

ହିଞ୍ଜିଳିକାଟୁ ୧୩।୭ ହିଞ୍ଜିଳିକାଟୁ ପୌରପରିଷଦ ମୁଖ୍ୟ ଵଜାର ରେ ଥିବା ଲାଇସେନ୍ସପ୍ରାପ୍ତ ବିଦେଶୀ ମଦ ଦୋକାନରେ ଚଢ଼ା ଦରରେ ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ଏଥିସହ ଖୁଲମଖୁଲା ବେଆଇନ ବିଦେଶୀ ମଦ ଚୋରା ଚାଲାଣ ହେଉଥିବାରୁ ଦୋକାନ ମାଲିକ ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏ ନେଇ ପୂର୍ବରୁ ଗଣମାଧ୍ୟମରେ ପ୍ରକାଶ ପାଇଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ଚୁପ୍ ବସିଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି। ଏମ୍ଆର୍ପି ମୂଲ୍ୟରେ ହିଁ ମଦ ବିକ୍ରି କରାଯିବ। ଯଦି କୌଣସି ଦୋକାନୀ ଅଧିକ ଦାମରେ ମଦ ବିକ୍ରି କରୁଛନ୍ତି ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ଏକ ବର୍ଷ ପାଇଁ ତାଙ୍କ ଲାଇସେନ୍ସ ବାତିଲ କରି ଦିଆଯିବ ବୋଲି ସରକାର ଗାଇଡ୍ଲାଇନ ଜାରି କରିଥିଲେ ମଧ୍ୟ ଦୋକାନୀ ଏହାକୁ ଖାତିର ନ କରି ନିର୍ଦ୍ଦେଶକୁ ଉଲ୍ଲଂଘନ କରୁଥିବା ସୂଚନା ମିଳିଛି। ଅନ୍ୟପଟେ ପ୍ରତି ମଦ ଦୋକାନର କର୍ମଚାରୀ ୟୁନିଫର୍ମ ପିନ୍ଧିବାକୁ ନିୟମ ଥିବା ବେଳେ ଏଥିରେ ବ୍ୟତିକ୍ରମ ଥିବା ଦେଖିବାକୁ ମିଳୁଛି। ଉକ୍ତ ଦୋକାନୀ ଠିପି ଖୋଲା ମଦ ବିକ୍ରି କରିବାକୁ ଅନୁମତି ପାଇଥିବା ବେଳେ ଖୁଲମ୍ଖୁଲା ଭାବେ ଠିପି ବନ୍ଦରେ ବିଦେଶୀ ମଦ ବିକ୍ରି କରାଯାଉଛି। ଏହା ସହ ସରକାରୀ ନିୟମ ଅନୁସାରେ ଦୋକାନରେ ବିକ୍ରି ହେଉଥିବା ବ୍ରାଣ୍ଡର ଦର ତାଲିକା ବାହାରେ ଲେଖିବାକୁ ନିୟମ ଥିବାବେଳେ ଦୋକାନୀ ଦର ତାଲିକା ନ ଲେଖି ଚଢା ଦରରେ ବିକ୍ରି କରୁଛନ୍ତି । ବିକ୍ରି କରୁଥିବା ବିୟର ପ୍ରିଣ୍ଟ ୧୪୦ ଥିବାବେଳେ ୧୭୦ ଟଙ୍କା ଓ ରେଡ ଲେବେଲ ୧୭୫୦ ଥିବା ବେଳେ ୧୮୫୦ରେ ବିକ୍ରି କରାଯାଉଥିବା ଗ୍ରାହକମାନେ ଅଭିଯୋଗ କରିଛନ୍ତି। ଏଥିପ୍ରତି ବିଭାଗ ତରଫରୁ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି। ଏ ନେଇ ହିଞ୍ଜିଳି ଅବକାରୀ ଵିଭାଗ ଅଧିକାରୀ ଶ୍ରୀମତୀ ନରଲାଙ୍କ ସହ ଯୋଗାଯୋଗ କରାଯାଇ ଏନେଇ ଅଧିକ ଦରରେ ହିଞ୍ଜିଳିକାଟୁ ରେ ବିକ୍ରି ହେଉଥିବା ଅଭିଯୋଗ ପରେ ସେ ପ୍ରଥମେ ଗାଡି ଟ୍ରାନ୍ସପୋର୍ଟ ନିମନ୍ତେ ନେଉଥିବା କହିଲେ ଓ ପରେ ପ୍ରିଣ୍ଟ ରେଟ ଠାରୁ ଅଧିକ ଟଙ୍କା ଆଦାୟ ବେଆଇନ ବୋଲି କହିଥିଲେ ।ଅଭିଯୋଗ ପରେ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇ କହିଛନ୍ତି।ଏନେଇ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି କରିଛନ୍ତି।