ଗ୍ରୀନବାଡ଼ି-ତଗାପାଙ୍ଗା ରାସ୍ତା ମଝିରେ ବଡ଼ ଗାତ, ଗମନାଗମନ ସମୟରେ ବିପଦ ଆଶଙ୍କା…

add-all

ଦାରିଙ୍ଗବାଡି,୨୩/୭ : ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି-ତଗାପାଙ୍ଗା ରାସ୍ତା ମଝିରେ ବଡ଼ ଗାତ ହୋଇ ବିପଦ ସୃଷ୍ଟି ହୋଇଛି । ଫଳରେ ଗମନାଗମନ ବିପଦ ଆଶଙ୍କାରେ ତଗାପାଙ୍ଗା, ସାଂଗୁଡ଼ିମାହା, କିଲାବାଡ଼ି, ଡଙ୍ଗାମାଲା, ସିଙ୍ଗରପାଦେର, ଜୀଡିଂମାଲା ଓ ମେଡ଼ିଆଗୁଟା ବାସୀ । ଗ୍ରୀନବାଡ଼ି ଗ୍ରାମ ପଞ୍ଚାୟତ ଓ କିଲାବାଡ଼ି ଗ୍ରାମ ପଞ୍ଚାୟତର ଉକ୍ତ ସାତଟି ଗ୍ରାମ ଉକ୍ତ ରାସ୍ତା ଉପରେ ନିର୍ଭର କରି ଦାରିଙ୍ଗବାଡ଼ିକୁ ବଜାର କରିବା ସହିତ ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟ ପାଇଁ ଆସନ୍ତି । ବର୍ତ୍ତମାନ ଲଗାଣ ବର୍ଷାରେ ତଗାପାଙ୍ଗା ଗ୍ରାମ ଶଙ୍ଖ ପାଖ ରାସ୍ତା ମାଝୀରେ ବଡ଼ ଗାତ ହୋଇ ଭାରୀ ଯାନ ସହିତ ଅନ୍ୟ ଛୋଟ ଗାଡ଼ି ମଟର ଚଳାଚଳ କରିବାକୁ ନେଇ ବିପଦ ଆଶଙ୍କା ପ୍ରକାଶ ପାଇଛି ।ଏଣୁ ତୁରନ୍ତ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେଇ କାର୍ଯ୍ୟ କରି ବିପଦ ଆଶଙ୍କା ଦୂର କରିବାକୁ ନିକୋଦମ ପ୍ରଧାନ, ଦୁଗୁନି ପ୍ରଧାନ, ସାମୁଏଲ ପ୍ରଧାନ ପ୍ରମୁଖ ଦାବୀ କରିଛନ୍ତି ।

ad-week
Leave A Reply

Your email address will not be published.