରି ବିଭିନ୍ନ ପ୍ରକାର ଦୁର୍ନୀତିର ଅଭିଯୋଗ ହେଇ ଆସୁଛି | ଯେପରି ଜମି ଦୁର୍ନୀତି, ପଥର ଖାଦାନ ଦୁର୍ନୀନ୍ତି, ଜଳକର ଦୁର୍ନୀତି, ଗୋଟିଏ ଜମିରେ ପ୍ଲଟ ନଂ ପରିବର୍ତନ କରି ଅନ୍ୟ ଜଣଙ୍କୁ ବିକ୍ରୟ କରିବା ଦୁର୍ନୀତି, ବିଭିନ୍ନ ପ୍ରକାର ସାର୍ଟିପିକେଟପାଇଁ ମାସ ମାସ ବୁଲାଇବା ଏବଂ ଜନସାଧାରଙ୍କୁ ହଇରାଣ କରିବା ଦୁର୍ନୀତି,ବ୍ରହ୍ମପୁର ରାଜସ୍ୟ ବିଭାଗ କମିଶନର ତଦାରଖ କରିଛନ୍ତି | ଆମ ଗଣମାଧ୍ୟମ ପ୍ରତିନିଧି କମିସନରଙ୍କୁ ପଚାରିବାରୁ କହିଲେ ସବୁ ଦୁର୍ନୀତି ତଦାରଖ କରାଯିବ, ଏବଂ ଯେଉଁ ମାନେ ଏସବୁ ଭିତରେ ଲିପ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ପଦେକ୍ଷପ ନିଆଯିବ, ଏବଂ ଆମ ଉମରକୋଟ ଜନସାଧାରଣ ଦୁର୍ନୀତି ବିଷୟରେ ଏକ ଦାବିପତ୍ର ଦେବାରୁ କମିସନର କହିଛନ୍ତି ମୁଁ ଏହାକୁ ଜିଲ୍ଲାପାଳ ମହାଶୟଙ୍କୁ ପଚାରି ପଦକ୍ଷେପ ନେବି ବୋଲି କହିଛନ୍ତି | ଉମରକୋଟ ସହରର ଏବଂ ଉମରକୋଟ ତହସିଲର ଦୁର୍ନୀତି, ହଟାଇବା ପାଇଁ ଜନସାଧାରଣ ଅନୁରୋଧ କରିଛନ୍ତି, ରାଜସ୍ବ ବିଭାଗ କମିସନର ଅପରାହନ୍ନ ୫ ଘଣ୍ଟା ରେ ପହଞ୍ଚି ଉମରକୋଟ ତହସିଲର ସମସ୍ତ ପ୍ରକାର ତଦାରଖ କରି ରାତ୍ର ୮.୩0 ମିନିଟରେ ଫେରି ଯାଇଛନ୍ତି,ଦେଖି ବାକୁ ବାକି ରହିଲା ରାଜସ୍ୱ ବିଭାଗ କମିସନର ତଦାରଖ କରିବା ପରେ ନବରଙ୍ଗପୁର ଜିଲ୍ଲା ଉପରେ କେତେ ଦୂର ପ୍ରଭାବ ପଡିଲା |

ad-week
Leave A Reply

Your email address will not be published.