ପୁଣି ଏକ ମଦ ମୃତ୍ୟୁ ର ଅପେକ୍ଷରେ ଗଞ୍ଜାମ ଜିଲ୍ଲା..! ଶାସକ ଦଳର ଛତ୍ର ଛାୟା ତଳେ ମଦ ମାଫିଆ..!!

add-all
କେବଳ ସରକାରୀ କାଗଜ କଲମରେ ସୀମିତ…


ବ୍ରହ୍ମପୁର :(୨୦-୭) ଗଞ୍ଜାମ ଜିଲ୍ଲାରେ ଥିବା ଅଧିକାଂଶ ସରକାରୀ ଦେଶୀ ମଦ ମହୁଲି ଭାଟି ରେ ଅବକାରୀ ବିଭାଗ ଓ ମଦ ବ୍ୟବସାୟ ଙ୍କ ଜାଣତ ରେ ଚାଲିଛି ଅପମିଶ୍ରଣ ମଦ ପ୍ରସ୍ତୁତି। ସରକାର ଙ୍କ ନିୟମ ପ୍ରକାରେ କେବଳ ମହୁଲ ରେ ପୋଚ ତିଆରି କରି ଦେଶୀ ମଦ ପ୍ରସ୍ତୁତ କରିବା ପାଇଁ ନିୟମ ରହିଛି। ହେଲେ ଗଞ୍ଜାମ ଜିଲ୍ଲା ରେ କେତେକ ସରକାରୀ ମଦ ଭାଟିରେ ମହୁଲ ଜାଗାରେ ପୋଚ ତିଆରି ନ କରି ସ୍ୱଳ୍ପ ସମୟ ମଧ୍ୟରେ ପୋଚ ପ୍ରସ୍ତୁତ ପାଇଁ ୟୁରିଆ ଓ ଇଷ୍ଟ ମିଶାଯାଇ ବିଷାକ୍ତ ମଦ ପ୍ରସ୍ତୁତ ହେଉଥିବା ଆଲୋଚନା ର ବିଷୟ ବସ୍ତୁ ହୋଇଛି।ଏବଂ ଅଭିଯୋଗ ବି ଆସୁଛି,ଗଞ୍ଜାମ ଜିଲ୍ଲାରେ ମଦ ବ୍ୟବସାୟ କୁ ନେଇ ବହୁ ମୁଣ୍ଡ ଗଡିଥିବାର ନଜିର ବି ରହିଛି ।ଗଞ୍ଜାମ ଜିଲ୍ଲାର ଅଧିକାଂଶ କରି ଭଞ୍ଜନଗର

