ଅଗ୍ନିକାଣ୍ଡରେ ଜଳିଗଲା ଘର

add-all

ଦାରିଙ୍ଗବାଡି,୧୯/୭ : କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ପଞ୍ଚାୟତ ଅନ୍ତର୍ଗତ ସଲାବାଡ଼ି ଗ୍ରାମରେ ମଙ୍ଗଳବାର ଦିନ ବିଳମ୍ବିତ ରାତ୍ର ସମୟରେ ପ୍ରଦୀପ ଦିଗାଲଙ୍କ କାଠ ପଟାର ଘରେ ଅଗ୍ନିକାଣ୍ଡ ଘଟି ଏକ ବଖରା ଘର ପୋଡ଼ି ଯାଇଥିବା ଖବର ହସ୍ତଗତ ହୋଇଛି। ଘର ପୋଡ଼ିଯିବା ଫଳରେ ଘରେ ରହିଥିବା ୪୦ ବସ୍ତା ଧାନ,୨ ଟି ସାଇକେଲ, କୁକୁଡ଼ା ୭ ଟି, ଛେଳି ୩ ଟି ସହ ଆସବାବ ପତ୍ର ପୋଡ଼ି ଯାଇଚି । ହେଲେ ଉକ୍ତ ବଖରାକୁ ଲାଗି ରହିଥିବା ଅନ୍ୟ ଏକ ବାଖରାରେ ପ୍ରଦୀପ ଓ ତାଙ୍କ ପରିବାର ସୋଇଥିବା ବେଳେ ସେମାନେ ଅଳ୍ପକେ ବର୍ତୀ ଯାଇଛନ୍ତି । ମଙ୍ଗଳବାର ଦିନ ବିଳମ୍ବିତ ରାତ୍ର ସମୟରେ ଉକ୍ତ ପଟା ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବାର କିଛି ସମୟରେ ପ୍ରଦୀପ ଓ ପରିବାର ଲୋକ ଜାଣିବାକୁ ପାଇଥିଲେ । ଏହାପରେ ପାଟି କରି ଗାଁ ଲୋକଙ୍କୁ ଡାକିବା ସହ ଅଗ୍ନିଶମ ବିଭାଗକୁ ଫୋନ ଯୋଗେ ଜଣେଇ ଥିଲେ । ଅଗ୍ନି ସମ ବିଭାଗ ପହଞ୍ଚିବା ବେଳେ ଗ୍ରାମବାସୀ ଅଧାରୁ ଅଧିକ ନିଆଁ କୁ ଆୟତ କରିଥିବା ବେଳେ ଅଗ୍ନିଶମ ବିଭାଗ ନିଆଁକୁ ସମ୍ପୂର୍ଣ୍ଣ ଆୟତ କରିଥିଲେ । ନିଆଁ ଲାଗିବା ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଯାଇ ଥିବା ଖବର ହସ୍ତଗତ ହୋଇଛି। ଯଥା ଶୀଘ୍ର ପ୍ରଦୀପଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

ad-week
Leave A Reply

Your email address will not be published.