
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱ ରେ କ୍ୟାରିୟର କାଉ ନସେଲିଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଜିଲ୍ଲା ଶିଳ୍ପ କେନ୍ଦ୍ର ଫୁଲବାଣୀ ତରଫରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ମୁଖ୍ୟ ଅତିଥି ଭାବରେ ମୁଖ୍ୟ ପରିଚାଳକ ଅଗ୍ରଣୀ ଭାରତୀୟ ଷ୍ଟେଟ ବ୍ୟାଙ୍କ ଫୁଲବାଣୀର ଶ୍ରୀଯୁକ୍ତ ହରେକୃଷ୍ଣ ଜେନା, ବିତ୍ତିୟ ସାକ୍ଷର ତା ପରିଚାଳକ ଲକ୍ଷ୍ମୀ ଧର ମଲ୍ଲିକ, ଶିଳ୍ପବିକାଶ ଅଧିକାରୀ ସୁରେନ୍ଦ୍ର ସାହୁ, ବନମାଳି ମହାପାତ୍ର ଯୋଗଦେଇ ବେକାର ଯୁବକ ଯୁବତୀ କିପରି ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା ଦ୍ୱାରା ସ୍ୱାବଲମ୍ବୀ ହୋଇ ରୋଜଗାର କ୍ଷମ ହୋଇ ପାରିବେ, ବ୍ୟାଙ୍କ ଜରିଆରେ 35%ସବସିଡି ପାଇ ବ୍ୟବସାୟରେ କିପରି ଲାଭବାନ ହେବେ ଆଲୋଚନା କରିଥିଲେ, ଏହି କାର୍ଯ୍ୟକ୍ରମରେ ଶତାଧିକ ପୁରାତନ ଛାତ୍ରଛାତ୍ରୀ ଓ ଧନ୍ଦାମୂଳକ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ, ଅଧ୍ୟାପକ ନରେନ୍ଦ୍ର ଦିଗାଲ, ବିରୂପାକ୍ଷ ତ୍ରିପାଠୀ, ଅମୁଲ୍ୟ ସାବତ, ବିରୂପାକ୍ଷ ମିଶ୍ର, ଶଙ୍କର ପାଢ଼ୀ, ସୂରଜ ଶାସମଲ,ଜ୍ଞାନ ରଞ୍ଜନ ଭୋଇ, ଅଭୟ ପ୍ରଧାନ, ରତନ ଦିଗାଲ, ସନ୍ତୋଷ ରଥ ଯୋଗଦେଇ, ସହଯୋଗ କରିଥିଲେ,l