
ବ୍ରହ୍ମପୁର — ୧୯/୦୭/୨୦୨୩ ଓଡ଼ିଶାର ଅନ୍ୟତମ
ସର୍ବ ପୁରାତନ ସାରସ୍ବତ ଅନୁଷ୍ଠାନ ଫଲଗୁ ସାହିତ୍ୟ ସଂସଦ ର ଶ୍ରାବଣ ମାସ ସାହିତ୍ୟ ଆସର ସ୍ଥାନୀୟ
କେ ସି ପବ୍ଲିକ ସ୍କୁଲ ମର୍ଦ୍ଦରାଜ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସଂସଦର ସଭାପତି
ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀଙ୍କ ଅଧ୍ୟକ୍ଷତାରେ
ଅନୁଷ୍ଠିତ ଏହି ସାରସ୍ବତ ସମାରୋହ ରେ ମୁଖ୍ୟ ଅତିଥି ଉଦ୍ଘାଟକ ଭାବରେ ଖଲିକୋଟ ଏକକ ବିଶ୍ବବିଦ୍ୟାଳୟ ର ପ୍ରାକ୍ତନ କୁଳପତି ପ୍ରଫେସର ଡ ମନ୍ମଥ ପାଢ଼ୀ , ସମ୍ମାନିତ ଅତିଥି ଭାବରେ ରାଜ୍ୟ ସଂସ୍କୃତି ବିଭାଗ ପ୍ରାକ୍ତନ ସହ ନିର୍ଦ୍ଦେଶକ କୃଷ୍ଣ ଚନ୍ଦ୍ର ନିଶଙ୍କ, ମୁଖ୍ୟ ବକ୍ତା ଭାବରେ ସଂସଦର କାର୍ଯ୍ୟ
କାରୀ ସଭାପତି ବିଶିଷ୍ଟ ନାଟ୍ୟକାର ମେଜର ରମା ରମଣ ପାଢ଼ୀ ଏବଂ ସାଧାରଣ ସମ୍ପାଦକ ଡାକ୍ତର ସାଗର ରଂଜନ ତ୍ରିପାଠୀ ମଞ୍ଚାସିନ ହୋଇ ସମାରୋହ କୁ ଉଦ୍ଘାଟନ କରିଥିଲେ। ପ୍ରାରମ୍ଭ ରେ
ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା ଏବଂ
ଓଡିଶା ସାହିତ୍ୟ ଏକାଡେମୀ ସଚିବ ସାହିତ୍ୟିକ
ପ୍ରବୋଧ କୁମାର ରାଉତ ଙ୍କ ଦୁର୍ଘଟଣା ଜନିତ ଅକାଳ ବିୟୋଗ ରେ ଗଭୀର ଶୋକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ସାଧାରଣ ସମ୍ପାଦକ ଡାକ୍ତର ତ୍ରିପାଠୀ ସମ୍ପାଦକୀୟ ଉପସ୍ଥାପନ କରି ଫଲଗୁ ସାହିତ୍ୟ ସଂସଦର ଇତିବୃତି ଉପ ସ୍ଥାପନ କରିଥିଲେ

ଏହି ଅବସରରେ ସଂସଦର ମୁଖପାତ୍ର ଫଲଗୁ
ରଥଯାତ୍ରା ବିଶେଷାଙ୍କ ମଞ୍ଚାସିନ ଅତିଥି ଓ କର୍ମକର୍ତ୍ତା ଙ୍କ ଦ୍ବାରା ଲୋକାର୍ପିତ ହୋଇଥିଲା ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବରିଷ୍ଠ
କବୟିତ୍ରୀ ପୁଷ୍ପାଞ୍ଜଳି ପଟ୍ଟନାୟକ ଙ୍କୁ ଉପାୟନ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା
ମୁଖ୍ୟ ଅତିଥି ପ୍ରଫେସର ପାଢୀ ମତବ୍ୟକ୍ତ କରିଥିଲେ ଯେ ଫଲଗୁ ସାହିତ୍ୟ ସଂସଦ ଆମ ରାଜ୍ୟର ଏକ ବିଶିଷ୍ଟ ସାରସ୍ଵତ ଅନୁଷ୍ଠାନ ଏହାକୁ
ଓଡ଼ିଶାର ସୁନାମଧନ୍ୟ ସାହିତ୍ୟିକମାନେ ପ୍ରତିଷ୍ଠା କରିଯାଇଛନ୍ତି ଫଲଗୁ ସାହିତ୍ୟ ପତ୍ରିକା ର ଗୁଣବତ୍ତା ଏବେ ମଧ୍ୟ ବଜାୟ ରହିଛି।ଏହି ଅବସରରେ ଅନୁଷ୍ଠିତ ପ୍ରଥମ ଅଧିବେଶନ କବିତା ପାଠୋତ୍ସବ ରେ ଡ଼ ସୂଚନା ଅତିଥି ଭାବରେ ଯୋଗଦାନ କରିଥିଲେ ଏବଂ ବରିଷ୍ଠ କବୟିତ୍ରୀ ଅମିତା ଦାଶ ମିଶ୍ର ଏବଂ ସ୍ଵର୍ଣ୍ଣମୟୀ ପାଢ଼ୀ ପଠିତ ଗଳ୍ପ କବିତା ଗୁଡ଼ିକୁ ସଂଯୋଜନା କରିଥିବା ବେଳେ ଅନୁଷ୍ଠାନର

କୋଷାଧ୍ୟକ୍ଷ ପ୍ରଫେସର ସନ୍ତୋଷେ କୁମାର ଦାଶ,ଯୁଗ୍ମ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ଙ୍କ ସମେତ
ଡ଼ ବନମାଳୀ ପାଣିଗ୍ରାହୀ ,ବିରୁପାକ୍ଷ ଦାଶ, ଭିକାରୀ ଚରଣ ମହାପାତ୍ର,ଡ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି,,ସୁଦାମ ପାଣିଗ୍ରାହୀ, ସୀମାଞ୍ଚଳ ପ୍ରଧାନ,ପ୍ରମୋଦ କୁମାର ପଣ୍ଡା,ଡ କୁଳମଣି ଓଝା, ଲକ୍ଷ୍ମୀ ନାରାୟଣ ପଣ୍ଡା, ଇଂ ଯାମିନୀ କାନ୍ତ ଦାସ, ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ, ଗୋବିନ୍ଦ ବେହେରା, ମିହିର କୁମାର ରଥଶର୍ମା ବଂଶୀଧର ସେଠୀ ବିଜୟ ଚନ୍ଦ୍ର ମିଶ୍ର ପ୍ରମୁଖ କବି କବୟିତ୍ରୀ ସ୍ବରଚିତ ପାଠକରିଥିବା ବେଳେ ଦୀନବନ୍ଧୁ ଶ୍ରୀପଲ୍ଲଵ ଧନ୍ୟବାଦ ଅର୍ପଣ କରିଥିଲେ।