ଜୁଆ ଆଡା ରେ ଚଢ଼ାଉ ୧0 ମହିଳା ଓ ୬ ଯୁବକ ଗିରଫ, ୨ ଲକ୍ଷ,45 ହଜାର 360ଟଙ୍କା ଜବତ..

add-all

ବ୍ରହ୍ମପୁର : ଅନେକ ଦିନ ବ୍ୟବଧାନ ପରେ ନିମଖଣ୍ଡି ପୋଲିସ କୁ ମିଳିଛି ବଡ ସଫଳତା କୌଣସି ବିଶେଷ ସୂତ୍ରରୁ ଖବର ପାଇଁ ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ଓ ଏସ ଆଇ ରଶ୍ମିତା ସାମଲ, ଜ୍ୟୋତି ରଞ୍ଜନ ବେହେରା ଏବଂ ଷ୍ଟାଫ ନିମଖଣ୍ଡି ଥାନା ଅନ୍ତର୍ଗତ ଭାବିନିପୁର ନିକଟ ବଜରଙ୍ଗୀ ନଗର ନିକଟରେ ଥିବା ଏକ ଘର ଉପରେ ଚଢ଼ାଉ କରିଥିଲେ ସେଠାରେ ଜୁଆ ଖେଳ ଚାଲି ଥିବା ବେଳେ ପୋଲିସ ୧0 ଜଣ ମହିଳା ଓ ୬ ଜଣ ପୁରୁଷ କୁ ଗିରଫ କରିଛି ପୋଲିସ l ସେଠାରୁ ନଗଦ 2,45.360 ଟଙ୍କା ସହ ୨ ଟି ତାସ ପାକେଟ,14 ଟି ମୋବାଇଲ, ଗୋଟିଏ ସ୍କୁଟି ଗାଡ଼ି, ଗୋଟିଏ ଗ୍ଲେମ୍ବର ବାଇକ, ଗୋଟିଏ ଏଟିମ କାର୍ଡ ଜବତ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି l ଏ ନେଇ ନିମଖଣ୍ଡି ଥାନାରେ 231/2023 ରେ ମାମଲା ପଞ୍ଜିକୃତ ହୋଇଛି, ଆସନ୍ତା କାଲି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି l ଏଠାରେ ସୂଚନା ଥାଉକି କେବଳ ନିମଖଣ୍ଡି ଥାନା ଅଞ୍ଚଳ ନୁହେଁ ବ୍ରହ୍ମପୁର ସହର ରେ ଥିବା ବି ଏନ ପୁର ଥାନା, ଟାଉନ ଥାନା, ଗୋଶାଣୀ ନୁଆଁଗାଁ ଥାନା ଓ ବଡବଜାର ଥାନା ଅଞ୍ଚଳ ରେ ଏହି ପରି ବଡ ବଡ଼ ଜୁଆ ଖେଳ ଚାଲୁଥିବା ଶୁଣି ବାକୁ ମିଳୁଛି l ପୋଲିସ କୁ ହାତ ବାରିସୀ କରି କିଛି ବ୍ୟକ୍ତି ଏହି ପରି ଜୁଆ ଖେଳ ଚଲାଉ ଥିବା କୁ ନେଇ ମଧ୍ୟ ଅଭିଯୋଗ ଆସୁଛି l ଜିଛି ଦାମୀ ହୋଟେଲ ଓ ଭଡା ଘରେ ଏହିପରି ଜୁଆ ଆଡା ଚଲାଉଛନ୍ତି ତେଣୁ ଜିଲ୍ଲା ପୋଲିସ ପ୍ରଶାସନ ଏହାକୁ ଦୃଷ୍ଟି ଦେବାକୁ ବୁଦ୍ଧି ଜୀବି ଓ ସାଧାରଣ ରେ ଅଭିଯୋଗ ହେଉଛି

ad-week
Leave A Reply

Your email address will not be published.