ଚିକିଟି ପଞ୍ଚାୟତ ସମିତିର ନୂତନ ସମ୍ମିଳନୀ ଗୃହ ଉଦଘାଟିତ

youtube

ଚିକିଟି : ବୁଧବାର ଚିକିଟି ପଞ୍ଚାୟତ ସମିତିର ଅତ୍ୟାଧୁନିକ ନୂତନ ସମ୍ମିଳନୀ ଗୃହର ଶୁଭ ଉଦ୍ଘାଟନ ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟିକା ଶ୍ରୀମତୀ ଉଷାଦେବୀଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି । ପ୍ରଦୀପ ପ୍ରଜ୍ବଳନ କରି ମନ୍ତ୍ରୀ ମହୋଦୟା ଶୀତତାପ ନିୟନ୍ତ୍ରିତ ଅତ୍ୟାଧୁନିକ ଏହି ସମ୍ମିଳନୀ ଗୃହକୁ ଉଦ୍ଘାଟନ କରି ଗଞ୍ଜାମ ଜିଲ୍ଲାରେ ଏଭଳି ସମ୍ମିଳନୀ କକ୍ଷ ବିରଳ ବୋଲି କହିଥିଲେ । ଏଭଳି ସୁନ୍ଦର କାର୍ଯ୍ୟ ପାଇଁ ମନ୍ତ୍ରୀ ଉଷାଦେବୀ ଚିକିଟୀ ବିଡ଼ିଓ ଓ ତାଙ୍କ ଟିମ ସଦସ୍ୟଙ୍କୁ ଭୁୟସୀ ପ୍ରଶଂସା କରିଥିଲେ । ଏହି ଉଦ୍ଘାଟନ କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଚିକିଟୀ ବିଡ଼ିଓ ହଳଧର ଶବର,ବ୍ଲକ ଅଧକ୍ଷ ଆପନ୍ନା ସେଠୀ, ତହସିଲଦାର ବିଶ୍ୱରଂଜନ କଂହର,ଏନ ଏ ସି ଅଧ୍ୟକ୍ଷା ଦୀପା କୁମାରୀ ସାହୁ,କାର୍ଯ୍ୟ ନିର୍ବାହୀ ଅଧିକାରୀ କୁଲଦୀପ କୁମାର ,ବ୍ଲକ ଉପାଧ୍ୟକ୍ଷ ବି.ରେଣୁକାମ୍ମା,ସହକାରୀ ନିର୍ବାହୀ ଯନ୍ତ୍ରୀ ଉଦୟନାଥ ପ୍ରଧାନ,ଏସଡିପିଓ କୃଷ୍ଣଚନ୍ଦ୍ର ଭାତ୍ରା,ପୂର୍ବତନ ବ୍ଲକ ଅଧ୍ୟକ୍ଷା ଏମ. ପଦ୍ମା ,ସିଡିପିଓ ଗୀତାଞ୍ଜଳି ପାଣିଗ୍ରାହୀ,ବରିଷ୍ଟ ସଙ୍ଗଠକ ସୁରେନ୍ଦ୍ର ନାଥ ମଣ୍ଡଳ,ଜୁବ ସଙ୍ଗଠକ ଶ୍ରୀରୁପ ଦେଓ, ଥାନା ଅଧିକାରୀ ମୁର୍ତ୍ୟୁଞ୍ଜୟ ସ୍ୱାଇଁ ପ୍ରମୁଖଙ୍କ ସହ ବ୍ଲକ କର୍ମଚାରୀ,ସମସ୍ତ ସରପଞ୍ଚ ଓ ସମିତି ମେମ୍ବର ସାଙ୍ଗକୁ ମିଶନଶକ୍ତି ବିଭାଗର କର୍ମଚାରୀ ଓ ମାଆ ମାନେ ଉପସ୍ଥିତ ଥିଲେ| ।

Leave A Reply

Your email address will not be published.