ଆସ୍କା ରେ ବାଲି ମାଫିଆଙ୍କ ରାଜ୍– ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କୁ ତହସିଲଦାର ଙ୍କ ବେଖାତିର…!

add-all

ସରକାରୀ ରାଜସ୍ବ ବାବୁ ମାନଙ୍କ ପକେଟ ରେ…!!


ବ୍ରହ୍ମପୁର:୧୯-୭ ଆସ୍କା ସହର ର ଉଭୟ ପାର୍ଶ୍ୱରେ ଋଷିକୁଲ୍ୟା ଓ ବଡ ନଦୀ ପ୍ରବାହିତ ହେଉଛି।ଏହି ଉଭୟ ନଦୀର ବାଲି ଗଞ୍ଜାମ ଜିଲ୍ଲା ସମେତ ବାହାର ରାଜ୍ୟ ରେ ଚାହିଦା ରହିଛି। ବାଲି ଘାଟ ରେ ଲକ୍ଷ ଲକ୍ଷ ଟଙ୍କା ଲାଭ ହେଉଥିବା ଯୋଗୁଁ ଏହାର ସୁଯୋଗ ନେଇ ଆସ୍କା ର କିଛି ରାଜନେତା ନିଜ ସମ୍ପର୍କୀୟ ଓ ନିଜ ଦଳର ସମର୍ଥକ ଙ୍କ ନାମରେ ବିଭିନ୍ନ ବାଲିଗୁତା ରାଜନୈତିକ ଚାପ ପକାଇ ରାଜସ୍ୱ ଅଧିକାରୀଙ୍କୁ ସନ୍ତୁଷ୍ଟ କରି ସ୍ୱଳ୍ପ ଟଙ୍କା ରେ ନେଇ ବାଲି ମାଫିଆ ମାନଙ୍କ ହସ୍ତାନ୍ତର କରି ଦୈନିକ କୁଆଡେ ୨୦ ଲକ୍ଷ ଟଙ୍କାରୁ ଅଧିକ ଆୟ କରୁଥିବା ନିଜ ଦଳର ନେତା ମାନେ ବାରମ୍ବାର ଅଭିଯୋଗ କରୁଛନ୍ତି। ଆସ୍କା ରେ ଯେଉଁ ସବୁ ବାଲି ଘାଟ ଲିଜ଼ ରେ କେତେ ବର୍ଷ ଓ କେତେ ଟଙ୍କାର ଦିଆ ହୋଇଛି ଏବଂ ଲିଜ ନେଇଥିବା ବ୍ୟକ୍ତି ବିଶେଷ ଦୈନିକ ଲକ୍ଷ ଲକ୍ଷଟଙ୍କା ଆଦାୟ କରୁଥିବା ବେଳେ ସରକାର ଙ୍କ ରାଜସ୍ବ କେତେ ଟଙ୍କା ଆଦାୟ ହେଉଛି ତାହା ତଦନ୍ତ ସାପେକ୍ଷ। ଏହି ବାଲି ଘୋଟଲା

ସମ୍ପର୍କରେ ବାରମ୍ବାର ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ହେବା ପରେ ଗଞ୍ଜାମ ଜିଲ୍ଲାପାଳ ଘଟଣା ର ତଦନ୍ତ କରିବାକୁ ଭଞ୍ଜନଗର ଉପ ଜିଲ୍ଲାପାଳଙ୍କୁ ନିର୍ଦ୍ଧେଶ ଦେବା ପରେ ଏହି ନିର୍ଦ୍ଧେଶ କୁ ଆସ୍କା ତହସିଲଦାର କୁଆଡେ ବେଖାତିରି କରୁଥିବା ନେଇ ସାଧରଣରେ ଆଲୋଚନା ହେଉଛି।କେଉଁ ଅଦୃଶ୍ୟ ଶକ୍ତି କୁ ଅଧିକାରୀ ମହାଶୟ ସାହାଯ୍ୟ କରୁଛନ୍ତି ପ୍ରକୃତ ତଦନ୍ତ କରିବାକୁ ସଚେତନ ମୋହଲ ରେ ଦାବି ହେଉଛି। ଯଦି ବେଳ ଥାଉ ଥାଉ ଯେତିକି ସି ଏମ ବାଲି ନେବା ର ନିୟମ ରହିଛି ସେତିକି ନ ନେଇ ତା ଠାରୁ ବହୁ ଅଧିକ ବାଲି ଜେ ସି ବି ଦ୍ୱାରା ଖନନ କରି ଶହ ଶହ ଟ୍ରକ,ହାଇବା ଓ ଟ୍ରାକ୍ଟରଟର ଦ୍ୱାରା ଚାଲାଣ କରାଯାଉଥିବା ଯୋଗୁଁ ନଦୀ ଗୁଡିକର ଗତି ବଦଳିଯିବା ସହ ନିକଟ ରେ ଥିବା ସେତୁ ର ମଧ୍ୟ ଆୟୁଷ କମି ଯିବାର ସମ୍ଭାବନା ରହିଛି ବୋଲି ପରିବେଶବିତ ମାନେ ଆକଳନ କରୁଛନ୍ତି।

ad-week
Leave A Reply

Your email address will not be published.