ବିଈଓ ଅଫିସର ଲାଞ୍ଚୁଆ ବରିଷ୍ଠ କିରାଣୀଙ୍କୁ ତିନିବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜୋରିମାନା

add-all

ଫୁଲବାଣୀ -ଏକ ଲାଞ୍ଚ ଗ୍ରହଣ ମାମଲାର ସାଖ୍ୟ ପ୍ରମାଣକୁ ଭିତ୍ତି କରି ଫୁଲବାଣୀ ଭିଜିଲାନ୍ସ କୋର୍ଟ ବିଚାରପତି ସମର ବିଳାସ ବେହେରା ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ହରଭଙ୍ଗା ବିଈଓ ଅଫିସର ତତ୍କାଳୀନ ବରିଷ୍ଠ କିରାଣୀ ଚତୁର୍ଭୁଜ ଖମାରିଙ୍କୁ ତିନିବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେବାସହ ପାଞ୍ଚହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି ଜୋରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି ।ସୂଚନା ଯୋଗ୍ୟ ଯେ, ଗତ ୪/୧୨/୨୦୧୯ ରେ ହରଭଙ୍ଗା ବ୍ଲକର ଭାବପୁର ଗ୍ରାମର କୌଶଲ୍ୟା ଟା ମୁକୀଆ ଙ୍କ ଠାରୁ ତାଙ୍କ ବୋହୁନର୍ମଦା ଟାମୁ କିଆଙ୍କ ପରିବାର ପେନସନ ଟଙ୍କା କରିଦେବା ଲାଗି ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ 33/19& GR16/ 19u/s7ammended pc Act. 2018.ରେ ମାମଲା ରୁଜୁ କରିଥିଲା। ଏହି ମାମଲାର ୧୨ ଜଣ ସାକ୍ଷୀଙ୍କୁ ପଚରା ଉଚୁରା କରିବା ପରେ ଭିଜିଲାନ୍ସ ସ୍ବତନ୍ତ୍ର ଜଜ ସମରବିଳାସ ବେହେରା ଉପରୋକ୍ତ ରାୟ ଶୁଣାଇଛନ୍ତି ।ବରିଷ୍ଠ ଆଇନଜୀବୀ ଭି ଭି ରାମ ଦାଶ ସରକାରଙ୍କ ପରିଚାଳନା ପକ୍ଷରୁ କରିଥିଲେ ।

ad-week
Leave A Reply

Your email address will not be published.