
ଦାରିଙ୍ଗବାଡ଼ି :,୨୧/୦୭, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ସରାମୁଳି ଗ୍ରାମ ପଞ୍ଚାୟତ ପ୍ରାହେଡପଙ୍କା ଗ୍ରାମର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ ଲଗାଣ ବର୍ଷାରେ ଗତ ମଙ୍ଗଳ ବାର ୧୮ତାରିଖ ଦିନ ସମୟ ପ୍ରାୟ ସକାଳ ୧୦ ଟା ୩୦ ରେ ଭୁଶୁଡି ପଡ଼ିଥିବା ଖବର ହସ୍ତଗତ ହୋଇଛି। ବିଦ୍ୟାଳୟ ସମୟ ହୋଇଥିଲେହେଁ ଛାତ୍ରଛାତ୍ରୀ କିମ୍ବା ଶିକ୍ଷକଙ୍କ କିଛି କ୍ଷୟକ୍ଷତି ହୋଇନଥିବା ଜଣା ପଡ଼ିଛି। ଗ୍ରାମବାସୀଙ୍କ କହିବା କଥା ଅଳ୍ପକେ ଗାଁରୁ ବିପଦ ହଟି ଯାଇଛି। ବ୍ଲକ ମହକୁମା ଠାରୁ ପ୍ରାୟ ୫୦ କି.ମି ଓ ପଞ୍ଚାୟତ ମହକୁମା ଠାରୁ ପ୍ରାହେଡପଙ୍କା ଗ୍ରାମ ପ୍ରାୟ ୪ କି.ମି ଠାରୁ ଅଧିକ ଦୂରରେ ଅବସ୍ଥିତ। ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ୫୫ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁ ଥିବା ବେଳେ ୩ଜଣ ଶିକ୍ଷକ ରହିଛନ୍ତି। ୨୦୦୮ ସାଲରେ ବିଦ୍ୟାଳୟ ସ୍ଥାପିତ ହୋଇଥିଲା। ଡିପିଇପି ବିଭାଗର ସ୍ୱତନ୍ତ୍ର କନିଷ୍ଟ ଯନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ୨୦୧୩ ସାଲରେ ତିନିଟି ଶ୍ରେଣୀ କୋଠରୀ ବିଶିଷ୍ଟ ସ୍କୁଲର ଛାତ କାମ ହୋଇଥିବା ସୂଚନା ରହିଛି। ହେଲେ ୨୦୧୭ ସାଲରେ ଗୋଟିଏ ଶ୍ରେଣୀ କୋଠରୀର ତାଜା ଭୁଶୁଡି ପଡି ଥିବାରୁ ୨ଟି ଶ୍ରେଣୀ କୋଠରୀରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବସାଇ ଶିକ୍ଷାଦାନ ଆଜି ଯାଏ ଚାଲି ଥିବା ଜଣାପଡିଛି। ହେଲେ ଟିକିଏ ବଡ଼ ଧରଣର ବର୍ଷା ହେଲେ ଏହି ଦୁଇଟି ଶ୍ରେଣୀ କୋଠରୀ ଛାତରୁ ପାଣି ଗଳିଲେ ଶିକ୍ଷା ଦାନରେ ବାଧା ଉପୁଜି ଶିକ୍ଷକ ମାନେ ଛୁଟି କରୁଥିବା ଜଣା ପଡ଼ିଛି। ବର୍ତ୍ତମାନ ଗୋଟିଏ ଶ୍ରେଣୀ କୋଠରୀର ଛାତ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡିବାରୁ ଶିକ୍ଷକ ମାନେ ସେହି ବିଦ୍ୟାଳୟରେ ଶିକ୍ଷା ଦାନ କରିବାକୁ ଭୟ କରୁଥିବା ବେଳେ ଅଭିଭାକ ମାନେ ମଧ୍ୟ ବିଦ୍ୟାଳୟକୁ ନିଜ ପିଲାଙ୍କୁ ପାଠ ପଢିବା ଉଦ୍ଦେଶରେ ଛାଡିବାକୁ ଭୟକରୁଥିବା ପ୍ରକାଶ ପାଇଛି। ଏହି ନେଇଁ ବିଭାଗୀୟ କନିଷ୍ଟ ଯନ୍ତ୍ରୀଙ୍କୁ ଫୋନ ଯୋଗାଯୋଗ କରାଯାଇଥିଲା ହେଲେ କୌଣସି କାରଣ ବଶତଃ ଯୋଗାଯୋଗ ହୋଇ ପାରିନାହିଁ। ବିଦ୍ୟାଳୟର ଛାତ ନିର୍ମାଣ ସମୟରେ ଯେଉଁ ଡିପିଇପି କନିଷ୍ଟ ଯନ୍ତ୍ରୀ ଥିଲେ ବର୍ତ୍ତମାନ ମଧ୍ୟ ଦାୟିତ୍ୱରେ ରହିଥିବା ଜଣା ପଡ଼ିଛି। ଛାତ ଭୁଶୁଡି ପଡିବା ନେଇଁ ପ୍ରଧାନ ଶିକ୍ଷକ ବିଭାଗୀୟ ଅଧିକାରୀ ମାନଙ୍କୁ ଲିଖିତ ଜଣାଇ ଥିବା ବେଳେ ଗ୍ରାମ ବାସୀ ସମୂହ ଅତିଶୀଘ୍ର ଶ୍ରେଣୀ କୋଠା ଯୋଗାଇ ଦେବାକୁ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ସହିତ ବ୍ଲକ ପ୍ରଶାସନ ଓ ଜିଲା ପାଳଙ୍କ ନିକଟରେ ଦାବୀ କରିଛନ୍ତି।