
ହିଞ୍ଜିଳିକାଟୁ (୧୯/୦୭) : ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳର ରାଜ୍ୟ ସଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କ ବିଜ୍ଞପ୍ତି ଜରିଆରେ ରେ ଗଞ୍ଜାମ ଜିଲ୍ଲାରେ ବିଜୁ ଜନତା ଦଳର କାର୍ଯ୍ୟକାରିଣୀ କମିଟି ପ୍ରକାଶ ପରେ ହିଞ୍ଜିଳିକାଟୁ ପୌରାଞ୍ଚଳ ର ପୂର୍ବତନ ନଗରପାଳ ହୃଦୟାନନ୍ଦ ମହାପାତ୍ର ଙ୍କୁ ଗଞ୍ଜାମ ଜିଲ୍ଲାର ବିଜେଡ଼ି ଉପସଭାପତି ଓ ହିଞ୍ଜିଳିକାଟୁ ଅଞ୍ଚଳର ଯୁବ ନେତା ସଂସ୍କାର ପଟ୍ଟନାୟକ ଙ୍କୁ ଗଞ୍ଜାମ ଜିଲ୍ଲାର ଯୁବ ବିଜେଡ଼ି ସମ୍ପାଦକ ଭାବରେ ନିଯୁକ୍ତ ପରେ ହିଞ୍ଜିଳିକାଟୁ ସହର ଉପଖଣ୍ଡ କରେଇଶୁଣି ପୀଠ ରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେଉଥିଲା।
ଏହା ସହ ହିଞ୍ଜିଳିକାଟୁ ପୌରାଞ୍ଚଳ ୱାର୍ଡ ନଂ ୧୪ନଂ ର ବିଜେଡ଼ି ସଭାପତି ଭାବରେ ପୂର୍ବତନ କାଉନସିଲର ବିକ୍ରମ ବେହେରା ଓ ୱାର୍ଡ ନଂ୧୫ର ବିଜେଡ଼ି ସଭାପତି ଘନଶ୍ୟାମ ବେହେରା ଙ୍କୁ ଉଭୟ ୱାର୍ଡ ର ଯୁବ ଗୋଷ୍ଠୀ ଙ୍କ ତରଫ ରୁ ସମ୍ବର୍ଦ୍ଧନା ଅନୁଷ୍ଠିତ ହେଉଥିଲା ଏଥିରେ ବହୁ ଯୁବକ ଉପସ୍ଥିତ ଥିଲେ।