୧୦ ମିନିଟ୍‌ ବର୍ଷାରେ ବେହାଲ ଦାରିଙ୍ଗବାଡି

add-all

ଦାରିଙ୍ଗବାଡ଼ି (୬/୭) କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗୁରୁବାର ଅପରାହ୍ନରେ ପ୍ରବଳ ମାତ୍ରାରେ ବର୍ଷା ହୋଇଛି। ମାତ୍ର ୧୦ ମିନିଟ୍‌ ବର୍ଷାରେ ବେହାଲ ହୋଇଛି ଦାରିଙ୍ଗବାଡ଼ି ବଜାର। ଦାରିଙ୍ଗବାଡ଼ି ବଜାରର ଲକ୍ଷ୍ମୀବଜାର ଛକ, ତିନି ଛକ, ଚାରିଛକ ଅଞ୍ଚଳରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ରାସ୍ତା ଉପରେ ଆଣ୍ଠୁଏ ପାଣି ଜମି ରହିଛି। ଫଳରେ ଲୋକଙ୍କ ଯାତାୟାତରେ ସମସ୍ୟା ଦେଖାଦେଇଛି। ଉକ୍ତ ଅଞ୍ଚଳରେ ଅନେକ ଲୋକଙ୍କ ଦୋକାନ ଗୃହ ସମେତ ଘରେ ପାଣି ପଶି ହଇରାଣ ଭୋଗିଛନ୍ତି। ଗୋପାଳପୁର-ରାୟପୁର ୫୯ ନଂ ଜାତୀୟ ରାଜପଥ ଦାରିଙ୍ଗବାଡ଼ି ବଜାର ଦେଇ ଯାଇଛି। କିଛିଦିନ ତଳେ ଏହି ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ତ୍ରୁଟିପୂର୍ଣ୍ଣ ଡ୍ରେନେଜ କାର୍ଯ୍ୟ ସହ ଫେବର ବ୍ଲକ କାର୍ଯ୍ୟ ଅତି ନିମ୍ନ ମାନର କାର୍ଯ୍ୟ କରାଯାଇଥିବା ଅଭିଯୋଗ ହୋଇଛି। ଏବେ ରାଜପଥର ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ଯୋଗୁ ରାଜପଥ ଉପରେ ପାଣି ଜମା ହୋଇ ରହିବା ସହ ରାଜପଥର ବର୍ଷା ଜଳ ନିଷ୍କାସନ ପାଇଁ ରହିଥିବା ରାସ୍ତାଗୁଡ଼ିକ ସଠିକ୍‌ ଭାବେ କରାଯାଇ ନ ଥିବା ବେଳେ ରାଜପଥର ପାଣି ଡ୍ରେନରେ ପ୍ରବେଶ କରିପାରୁନି। ଫଳରେ ରାଜପଥ ଉପରେ ବର୍ଷା ଜଳ ଜମା ହୋଇରହୁଛି। ଏନେଇ ଜାତୀୟ ରାଜପଥ ବିଭାଗର କନିଷ୍ଠ ଯନ୍ତ୍ରୀ ଜୟଦେବ ଦେଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି, ଜଳ ଯୋଗାଣ ବିଭାଗ ଡ୍ରେନ୍‌ ନିକଟରେ ପାଇପ ବିଛାଇଥିବାରୁ ରାଜପଥ ଉପର ପାଣି ନିଷ୍କାସନ ହୋଇପାରୁ ନ ଥିବା ସେ କହିଛନ୍ତି। ତେବେ ସେ କହିବା ଅନୁସାରେ ତିନି ଛକରେ ସେଭଳି କୌଣସି ପାଇପ୍‌ ବିଛାଯାଇନି କେବଳ ସମ୍ପ୍ରସାରଣ ତ୍ରୁଟି ପାଇଁ ଜଳ ନିଷ୍କାସନ ହୋଇପାରୁ ନ ଥିବା ଲୋକମାନେ କହିଛନ୍ତି। ତେବେ ଖୁବ୍‌ଶୀଘ୍ର ଜଳ ନିଷ୍କାସନ ପାଇଁ ପଦକ୍ଷେପ ନେବୁ ବୋଲି ବିଭାଗୀୟ ଯନ୍ତ୍ରୀ ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.