ୟୁ ସି ସି ବିରୋଧରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ୨୧ଦଫା ଦାବୀ ପତ୍ର ପ୍ରଦାନ

add-all

ଦାରିଙ୍ଗବାଡ଼ି,୧୯/୭ : ଦାରିଙ୍ଗବାଡ଼ି ତହସିଲଦାର ଶରତ ଶବରଙ୍କୁ ୟୁନିଫୋର୍ମ ସିଭିଲ କୋଡ଼ ପ୍ରଣୟନ ବିରୋଧରେ କନ୍ଧମାଳ ଜିଲ୍ଲା ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ସଭାପତି ପ୍ରଶାନ୍ତ ପ୍ରଧାନଙ୍କ ନେତୃତ୍ୱରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ତହସିଲ କାର୍ଯ୍ୟାଳୟରେ ୨୧ଦଫା ଦାବି ସ୍ମାରକ ପତ୍ର ପ୍ରଦାନ କଲେ। ଏହି ସ୍ମାରକ ପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ସହିତ ବିଭିନ୍ନ ସାମାଜିକ ସଙ୍ଗଠନ ତଥା ଆଦିବାସୀ କୁଇକୁଳ ସମିତି, ଅଖିଳ ଭାରତୀୟ କୃଷକ ଓ ମଜଦୂର୍ ସଭା, ଦାରିଙ୍ଗବାଡ଼ି କୃଷକ ମହାସଂଘ, ଭାରତ ମୁକ୍ତି ମୋର୍ଚ୍ଚା ଓ ଦାରିଙ୍ଗବାଡ଼ି ଆଦିବାସୀ ମହାସଂଘ ସମର୍ଥନ କରିବା ସହିତ ବିଭିନ୍ନ ସାମାଜିକ ସଂଗଠନ ପ୍ରତିନିଧି ଶୁକଦେବ ପ୍ରଧାନ, କୁଶ ନାଥ ପ୍ରଧାନ, ମିନୂରା ପ୍ରଧାନ, ପ୍ରଦୀପ ମଲ୍ଲିକ,ଏଲିୟାସ ପ୍ରଧାନ ଓ ବିଘ୍ନେଶ୍ୱର ନାୟକ ପ୍ରମୁଖ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.