
ମାଲକାନଗିରି : ସରକାର ଙ୍କ ବିଭିନ୍ନ ଯୋଜନାରେ ଜନ ସାଧାରଣ କିପରି ଉପକୃତ ହେବେ ତାହା ପ୍ରଣୟନ କରିଚାଲିଛନ୍ତି ସରକାର।ଏପରିକି ଦୁର୍ବିପାକ ଜନିତ ପରିବାର ର କୌଣସି ସଦସ୍ୟ ଙ୍କ ମୃତ୍ୟୁ ଘଟିଲେ ସରକାର ହିତାଧିକାରୀଙ୍କୁ ବିଭିନ୍ନ ଅନୁକମ୍ପା ସହାୟତା ରାଶି ପ୍ରଦାନ କରିଥାନ୍ତି । କିନ୍ତୁ କିଛି ଅସାଧୁ ମଧ୍ୟସ୍ଥି ମାନେ ରହି ସରକାର ଙ୍କ ଅନୁକମ୍ପା ସହାୟତା ରାଶି ନିରୀହ ହିତାଧିକାରୀଙ୍କ ଠାରୁ ବିଭିନ୍ନ ଆଳ ଦେଖାଇ ଟଙ୍କା ହଡ଼ପ କରିନେଉଥିବାର ଅଭିଯୋଗ ଶୁଣିବାକୁ ମିଳିଛି । ଏପରି ଏକ ଘଟଣା ମାଲକାନଗିରି ସଦର ପରଜାଗୁଡା ସାହିର ବିଧବା ମହିଳା ଧନମଣି ଗଣ୍ଡ ଙ୍କ ସହ ଘଟିଛି। ଏହି ହିତାଧିକାରୀ ସରକାର ଙ୍କ ଠାରୁ ପାଇଥିବା ଅନୁକମ୍ପା ମୂଳକ ସହାୟତା ଟଙ୍କା ତାଙ୍କ ର ଜଣେ ସମ୍ପର୍କୀୟ ହଡ଼ପ କରିଥିବା ର ଅଭିଯୋଗ କରିଛନ୍ତି।ଏହି ଅଭିଯୋଗ କୁ ନେଇ ସେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ଯିବା ସହ ମାଲକାନଗିରି ଥାନା ରେ ଏକ ଏତେଲା ଦେଥିବାର ଧନ ମଣି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଜାନୁଆରୀ ମାସ ରେ ତାଙ୍କ ସ୍ଵାମୀ ରାମ ଗଣ୍ଡ ପରଜା ଗୁଡା ସାହିରେ ଥିବା ବନ୍ଧରେ ବୁଡି ମୃତ୍ୟୁ ଘଟିଥିଲା ।ସରକାର ଙ୍କ ନିୟମ ଅନୁଯାୟୀ ୪ଲକ୍ଷ ଟଙ୍କା ସରକାର ଙ୍କ ଅନୁକମ୍ପା ମୂଳକ ସହାୟତା ଟଙ୍କା ହିତାଧିକାରୀ ଧନ ମଣି ଗଣ୍ଡ ଙ୍କ ପାସ ବୁକ୍ ଆକାଉଣ୍ଟ ରେ ଜମା ହୋଇଥିଲା । ଧନ ମଣି ଙ୍କ ସମ୍ପର୍କୀୟ କୁଶ ବାଘ ନାମକ ବ୍ୟକ୍ତି ମିଥ୍ୟା ରେ ଅଫିସ କାର୍ଯ୍ୟ ରେ ଦେବାକୁ ପଡ଼ିବ କହି ୨ଲକ୍ଷ ୧୦ ହଜାର ଟଙ୍କା ହଡ଼ପ କରିଥିବାର ଧନ ମଣି ଅଭିଯୋଗ କରିଛି। ଧନ ମଣି ନ୍ୟାୟ ପାଇଁ ଏହି ଅଭିଯୋଗ କୁ ନେଇ ମାଲକାନଗିରି ଥାନା ରେ ଦ୍ବାରସ୍ଥ ହୋଇଥିଲେ। ପୋଲିସ ଘଟଣା ର ଉଚିତ ତଦନ୍ତ କଲେ ଏହି ଘଟଣା ପଛରେ କିଏ କିଏ ସମ୍ପୃକ୍ତ ରହିଛନ୍ତି ତାହାର ପର୍ଦାଫାସ ହେବ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି।