୧୭ ଯାଏ ପଛୁଆ ବର୍ଗ ସର୍ଭେର ସଂଶୋଧନ

add-all

ମାଲକାନଗିରି (୧୩/୦୭) : ଜିଲ୍ଲାର ପଛୁଆ ବର୍ଗ ସର୍ଭେରେ ସାମିଲ ଲୋକେ ଆସନ୍ତା ୧୭ ତାରିଖ ଯାଏ ନିଜେ ଦେଇଥିବା ତଥ୍ଯ କୁ ସଂଶୋଧନ କରିପାରିବେ। ଏଥି ନିମନ୍ତେ ସଂଶୋଧନ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ପଛୁଆବର୍ଗ ଆୟୋଗଙ୍କ ତରଫରୁ ଏକ ସ୍ବତନ୍ତ୍ର ସଂଖ୍ୟା ଏବଂ ୱେବ୍ ଲିଙ୍କ ସର୍ଭେ ତଥ୍ଯ ପ୍ରଦାନ ସମୟରେ ହିତାଧିକାରୀଙ୍କ ଦ୍ଵାରା ଦିଆଯାଇଥିବା ମୋବାଇଲ ନମ୍ବରରେ ହ୍ୱାଟସଆପ ଏବଂ ଏସ ଏମ ଏସ ମାଧ୍ୟମରେ ପ୍ରେରଣ କରଯାଇଥିଲା। ସେମାନେ ଏହି ୱେବ୍ ଲିଙ୍କରେ ଯାଇ ଆୟୋଗଙ୍କ ତରଫରୁ ପଠାଯାଇଥିବା ସ୍ୱତନ୍ତ୍ର ସଂଖ୍ୟାକୁ ବ୍ୟବହାର କରି ଓଟିପି ଲଗ ଇନ୍ ଦ୍ବାରା ନିଜର ତଥ୍ୟ ଦେଖିପାରିବେ । ଯଦି ଏହି ତଥ୍ୟରେ କିଛି ତ୍ରୁଟି ପରିଲକ୍ଷିତ ହୁଏ ତେବେ ସେମାନେ ନିଜ ମୋବାଇଲ ବା କମ୍ପ୍ୟୁଟର କିମ୍ବା ‘ ମୋ ସେବା କେନ୍ଦ୍ର ‘ ରେ ନିଜର ଠିକ୍ ତଥ୍ଯ ଦେଇପାରିବେ। ସେହିପରି ଆବେଦକମାନେ ନିଜ ଅଞ୍ଚଳର ପଞ୍ଚାୟତ ସମିତି ବା ବିଜ୍ଞାପିତ ଅଞ୍ଚଳ ବା ପୌରପାଳିକା କାର୍ଯ୍ୟାଳୟରେ ବିନା ଦେୟରେ କିମ୍ବା ନିଜ ଅଞ୍ଚଳର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବା ବିଜ୍ଞାପିତ ଅଞ୍ଚଳ/ ପୌରପାଳିକା କାର୍ଯ୍ୟାଳୟ ଅଧିକାରୀଙ୍କୁ ନିଜ ପରିଚୟ ପତ୍ର ସହ ଦରଖାସ୍ତ ଦେଇ ତ୍ରୁଟି ସଂଶୋଧନ କରିପାରିବେ।
ସୂଚନା ଥାଉ କି, ଓଡ଼ିଶା ପଛୁଆ ବର୍ଗ ଆୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶାର ପଛୁଆ ବର୍ଗର ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ସମଗ୍ର ରାଜ୍ୟରେ ସର୍ଭେ କରାଯାଇଛି । ଏହି ନିମନ୍ତେ ଜିଲ୍ଲାରେ ୫୮୦ ଗୋଟି ସର୍ଭେ କେନ୍ଦ୍ର କରାଯାଇଥିଲା ଓ ଏଥିରେ ୫୮୦ ଜଣ ଏନୁମେରେଟର୍ ନିଯୁକ୍ତି କରାଯାଇଥିଲା। ସେହିପରି ତଦାରଖ କରିବା ପାଇଁ ୫୯ ଜଣ ସୁପରଭାଇଜର ନିଯୁକ୍ତି ହୋଇଥିଲେ । ଜିଲ୍ଲାରେ ୧ ମଇ ଠାରୁ ୨୭ ମଇ, ୨୦୨୩ ପର୍ଯ୍ୟନ୍ତ ସାମଜିକ ପଛୁଆ ବର୍ଗ ଲୋକଙ୍କ ସର୍ଭେ କାର୍ଯ୍ୟ ହୋଇଥିଲା ।

ad-week
Leave A Reply

Your email address will not be published.