ପି. ବି.ଏଲ୍. ପ୍ରଶିକ୍ଷଣ ଶିବିର ଉଦଯାପିତ

add-all

ଫୁଲବାଣୀ : ସ୍ଥାନୀୟ ଆଇଟିଆଇ, ଫୁଲବାଣୀ ଠାରେ ତିନିଦିନ ଧରି ଆୟୋଜିତ ହୋଇଥିବା ପି. ବି.ଏଲ୍ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇ ଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରି ଛାତ୍ରଛାତ୍ରୀ ମାନଙ୍କ ବହୁମୂଖୀ ପ୍ରତିଭା ବିକାଶ ଉପରେ ଆଲୋକପାତ କରିଥିଲେ l ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଏବଂ ପ୍ରଶିକ୍ଷଣ ଅନୁଷ୍ଠାନ, କନ୍ଧମାଳର ମୁଖ୍ୟ ବାମଦେବ ତ୍ରୀପାଠୀ ଏବଂ ଫୁଲବାଣୀ ବ୍ଲକର ବ୍ଲକ୍ ଶିକ୍ଷାଧିକାରୀ ରଞ୍ଜନ କୁମାର କହଁର ଏବଂ ଶିକ୍ଷା ସଂଯୋଜକ ସୁରେଶ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ୫୪ ଜଣ ଶିକ୍ଷକ, ଶିକ୍ଷୟତ୍ରୀ ତଥା ୬ ଜଣ ସି. ଆର୍. ସି. ସି ଏହି ତିନି ଦିନିଆ ଶିବିର ରେ ଅଂଶ ଗ୍ରହଣ କରିଛନ୍ତି। ରାଜ୍ୟ ସରକାରଙ୍କ ସାଥୀ ଅନୁଷ୍ଠାନ ଭାବରେ ପିରାମଲ୍ ଫାଉଣ୍ଡେସନ ର କର୍ମକର୍ତ୍ତା ମାନେ ଯୋଗଦାନ କରି କାର୍ଯ୍ୟକ୍ରମ ସୂଚାରୁ ରୂପ ରେ ସଂଗଠନ ପାଇଁ ସହଯୋଗ କରୁଛନ୍ତି। ରାଜ୍ୟ ସରକାର ତଥା କନ୍ଧମାଳ ଜିଲ୍ଲା ପ୍ରଶାସନ ଙ୍କ ମିଳିତ ପ୍ରଚେଷ୍ଟା ରେ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ପ୍ରକଳ୍ପ ପି. ବି. ଏଲ୍ ପ୍ରଥମ ପର୍ଯ୍ୟୟରେ ଜିଲ୍ଲା ର ୩ଟି ବ୍ଲକ୍ ଫୁଲବାଣୀ, ଫିରିଙ୍ଗିଆ,ଏବଂ ଖଜୁରୀପଡ଼ା ଅନ୍ତର୍ଗତ ସମୁଦାୟ ୨୪ ଟି ବିଦ୍ୟାଳୟରେ କାଯ୍ୟକୃତ କରାଯିବ।

ad-week
Leave A Reply

Your email address will not be published.