ଦିଲ୍ଲୀ ସରକାରଙ୍କୁ ଝଟ୍‌କା : କେନ୍ଦ୍ର ଅଧ୍ୟାଦେଶ ରୋକିବା ଲାଗି ହୋଇଥିବା ଆବେଦନ ଖାରଜ

add-all

ନୂଆଦିଲ୍ଲୀ : ଦିଲ୍ଲୀ ସରକାରଙ୍କୁ ମିଳିଲାନି ଆଶ୍ୱସ୍ତି। ଅଫିସରଙ୍କ ଟ୍ରାନ୍ସଫର ଓ ପୋଷ୍ଟି ଅଧିକାର ଉପରେ କେନ୍ଦ୍ର ସରକାର ଜାରି କରିଥିବା ଅଧ୍ୟାଦେଶକୁ ରୋକିବା ନିମନ୍ତେ ଦିଲ୍ଲୀ ସରକାର କରିଥିବା ଆବେଦନକୁ ସୁପ୍ରିମ୍‌କୋର୍ଟ ଖାରଜ କରିଦେଇଛନ୍ତି। ଏଥିସହ ୩ ଜଣିଆ ଖଣ୍ଡପୀଠ ଆଇନ୍‌ ଲାଗୁ ନେଇ ଦୁଇଟି ପ୍ରଶ୍ନ ମଧ୍ୟ ତିଆରି କରିଛନ୍ତି। ଅନୁଚ୍ଛେଦ ୨୩୯-ଏଏ(୭) ଅନ୍ତର୍ଗତ ଆଇନ ତିଆରି କରିବା ନିମନ୍ତେ ସଂସଦର ଶକ୍ତିର ରୂପରେଖ କ’ଣ ଅଟେ? ଏବଂ ଅନୁଚ୍ଛେଦ ୨୩୯ଏଏ(୭) ଅନ୍ତର୍ଗତ ସଂସଦ ନିଜର ଶକ୍ତି ପ୍ରୟୋଗ କରି ଦିଲ୍ଲୀ ପାଇଁ ଶାସନ ସମ୍ୱିଧାନିକ ସିଦ୍ଧାନ୍ତକୁ ନିରସ୍ତ୍ର କରିପାରିବ କି?

ସୁପ୍ରିମ୍‌ କୋର୍ଟ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ପିଏସ୍ ନରସିଂହ୍ମା ଏବଂ ମନୋଜ ମିଶ୍ରଙ୍କ ଖଣ୍ଡପୀଠ ଗୁରୁବାର କହିଥିଲେ ଯେ ଅଧ୍ୟାଦେଶ ରୋକିବା ନେଇ ଦିଲ୍ଲୀ ସରକାର କରିଥିବା ଆବେଦନ ଉପୀ ୫ ଜଣିଆ ଖଣ୍ଡପୀଠ ବିଚାର କରିବେ। ଏହି ଅଭିଯୋଗର ସମାଧାନ ନିମନ୍ତେ ସମ୍ୱିଧାନର ବ୍ୟାଖା କରିବା ବେଳେ ଆଇନ୍‌ର ଏକ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଦେବା ଆବଶ୍ୟକ। ଦିଲ୍ଲୀ ପ୍ରଶାସନ ଉପରେ କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାର ଶାସନ ଚଳାଇବା ନେଇ ଚାଲିଥିବା ଆଇନଗତ ଲଢ଼େଇ ସମାଧାନ ହେବା ଜରୁରୀ।

ad-week
Leave A Reply

Your email address will not be published.