ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳନ ଉଦଯାପିତ

add-all

ହିଞ୍ଜିଳିକାଟୁ (୬ା୭) : ପ୍ରତିବର୍ଷ ଜୁନ ୨୬ ତାରିଖ ଠାରୁ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ବିଭାଗ ପକ୍ଷରୁ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ହିଞ୍ଜିଳି ଓ ଶେରଗଡ ବିଦ୍ୟୁତ ବିଭାଗର ମିଳିତ ସହଯୋଗରେ ହିଞ୍ଜିଳିକାଟୁ ବ୍ଳକ ଶ୍ୟାମଳାଇ ମନ୍ଦିର ପରିସରରେ ଉଦଯାପନି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଇଂ. ଗୋପାଳ କୃଷ୍ଣ ପଣ୍ଡା, ସମ୍ମାନିତ ଅତିଥି ଭାବେ ଡିଡିଓ ମନୋରଞ୍ଜନ ସାହୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ସତ୍ୟ ନାରାୟଣ ଦାଶ, ସହକାରୀ ଯନ୍ତ୍ରୀ ବିଦୁର ବେହେରା, ସତିଶ କୁମାର ରାୁଥ, ଏଷ୍ଟିମେଟର ଆଶିଷ କୁମାର ସାମଲ, ସୁରକ୍ଷା ଅଧିକାରୀ ବିକାଶ ରଞ୍ଜନ ସାହୁ ମଞ୍ଚାସିନ ଥିଲେ । ମଞ୍ଚାସିନ ଅତିଥି ମାନେ ବିଦ୍ୟୁତ ମରାମତି କାର୍ଯ୍ୟ କରୁଥିବା ସମୟରେ ୩ଟି ମୌଳିକ ସୁରକ୍ଷା ନିୟମ ଅନୁପାଳନ କରିବା ପାଇଁ ମତବ୍ୟକ୍ତ କରିଥିଲେ । ବିଦ୍ୟୁତ ଉପକରଣକୁ ସ୍ପର୍ଶ କରିବା ପୂର୍ବରୁ ପରଖିବା, କାର୍ଯ୍ୟ ପୂର୍ବରୁ ସୁରକ୍ଷା ବଳୟ ସୁନିଶ୍ଚିତ କରିବା ପାଇଁ ପରାମର୍ଶ ଦେଇଥିଲେ । ମଞ୍ଚାସିନ ଅତିଥିଙ୍କ ସମେତ ଉପସ୍ଥିତ କର୍ମଚାରୀ ମାନେ ବିଦ୍ୟୁତ ସୁରକ୍ଷା ନିୟମ ପାଳନ ସକାଶେ ଶପଥ ପାଠ କରିଥିଲେ । ଏହି ଅବସରରେ କାର୍ଯ୍ୟରତ ବିଦ୍ୟୁତ କର୍ମଚାରୀ ମାନଙ୍କୁ ନେଇ ବିଦ୍ୟୁତ ସୁରକ୍ଷା ସର୍ମ୍ପକିତ ବକୃତା, ସ୍ଳୋଗାନ, ପୋଷ୍ଟର ଓ କ୍ଷୁଦ୍ର ଭିଡିଓ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଆୟୋଜିତ ପ୍ରତିଯୋଗିତାରେ ଅକ୍ଷୟ ମିଶ୍ର, ଶ୍ରୀକାନ୍ତ ମହାନ୍ତି, ରାକେଶ ସ୍ୱାଇଁ ଓ ସଞ୍ଜୟ ତ୍ରିପାଠୀଙ୍କ ସମେତ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଉଭୟ ହିଞ୍ଜିଳିକାଟୁ ଓ ଶେରଗଡ ବିଦ୍ୟୁତ ବିଭାଗୀୟ କାର୍ଯ୍ୟାଳୟର କର୍ମଚାରୀ ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଦେବି ପ୍ରସାଦ ଚୌଧୁରୀ ପରିଚାଳନା କରିଥିବା ବେଳେ ସଚିତ୍ର ସାହୁ, ଅଭୟ ପାତ୍ର, ସାଗର ଭରଦ୍ୱାଜ ପ୍ରମୁଖ ସହଯୋଗ କରିଥିଲେ

ad-week
Leave A Reply

Your email address will not be published.