ଠିକାଦାର ଓ ବିଭାଗୀୟ ଅଫିସର ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଫେଲ ମାରିଛି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା…

ଦୁର୍ଦଶା ଭୋଗୁଛନ୍ତି ଅଞ୍ଚଳବାସୀ
ନିରବଦ୍ରଷ୍ଟା ସାଜିଛନ୍ତି ବିଭାଗୀୟ କତ୍ତୃପକ୍ଷ ଓ ପ୍ରଶାସନିକ ଅଧିକାରୀ…

youtube

ମାଲକାନଗିରି : ନିର୍ମାଣର ମାତ୍ର କିଛି ମାସ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିର୍ମିତ ରାସ୍ତାରୁ ଉଠିଗଲା ପିଚୁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ପୋଟ୍ରେଲ ପଞ୍ଚାୟତରେ । ରାସ୍ତା ନିର୍ମାଣ ପାଇଁ ଖର୍ଚ୍ଚ ହୋଇଥିବା ଏକ କୋଟି ୯ଲକ୍ଷ ୮୭ହଜାର ଟଙ୍କା ପାଣିରେ ପଡିଲା ବୋଲି ଅଞ୍ଚଳବାସୀ କହିଛନ୍ତି।ରାସ୍ତଟି ଏବେ ମରଣଯନ୍ତା ପାଲଟି ଥିବାରୁ ଲୋକେ ଏହି ରାସ୍ତା ଦେଇ ଯାତାୟତ କରିବା ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ ହୋଇଛି ।ତେବେ ନିମ୍ନମାନର କାମ ଯୋଗୁ ରାସ୍ତାର ଏଭଳି ଅବସ୍ଥା ହୋଇଛି ବୋଲି କିଛି ଗ୍ରାମବାସୀ କହିଛନ୍ତି ।ବାଲିମେଳା ସହର ସୀମାନ୍ତ ଅଞ୍ଚଳ ଠାରୁ ପୁରୁଣା ଓର୍କେଲ ଗାଁ ଶେଷ ମୁଣ୍ଡ ପର୍ଯ୍ୟନ୍ତ ଦୁଇ କିମି ୭୦୦ମିଟର ନିର୍ମାଣ ହୋଇଥିବା ଏହି ରାସ୍ତାର ଭିଜିଲାନ୍ସ ତଦନ୍ତ କରିବାକୁ ଦାବୀ ହୋଇଛି । ନଚେତ ଅଗାମିଦିନରେ ଅଞ୍ଚବାସୀଙ୍କ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।ଉକ୍ତ ରାସ୍ତାରୁ ସମ୍ପୂର୍ଣ ଭାବେ ପିଚୁ ଉଠିଯାଇଛି। କେତେକ ସ୍ଥାନରେ ରାସ୍ତା ଦବିଯାଇଛି।ବର୍ଷା ହେଲେ ରାସ୍ତାରେ କୃତ୍ରିମ ଗଡ଼ିଆ ସୃଷ୍ଟି ହେବା ସହ ରାସ୍ତସାରା ଆଣ୍ଠୁଏ ଲେଖାଏଁ କାଦୁଅ ପଚ ପଚ ହୋଇଯାଇଛି ।ଲୋକେ ଏହି ରାସ୍ତା ଦେଇ ଯିବାଆସିବା କରିବା ସମୟରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ପୁରୁଣା ଓର୍କେଲ, ସୋର୍ଲକୋଣ୍ଡା, ଏମଭି-୫୧,ଏମଭି-୫୨,ନମ୍ବର ଗାଁ ସମେତ ଉକ୍ତ ପଞ୍ଚାୟତର ବହୁ ଗ୍ରାମବାସୀ ଓ ଆଖ ପାଖ ଅଞ୍ଚଳରେ ବସବାସ କରୁଥିବା ଲୋକେ ପ୍ରତିଦିନ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି।ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହି ରାସ୍ତା ପାଇଁ ଟେଣ୍ଡର ପ୍ରକ୍ରିୟା ସରିବା ପରେ ଲିପୁ କୁମାର ପରିଡା ନାମକ ଜଣେ ଠିକାଦାରଙ୍କୁ କାମ କରିବା ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା


ଗତ ୨୦୧୮ ମାର୍ଚ୍ଚ ୩ ରେ କାମ ଆରମ୍ଭ ହୋଇଥିଲା।ଗତ ୦୨-୧୨-୨୦୧୮ରେ କାର୍ଯ୍ୟ ଶେଷ ହୋଇଥିଲା । ପାଞ୍ଚ ବର୍ଷ ମଧ୍ୟରେ ରାସ୍ତା ମରାମତି ପାଇଁ ମୋଟ ୧୧ଲକ୍ଷ ୧୫ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ହେଲେ ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ଯୋଗୁ ଅଳ୍ପ କେଇଟା ମାସରେ ରାସ୍ତାର ଅବସ୍ଥା ଖରାପ ହୋଇଗଲା । ବହୁ ଗ୍ରାମର ଗ୍ରାମବାସୀ ପ୍ରତିଦିନ ବିଭିନ୍ନ କାର୍ଯ୍ୟରେ ଏହି ରାସ୍ତା ଦେଇ ମାଲକାନଗିରି ସହର, କୋରୁକୋଣ୍ଡା ବ୍ଲକ ଓ ବାଲିମେଳା ସହରକୁ ଯାତାୟତ କରିଥାନ୍ତି । ରାସ୍ତା ଖରାପ ଥିବାରୁ ଅନେକ ସମୟରେ ଏଠାରେ ଛୋଟ ବଡ ଦୁର୍ଘଟଣା ଘଟି ବହୁ ଧନ ଜୀବନ ନଷ୍ଟ ହେଉଛି ବୋଲି ଅଞ୍ଚଳବାସୀ କହିଛନ୍ତି ।ବିଡ଼ମ୍ବନାର ବିଷୟ ବିଭାଗୀୟ କତ୍ତୃପକ୍ଷ ଓ ପ୍ରସାନିକ ଅଧିକାରୀମାନେ ଏହି ରାସ୍ତାର ଦୁରାବସ୍ଥା ସମ୍ପର୍କରେ ଅବଗତ ଥିଲେ ହେଁ ସମସ୍ତେ ନିରବଦ୍ରଷ୍ଟା ସାଜିଥିବା ଅଞ୍ଚଳବାସୀ ଅଭିଯୋଗ କରିବା ସହ ରାସ୍ତା କାମର ନିରପେକ୍ଷ ତଦନ୍ତ ଦାବୀ କରୁଛନ୍ତି ଅଞ୍ଚଳବାସୀ ।

Leave A Reply

Your email address will not be published.