
ହିଞ୍ଜିଳିକାଟୁ ୬।୭ ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ବୁରୁପଡା ପଞ୍ଚାୟତ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ପଛ ଭାଗ ଜମିକୁ ମେଦିରି ସମ୍ପ୍ରଦାୟର ୧୫ ପରିବାର କୁ ପ୍ରଶାସନ ପ୍ରଦାନ ପରେ ରେ ଅସନ୍ତୋଷ ପ୍ରକାଶ କରି ବିରୋଧ କରିଥିଲେ ବୁରୁପଡା ଗ୍ରାମବାସୀ । ଏନେଇ ଗ୍ରାମର ଶତାଧିକ ଗ୍ରାମବାସୀ ଗୁରୁବାର ଅପରାହ୍ନରେ ବୁରୁପଡା ସ୍କୁଲ ଛକଠାରେ ଟାୟାର ଜାଳି ବୁରୁପଡା ଠାରୁ ଶେରଗଡ ଓ କଙ୍କୋରଡା ମୁଖ୍ୟରାସ୍ତା ଅବରୋଧ କରି ପ୍ରତିବାଦ ଜଣାଇଛନ୍ତି। ଫଳରେ ୨ ଘଣ୍ଟା ଧରି ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ିମୋଟର ଅଟକି ରହିଥିଲା। ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲା। ହେଲେ ଉପରିସ୍ଥ ଅଧିକାରୀ ଆସି ଘଟଣାର ସମାଧାନ ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନକାରୀ ରାସ୍ତାରୁ ହଟିବେ ନାହିଁ ବୋଲି ଜିଦ୍ ଧରିଥିଲେ। ଫଳରେ ସେମାନଙ୍କୁ ବୁଝାଇବାକୁ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା। ଶେଷରେ ପୋଲିସ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଲାପରେ ଆନ୍ଦୋଳନକାରୀ ରାସ୍ତା ଅବରୋଧରୁ ହଟିଯାଇଥିଲେ।
ଗ୍ରାମବାସୀ କହିଛନ୍ତି, ଵୁରୁପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ପଛ ଭାଗ ରେ ଏକ ପୋଖରୀ ରହିଥିଲା। କୁନି କୋମଳମତି ଛାତ୍ର ଛାତ୍ରୀ ମାନଙ୍କ ଖେଳ ପଡିଆ ଉପଯୋଗୀ କରିବା ପାଇଁ ଗ୍ରାମବାସୀ ମାଟି ପକାଇ ସମତୁଲ କରିଥିଲେ। ହେଲେ ଵୁଧବାର ପୂର୍ବାହ୍ନରେ ପ୍ରଶାସନିକ ଅଧିକାରୀ ମାନଙ୍କ ଉପସ୍ଥିତିରେ ଉକ୍ତ ଅଞ୍ଚଳକୁ ଜେସିବି ମେସିନ ଲଗାଇ ସଫା କାର୍ଯ୍ୟ ଆରମ୍ଭ କରିଥିଲେ।ହିଞ୍ଜିଳିକାଟୁ ବ୍ଲକ ମାଁ ଶ୍ୟାମଳାଈ ମନ୍ଦିର ଛକ ଏନ ହେଚ ୫୯ ରୋଡ ଉପରେ କିଛି ମେଦିରି ସମ୍ପ୍ରଦାୟର ଲୋକମାନେ ଵେଆଇନ ଦଖଲରେ ଵସଵାସ କରୁଥିଲେ। ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସେମାନଙ୍କ ଵାସଘୂହ ହଟିଯିବ। ଏ ନେଇ ହିଞ୍ଜିଳି ପ୍ରଶାସନ ପକ୍ଷରୁ ବୁରୁପଡା ଗ୍ରାମ ସରକାରୀ ପ୍ରାଥମିକ ବିଦ୍ୟାଳୟ ପଛ ଭାଗ ଜମିରେ ଘର ତିଆରି କରିବା ନିମନ୍ତେ ହିଞ୍ଜିଳିକାଟୁ ବିଡିଓ ଓ ତହସିଲଦାର ପୂର୍ବାହ୍ନରେ ସଫା କରିବା ପରେ କାହାକୁ ଜାଗା ଦିଆଯିବ କିଏ ରହିଵ ପଚାରିଲେ କିଛି ସୁଫଳ ମିଳି ନ ଥିଲା। ଉକ୍ତ ଅଞ୍ଚଳରେ ଜନବସତି କରାଯିବା ଦ୍ବାରା ଭବିଷ୍ୟତରେ ବିଦ୍ୟାଳୟ ର ବିକାଶରେ ବାଧାପ୍ରାପ୍ତ ହେବ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଶେଷରେ ନିରୁପାୟ ହୋଇ ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ। ଏହାର ପ୍ରଚ୍ଛଦ ପଟରେ କୌଣସି ରାଜନେତାଙ୍କ ହାତ ରହିଥିବା ଚର୍ଚ୍ଚା ହେଉଛି। ପ୍ରଶାସନ ପକ୍ଷରୁ ଏହି ଜାଗାକୁ ବିଦ୍ୟାଳୟ ଖେଳ ପଡିଆ କରିବା ପାଇଁ ଦାବି କରିଛନ୍ତି।