ପ୍ରବୋଧ ରାଉତଙ୍କ ସ୍ମୃତିରେ ଶୋକସଭା

add-all

ଫୁଲବାଣୀ : ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ବିଶିଷ୍ଟ ଗାଳ୍ପିକ ଓ କବି ପ୍ରବୋଧ ରାଉତଙ୍କ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହେଲା ପରେ କଟକ ସ୍ଥିତ ଏକ ଘରୋଇ ନର୍ସିଂ ହୋମ୍ ରେ ଚିକିତ୍ସିତ ଅବସ୍ଥାରେ ଗତ କାଲି ଅପରାହ୍ନ ୬.୧୫ ମିନିଟ୍ ସମୟରେ ମୃତ୍ୟୁ ଘଟିଛି । ସେ ଜଣେ ମେଳାପି ଓ ମିଷ୍ଟଭାଷି ମଣିଷ ଥିଲେ । ଓଡ଼ିଶା ପ୍ରଶାସନିକ ଅଧିକାରୀ ଭାବେ ସେ ବର୍ତ୍ତମାନ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଦାୟିତ୍ବ ତୁଲାଉଥିଲେ । ତାଙ୍କ ଏଭଳି ଆକସ୍ମିକ ମୃତ୍ୟୁରେ କନ୍ଧମାଳ ଜିଲ୍ଲାର ପ୍ରାକ୍ତନ ଏକାଡେମୀ ସଦସ୍ୟ କବି ବିଦେଶୀ ନାୟକ, ବରିଷ୍ଠ କବି ତଥା ଜିଲ୍ଲା ଲେଖକ ସାମ୍ମୁଖ୍ୟର ସଭାପତି ରବିନ୍ଦ୍ରନାଥ ମିଶ୍ର,ଶାଳବଣ ସାହିତ୍ୟ ସଂସଦର ସଭାପତି ଡ଼ଃ ମଧୁସୂଦନ ମହାପାତ୍ର, ବନାନୀ ସାରସ୍ଵତ ପରିଷଦ ର ସଭାପତି ପତିତପାବନ ରାଉତ, ବନଶ୍ରୀ ସାଂସ୍କୃତିକ ପରିଷଦ ର ଉପଦେଷ୍ଟା ଡଃ କ୍ଷେତ୍ର ବାସୀ ମାନ୍‌ସେଠ୍, ଡଃ ନଳିନୀ କୁମାର ପାଣିଗ୍ରାହୀ, ସାହିତ୍ୟ ଏକାଡେମୀର ସଭ୍ୟ ଗିରିଜା ପ୍ରସାଦ ମିଶ୍ର, ଡଃ ଚିତ୍ତରଞ୍ଜନ ମିଶ୍ର, ହରପ୍ରିୟା ମିଉ,ବିରାଜିନୀ ମହାପାତ୍ର, କୁମୁଦିନୀ ମହାରଣା,ପ୍ରଶନ୍ନ ପଣ୍ଡା, କୈଳାଶ ଧଳ, କୈଳାଶ ବେହେରା ଆଦି ଗଭୀର ଶୋକ ପ୍ରକାଶ କରିବା ସହ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି।ସ୍ୱର୍ଗତ ରାଉତଙ୍କ ନିଧନ ଓଡ଼ିଆ ସାହିତ୍ୟ ପାଇଁ ଅପୂରଣୀୟ କ୍ଷତି ବୋଲି ସମସ୍ତେ କହିଛନ୍ତି।ଏଭଳି ଏକ ଦୁଃସମୟରେ ଈଶ୍ୱର ତାଙ୍କ ପରିବାରକୁ ଅସୀମ ଧୈର୍ଯ୍ୟ ଦିଅନ୍ତୁ ବୋଲି କହିଛନ୍ତି।

ad-week
Leave A Reply

Your email address will not be published.