ଆସ୍କା,ପୁରୁଷତ୍ତମପୁର,,କବିସୂର୍ଯ୍ୟନଗର, ଶେରଗଡ ଅଞ୍ଚଳରେ ଅଧିକାଂଶ ଅପମିଶ୍ରଣ ମଦ ପ୍ରସ୍ତୁତ ହେଉଥିବା ନେଇ ସାଧରଣରେ ଚର୍ଚ୍ଚା ହେଉଛି। ଆସ୍କା ରେ ୪ଟା ସ୍ଥାନରେ ମଦ ପ୍ରସ୍ତୁତି ପାଇଁ ଲାଇସେନ୍ସ ଦିଆ ଯାଇଛି।କିନ୍ତୁ ଶୁଣିବାକୁ ମିଳୁଛି କୁଆଡେ ଆସ୍କା ର ଗୋଟିଏ ସ୍ଥାନରେ ମଦ ପ୍ରସ୍ତୁତ କରି ଆସ୍କା ସମେତ ଆଖପାଖ ଅଞ୍ଚଳକୁ ଅବାଧରେ ବେଆଇନ ଚାଲାଣ କରାଯାଉଥିବା ଖବର ପୋଲିସ ଓ ଅବକାରୀ ବିଭାଗ ପାଖରେ ରହିଛି ନା ନାହିଁ ବୋଲି ସାଧରଣରେ ଆଲୋଚନା ହେଉଛି। ସେହିଭଳି କବିସୂର୍ଯ୍ୟନଗର ଶେରଗଡ଼ ଓ ଅନ୍ୟ ଅଞ୍ଚଳରେ ଥିବା ସରକାରୀ ମହୁଲ ମଦ ଭାଟିରେ ମଧ୍ୟ କିପରି ମଦ ପ୍ରସ୍ତୁତ ହେଉଛି ଏବଂ ମଦ ପ୍ରସ୍ତୁତି ପାଇଁ ବ୍ୟବହାର ହେଉଥିବା ପୋଚ ମହୁଲ ରେ ହେଉଛି ନା ୟୁରିଆ ଓ ଇଷ୍ଟ ରେ ପ୍ରସ୍ତୁତ ହେଉଛି ତାହା କେବେ ବି ଯାଞ୍ଚ କରାଯାଇଛି ନା ନାହିଁ ସନ୍ଦେହ ଏହି କ୍ଷେତ୍ରରେ ବିଭଗୀୟ ଉଚ୍ଚ କର୍ତ୍ତୃପକ୍ଷ ମଧ୍ୟ ଅବଗତ ଥିବେ
ବୋଲି ସାଧାରଣ ରେ ଆଲୋଚନା ହେଉଛି। ବେଳ ଥାଉ ଥାଉ ଯଦି ସରକାର ଯେଉଁ ମଦ ଭାଟିରେ ୟୁରିଆ ଓ ଇଷ୍ଟ ବ୍ୟବହାର ହେଉଛି ସେହି ମଦ ଭାଟିର ପୋଚକୁ ଭୁବନେଶ୍ୱର ରେ ଥିବା କେମିକାଲ ଲ୍ୟାବ ରେ ଯାଞ୍ଚ କରାଗଲେ ତାହା ମହୁଲ ରେ ପୋଚ ପ୍ରସ୍ତୁତ ହେଉଛି ନା ନାହିଁ ଅସଲ ରହସ୍ୟ ଲୋକ ଲୋଚନକୁ ଆସିବ ବୋଲି ବୁଦ୍ଧି ଜୀବି ମତ ରଖିଛନ୍ତି । ନଚେତ ଗଞ୍ଜାମ ଜିଲ୍ଲାରେ ପୁଣି ଏକ ମଦ ମୃତ୍ୟୁ ହେବାର ସମ୍ଭାବନା କୁ ଏଡାଇ ହେବନାହିଁ ବୋଲି ସାଧରଣ ରେ ଚର୍ଚ୍ଚା ହେଉଛି। ଏ ନେଇ ଗଞ୍ଜାମ ଅବକାରୀ ସୁପେରଟେଣ୍ଡେ ଣ୍ଟ ଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ତୁରନ୍ତ ଚଢ଼ାଉ କରାଯିବ ବୋଲି କହିଛନ୍ତି। ଗଞ୍ଜାମ ଜିଲ୍ଲାରେ ଥିବା କେତେକ ମଦଭାଟିରେ ମଦ ରାନ୍ଧିବା ପାଇଁ ଥିବା ମଦ ରନ୍ଧା ଯାଉଥିବା ହଣ୍ଡା ସରକାରଙ୍କ ନିୟମ ଠାରୁ ଅଧିକ ପରିମାଣ ର ହଣ୍ଡା ବ୍ୟବହାର କରି ମଦ ପ୍ରସ୍ତୁତ କରୁଥିବା ମଧ୍ୟ ଅଭିଯୋଗ ହେଉଛି।