ଦିବ୍ୟାଙ୍ଗଙ୍କ ପାଇଁ ନାହିଁ ଆବାସ ଯୋଜନା

add-all

ଫୁଲବାଣୀ : ଦିବ୍ୟାଙ୍ଗଙ୍କ ପାଇଁ ନାହିଁ ଆବାସ ଯୋଜନା, ଏହା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଠାରେ ରାଜ୍ୟ ରାଜପଥକୁ ଲାଗି ରହିଥିବା ଝାଡ଼ପଦର ରାସ୍ତାର ବନ୍ଧ ସାହିରେ ରୁହନ୍ତି ଦିବ୍ୟାଙ୍ଗ ରଞ୍ଜିତ ବେହେରା l ସରକାରଙ୍କ ବିଜୁ ଆବାସ ଯୋଜନା, ଇନ୍ଦିରାଆବାସ, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ତାଙ୍କ ପାଇଁ ପାଲଟିଛି ସାତ ସପନ ଘର ଖଣ୍ଡେ ପାଇବା ପାଇଁ କନ୍ଧମାଳ ଜିଲ୍ଲାପାଳ, ବିଡ଼ିଓ,ବ୍ଲକ ଚେୟାର ମେନ,ସରପଞ୍ଚ ସମସ୍ତଙ୍କୁ ଦୀର୍ଘ ୧୦ ବର୍ଷ ହେବ ଗୁହାରି କରି ଆସୁଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇନାହିଁ l ଏହାକୁ ନେଇ ରଞ୍ଜିତ ବେହେରା ଓ ତାଙ୍କ ସ୍ତ୍ରୀ ବିଡ଼ିଓଙ୍କୁ ଅବଗତ କରାଇଥିଲେ କିନ୍ତୁ ବିଡ଼ିଓ ତାଙ୍କୁ ଜିଲ୍ଲାପାଳ ଯଦି କହିଛନ୍ତି ତେବେ ଜିଲ୍ଲାପାଳଙ୍କୁ ହିଁ କୁହ ଘର ଦେବେ ମୁଁ ଦେଇପାରିବି ନାହିଁ ବୋଲି କହିଛନ୍ତି । ଯେଉଁମାନେ ହିତାଧିକାରୀ ନୁହନ୍ତି ସେମାନେ ଆବାସ ଯୋଜନର ଲାଭ ଉଠାଉଛନ୍ତି ଅଥଚ ହିତାଧିକାରୀ ମାନେ ଏଥିରୁ ବଞ୍ଚିତ ହେଉଛନ୍ତି l ସରକାରଙ୍କ 5ଟି ଶାସନ ସଚିବ ବାହା ବାହା ନେଉଥିବା ବେଳେ ଏପରି ଦୃଶ୍ୟ ନିନ୍ଦନୀୟ ବୋଲି ସାଧାରଣ ଜନତା କ୍ଷୋଭ ପ୍ରକାଶ କରିଛନ୍ତି ।

ad-week
Leave A Reply

Your email address will not be published.