କେଡିଏମଏଫର ଦ୍ଵି ବାର୍ଷିକ ନିର୍ବାଚନ:ସନ୍ତୋଷ
ସଭାପତି ଆଦିତ୍ୟ ସମ୍ପାଦକ

add-all


ଫୁଲବାଣୀ :ପଞ୍ଜୀକୃତ କନ୍ଧମାଳ ଜିଲ୍ଲା ମିଡିଆ ଫୋରମର ଦ୍ୱି ବାର୍ଷିକ ନିର୍ବାଚନ ସ୍ଥାନୀୟ ଜିଲ୍ଲା ପ୍ରେସ କ୍ଲବ ଠାରେ ପୂର୍ବତନ ସଭାପତି ସୁନୀଲ ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ପୂର୍ବତନ ସମ୍ପାଦକ ସୂର୍ଯ୍ୟ ନାରାୟଣ ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ l ପରେ ପରେ ପୂର୍ବତନ ସଭାପତିଙ୍କ ନିର୍ଦ୍ଦେଶରେ ପୁରୁଣା କମିଟିକୁ ଭଙ୍ଗ କରି ନୂତନ କମିଟି ଗଠନ ପାଇଁ ନିର୍ବାଚନ ଅଧିକାରୀ ଭାବେ ତଥା ବରିଷ୍ଠ ସାମ୍ବାଦିକ ଗୋପାଳ କୃଷ୍ଣ ପଟ୍ଟନାୟକ ଏବଂ ସୁନୀଲ କୁମାର ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ lସର୍ବ ସମ୍ମତି କ୍ରମେ ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ଦିଗାଲଙ୍କୁ ମନୋନୀତ କରାଯାଇଥିବା ବେଳେ ସମ୍ପାଦକ ଭାବେ ଆଦିତ୍ୟ ପ୍ରସାଦ ତ୍ରିପାଠୀଙ୍କୁ ମନୋନୀତ କରାଯାଇଥିଲା l ସେହିପରି ଉପସଭାପତି ଭାବେ ବୈଦ୍ଯ ନାଥ ନାୟକ, ସହ ସମ୍ପାଦକ ଲକ୍ଷ୍ମୀନାରାୟଣ ପଟ୍ଟନାୟକ,କୋଷାଧକ୍ଷ ଭାବେ ପ୍ରଶାନ୍ତ କୁମାର ଜେନାଙ୍କୁ ଚୟନ କରାଯାଇଛି l ଏଥିସହିତ ଉପଦେଷ୍ଠା ଭାବେ ସୁନୀଲ କୁମାର ପଟ୍ଟନାୟକ, ରାଧାମୋହନ ମହାପାତ୍ର, ସୁନୀଲ ବିଶ୍ଵାଳ, ଗୋପାଳ କୃଷ୍ଣ ପଟ୍ଟନାୟକ, ତ୍ରିନାଥ ସାହୁ ଏବଂ ଆଇନ ଉପଦେଷ୍ଟା ଭାବେ ବରିଷ୍ଠ ଆଇନ୍ ଜୀବୀ ସତ୍ୟ ନାରାୟଣ ବେହେରାଙ୍କୁ ଚୟନ କରାଯାଇଛି lସେହିପରି କାର୍ଯ୍ୟକାରୀ ସଦସ୍ୟ ଭାବେ ସୂର୍ଯ୍ୟ ନାରାୟଣ ବେହେରା, ବାଳକୃଷ୍ଣ ଚର୍ଚି, ବ୍ରଜ ମୋହନ ନାୟକ, ବିମଳ ନାୟକ ପ୍ରମୁଖଙ୍କୁ ଚୟନ କରାଯାଇଛି l ନୂତନ ଭାବେ ନିର୍ବାଚିତ କର୍ମକର୍ତ୍ତା ମାନେ ସଂଘର ନୀତି ନିୟମ ଅନୁଯାୟୀ କାର୍ଯ୍ୟ କରିବେ ବୋଲି ମତବ୍ୟକ୍ତ କରିଥିଲେ l ଏନେଇ ବିଭିନ୍ନ ସଂଗଠନ, ବରିଷ୍ଠ ନାଗରିକ ସଂଘ, ଆଇନଜିବୀ ସଙ୍ଘ , ସରକାର ପ୍ରଶାସନିକ ଅଧିକାରୀ, କର୍ମଚାରୀ ମାନଙ୍କ ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟୁଛି l

ad-week
Leave A Reply

Your email address will not be published.