ସରକାରୀ ଙ୍କ ସମସ୍ତ ନିୟମ କୁ ଉଲଂଘନ କରି କେତେକ ମଦ ଭାଟିରେ ବେଆଇନ ଭାବେ ମଦ ପ୍ରସ୍ତୁତ ହେଉଛି। ଅବକାରୀ ବିଭାଗ ର କେତେକ ଅସାଧୁ କର୍ମଚାରୀ ମାନେ ମଦ ମାଫିଆ ମାନଙ୍କ ଠାରୁ ମୁଠା ମୁଠା ଟଙ୍କା ଆଦାୟ କରି ସେମାନଙ୍କୁ ଚଢ଼ାଉ ହେବାର ଆଗୁଆ ସୂଚନା ଦେବା ଫଳରେ ସେମାନେ ସତର୍କ ହେଇ ଯାଉଛନ୍ତି।ପୋଲିସ ବିଭଗର ଉଚ୍ଚ ପଦସ୍ତ ଅଧିକାରୀ ଙ୍କୁ ଏହିସବୁ ଭାଟି ରେ ଚଢ଼ାଉ ବେଳେ ସାମିଲ କଲେ ମଦ ମାଫିଆ ମାନଙ୍କ ସହିତ କେତେ ଥାନା ବାବୁ ମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ତାହା ଜଣା ପଡିବ ଓ ଅବାଧ ରେ ଚାଲାଣ ହେଉଥିବା ମଦ ରୋକା ଯାଇ ପାରିବ ବୋଲି ସାଧାରଣ ରେ ଆଲୋଚନା ହେଉଛି। ତଳ ଦିନେ ୨oo୬ ମସିହା ରେ ହୋଇ ଥିବା ରମ୍ଭା ମଦ ମୃତ୍ୟୁ ଯାହାକି ଏହିପରି ଅପମିଶ୍ରଣ ମଦ ପିଇ ୨୨ ଜଣଙ୍କ ମୃତ୍ୟୁ କୁ ନେଇ ସାରା ଓଡିଶା ଦୋହଲି ଯାଇଥିଲା, ରମ୍ଭା ଓ ଗୋଳନ୍ଥରା ମଦ ମୃତ୍ୟୁ ଏବେବି ଗଞ୍ଜାମ ଜିଲ୍ଲା ବାସିଙ୍କ ମନରୁ ଲିଭିନି ତେଣୁ ବର୍ତ୍ତମାନ ଯେଉଁ ପ୍ରକାର ଅପମିଶ୍ରଣ କୁ ନେଇ ଅଭିଯୋଗ ଆସୁଛି ତାହା ନିହାତି ସ୍ପର୍ଶକାତର କହିଲେ କିଛି ଭୁଲ ହେବ ନାହିଁ l ମଦ ମାଫିଆ ଙ୍କ ବିରୋଧ ରେ ସ୍ୱର ଉତ୍ତଳନ କରିବାକୁ କିମ୍ବା ଅଭିଯୋଗ କରିବାକୁ ଲୋକ ଭୟ କରୁଛନ୍ତି ଏହାର ଫାଇଦା ଉଠଉଛନ୍ତି ସରକାରୀ ବାବୁ ମାନେ ଅଭିଯୋଗ କାରୀଙ୍କ ପରିଚୟ ମଦ ବ୍ୟବସାୟୀ ମାନଙ୍କୁ ଦେଇ ପାଟି ବନ୍ଦ କରାନ୍ତି ଏଭଳି କି ମାରି ଦେବାକୁ ଧମକ ବି ମିଳୁଛି ତେଣୁ ଲୋକ ଅଭିଯୋଗ କରିବାକୁ ଭୟ କରୁଛନ୍ତି l ତେଣୁ ରାଜ୍ୟ ଅବକାରୀ ବିଭାଗ ଓ ରାଜ୍ୟ ପୋଲିସ ବିଭାଗ ଏଥି ପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧି ଜୀବି ତଥା ସାଧାରଣ ରେ ଦାବି ହେଉଛି ନଚେତ ଆଗାମୀ ଦିନରେ ପୁଣି ଏକ ମଦ ମୃତ୍ୟୁ ର ବିଭୀଷିକା କୁ ଏଡାଇ ଦେଇ ହେବନି…

ad-week
Leave A Reply

Your email address will not be published.