୫ଦଫା ଦାବି ନେଇ ଜିଲ୍ଲା କଂଗ୍ରେସର ୧୨ଘଟିଆ ବନ୍ଦ ଡାକରା…

add-all

ମାଲକାନଗିରି : ଆଜି ୧୨ ଘଂଟିଆ ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦେଇଛି ଜିଲ୍ଲା କଂଗ୍ରେସ l ୫ଦଫା ଦାବିନେଇ ଜିଲ୍ଲା କଂଗ୍ରେସର ଏକ ଟିମ ଗତ ୨୩/୦୬ ରେ ଜିଲ୍ଲାପାଳଙ୍କୁ ଏକ ଦାବି ପ୍ରଦାନ କରିଥିଲେ l ଜିଲ୍ଲାପାଳଙ୍କୁ ଦେଇଥିବା ସମୟ ସିମା ମଧ୍ୟରେ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ l କି ଆଲୋଚନା ମଧ୍ୟ କରିନଥିଲେ l ଏଣୁ କଂଗ୍ରେସ ପୋଖ୍ୟରୁ ଆଜି ଜିଲ୍ଲା ବନ୍ଦ ଡାକରା ଦେଇଛି l ଚକ ଅଖ, ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ ବିଦ୍ୟାଳୟ ବନ୍ଦ ରହିଛି l କଂଗ୍ରସ ର ୫ଦଫା ଦାବି ଗୁଡିକ ହେଲା ୨୦୧୮ରୁ ଜିଲ୍ଲା ସଦର ମହକୁମା ଡାକ୍ତର ଖାନା କୁ ୩୦୦ଶଯ୍ୟା ଘୋଷଣା କରି ନାମକୁ ମାତ୍ର ଚିକିତ୍ସା ବୁବିଧା ଯୋଗାଇ ଦିଅ ଯାଉଛି, ଜିଲାରେ ଶିକ୍ଷାର ଅବ୍ୟବସ୍ଥା, ଜିଲ୍ଲା ଭିତିକ ନିଯୁକ୍ତି, ବି. ଇ.ଡି କଲେଜ ନିର୍ମାଣ ହୋଇ ପାଠ ପଢା ଆରମ୍ଭ ହୋଇନାହିଁ ଏବଂ ଟାଟା ପାୱାର ର ଗରିବ ମରଣ ନୀତି ଉପରେ ସମାଧାନ କରିବା ନିମନ୍ତେ ଏହି ବନ୍ଦ ଡାକରା ଦେଇଛି କଂଗ୍ରେସ l

ad-week
Leave A Reply

Your email address will not be published.