
ପାତ୍ରପୁର : ଓଡିଶା ବିଧାନସଭାର ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରାଙ୍କ ପତ୍ନୀ ସରୋଜିନି ଦ୍ୟାନ ସାମନ୍ତରାଙ୍କ ଗତ ୧୨ ତାରିଖରେ ପରଲୋକ ଘଟିଥିବା ବେଳେ ରବିବାର ଦ୍ୱାଦଶ ଦିବସ ଅବସରରେ ପାତ୍ରପୁର ବ୍ଲକ୍ ବମକୋଇ ସ୍ଥିତ ନିଜ ବାସଭବନ ଠାରେ ଏକ ସ୍ମୃତି ଚାରଣା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତିଚାରଣ ସଭା ରେ ଓଡିଶାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ଵର୍ଗୀୟା ସରୋଜିନୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅପର୍ଣ କରି ଆତ୍ମାର ସଦ୍ଗତି କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ହଳଧର କାର୍ଯ୍ୟୀ, କାହ୍ନୁଚରଣ ପତି,ପୂର୍ବତନ ରାଜ୍ୟ ଭାଜପା ସଭାପତି ସମୀର ମହାନ୍ତି, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ, ଭୃଗୁବକ୍ସି ପାତ୍ରଙ୍କ ସମତେ ଜିଲ୍ଲା ଓ ରାଜ୍ୟରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସରୋଜିନୀ ଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ଯ ଅର୍ପଣ କରିବା ସହିତ ଅମର ଆତ୍ମାର ସଦ୍ ଗତି କାମନା କରିଥିଲେ।